କଳାହାଣ୍ଡି ୧୮।୧୦: କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା ସହର l ଭୋର ୫ଟାରୁ ଜେନାଖାଲରୁ ବାହାରିବ ମା’ଙ୍କ ବିଜୟ ଛତର l ମା’ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଶା କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ ପ୍ରଶାସନ । ମା’ ମାଣିକେଶ୍ୱରୀଙ୍କ ବିଜୟ ଛତର ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସଜାଗ ରହିଛି ପୋଲିସ ପ୍ରଶାସନ l

ଯାତ୍ରାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଭକ୍ତଙ୍କ ସୁରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ l ଏଥିପାଇଁ ସୁରକ୍ଷା ଦାୟିତ୍ୱରେ ରହିବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯୫ ଜଣ ପୋଲିସ ଅଧିକାରୀ l ଯାତ୍ରାପଥ ଓ ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ ନଜର ରଖିବାକୁ ଲଗାଯାଇଛି ୨୫ଟି ସିସିଟିଭି କ୍ୟାମେରା l ଏହାସହ ଡ୍ରୋନ୍ ମାଧ୍ୟମରେ ଭିଡ଼ର ସ୍ଥିତି ଉପରେ ମଧ୍ୟ ନଜର ରଖାଯିବ l

Also Read:- ଆସୁଛି ବାତ୍ୟା : ଅକ୍ଟୋବର ୨୯ରେ ଓଡିଶାରେ ଲ୍ୟାଣ୍ଡଫଲ୍ ! ଡରାଇଲାଣି ବିଭିନ୍ନ ମଡେଲ୍

ଅନ୍ୟପଟେ ଭିଡ଼କୁ ସୁବ୍ୟବସ୍ଥିତ କରିବା ପାଇଁ ସାଂସ୍କୃତିକ ଦଳଙ୍କ ଗତିପଥରେ ପରିବର୍ତ୍ତନ କରାଯାଇଛି l ଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଦୃଷ୍ଟି ରହିବ ବୋଲି କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡା କହିଛନ୍ତି l ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିୟମାବଳୀ ଅନୁଯାୟୀ ବଳିପ୍ରଥା ବନ୍ଦ କରିବା ନିର୍ଦ୍ଦେଶ ଥିବା ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଇଛି । ହେଲେ ମାନସିନ ପୂରଣ ତଥା ଶ୍ରଦ୍ଧାର ନାଁରେ ଲୋକେ ବଳି ଦେବାରୁ ନିବୃତ ରହୁ ନାହାନ୍ତି l ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁ ମାନେ କୁକୁଡ଼ା, ବୋଦା ନେଇ ବଳି ଦେବା ପାଇଁ ମନ୍ଦିରରେ ପହଞ୍ଚିଛନ୍ତି l

Watch Video: