ଭୁବନେଶ୍ୱର ୧୭।୦୩ : ଅସୁରକ୍ଷିତ ଗଜରାଜ । ମରିଛନ୍ତି ୧୫୪ ହାତୀ । ଗତ ୨୦ ମାସ ମଧ୍ୟରେ ମରିଛନ୍ତି ୧୫୪ ହାତୀ । ସେହିପରି ଗତ ତିନି ବର୍ଷ ମଧ୍ୟରେ ୩୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୧୫ଟି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୨୩ଟି ଶିକାରୀଙ୍କ ଶିକାର ସାଜିଛନ୍ତି ବୋଲି ଗୃହର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୨୦ ମାସରେ ୭ଟି କଳରାପତରିଆ ବାଘ ଛାଲ, ୨ଟି ହାତୀ ଦାନ୍ତ, ଗୋଟିଏ ବନ୍ଧୁକ ଜବତ ହୋଇଛି । ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଗତ ୨୦ ମାସରେ ୨୦୨୪-୨୫ ଏବଂ ୨୦୨୫-୨୬ରେ ମାର୍ଚ୍ଚ ୧ ତାରିଖ ମଧ୍ୟରେ ୮୭୭୭୮.୦୨ ଘନ ଫୁଟ ପରିମାଣର ଚୋରା କାଠ ଜବତ ହୋଇଛି । ୧୦୩୯ କାଠ ଚୋରା ଚାଲାଣ ବେଳେ ଧରାପଡିଛି । ସେହିପରି ଗତ ୨୦ ମାସ ମଧ୍ୟରେ ୭ଟି କଲରାପତରିଆ ବାଘ ଛାଲ, ୨ଟି ହାତୀ ଦାନ୍ତ, ଗୋଟିଏ ବନ୍ଧୁକ ଜବତ ହୋଇଛି ।