YouTuber Dhruv Rathee Reaction: ଧ୍ରୁବ ରାଠୀଙ୍କ ଜର୍ମାନୀ ନାଗରିକତା ନେଇ ଯେଉଁ ଗୁଜବ ପ୍ରଚାର ହୋଇଥିଲା ତା’ ଉପରୁ ପରଦା ହଟାଇଛନ୍ତି ନିଜେ ୟୁଟ୍ୟୁବର। ପୁଲିସ ଡିଟେନସନରୁ ବାହାରିବା ପରେ ସେ ନିଜେ ଏକ ଭିଡିଓ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଭିଡିଓରେ ସେ ତାଙ୍କର ପାସ୍ପୋର୍ଟ ଦେଖାଇବା ସହ କହିଛନ୍ତି ଯେ ସେ ଜଣେ ଭାରତୀୟ ନାଗରିକ। ତାଙ୍କ ନାଁରେ ମିଛ ପ୍ରଚାର କରାଯାଇଛି।

ଭିଡିଓରେ ଧ୍ରୁବ କହିଛନ୍ତି “ଆଇ ଆମ ଏନ ଇଣ୍ଡିଆନ ସିଟିଜେନ। ଏଇଟା ମୋ ପାସ୍ପୋର୍ଟ(ପାସପୋର୍ଟ ଦେଖାଇ)। ମୁଁ ଭାରତୀୟ ନାଗରିକ, ଆଉ ରହିବି ମଧ୍ୟ।” ଧ୍ରୁବ ଏହି ଭିଡିଓକୁ ତାଙ୍କର ସମସ୍ତ ସୋସିଆଲ୍ ମିଡିଆ ସାଇଟ୍ରେ ପୋଷ୍ଟ କରିଛନ୍ତି।କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ନାଗରିକତା ବିଷୟରେ ମିଛ ପ୍ରଚାର କରିଛନ୍ତି। ଏବଂ ତାଙ୍କର ଡିଟେନସନକୁ ଠିକ୍ ବୋଲି କହୁଛନ୍ତି। ସେ ଆଉ ବିକ୍ଷୋଭରେ ସାମିଲ ହେବେ ନାହିଁ ବୋଲି ଧ୍ରୁବ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମିଡିଆ ଗୁଜବ ପ୍ରଚାର କରୁଛନ୍ତି ବୋଲି ଧ୍ରୁବ ଅଭିଯୋଗ କରିଛନ୍ତି।

ମୋତେ ଗୁଣ୍ଡା ପଠାଇ ଉଠାଇ ନେଲେ

ଡିଟେନସନରୁ ବାହାରିବା ପରେ ଭିଡିଓ ଅପଲୋଡ କରି ତାଙ୍କୁ କେମିତି ଉଠାଇ ନିଆଯାଇଥିଲା ସେ ବିଷୟରେ ବି ଖୁଲାସା କରିଛନ୍ତି ରାଠୀ। ସେ ଶୋଇଥିବା ବେଳେ ତାଙ୍କୁ ଅପହରଣ କରିବା ପାଇଁ ଗୁଣ୍ଡା ପଠା ଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ରାଠୀଙ୍କ ଅଭିଯୋଗ ଅନୁସାରେ ଶନିବାର ସକାଳେ ସାଧାପୋଷାକରେ କିଛି ଲୋକ ଆସି ତାଙ୍କୁ ତାଙ୍କ ଘରୁ ଉଠାଇନେଇ ଥିଲେ। ସକାଳ ପ୍ରାୟ ୭ଟା ବେଳେ ୨୦ ଜଣ ଲୋକ ତାଙ୍କ ଘରେ ଭିତରେ ପଶିଥିଲେ। ସେ ଶୋଇଥିବା ବେଳେ ତାଙ୍କୁ ଉଠାଇ ନିଆଯାଇଥିଲା। ଏମିତି ସେମାନେ କିଏ ବୋଲି ପଚାରିବାକୁ ତାଙ୍କୁ ସମୟ ଦିଆଯାଇ ନଥିଲା।

Also Read- ଦିଲ୍ଲୀରେ ମେଟ୍ରୋ ବନ୍ଦ କରି ପାରିବେ ନାହିଁ, ଇଣ୍ଟରନେଟ୍ ସେବା ତୁରନ୍ତ ଦିଅ; ତାଗିଦ ସହ ପୋଲିସକୁ SCଙ୍କ ବଡ଼ ଆଦେଶ

ଅପହରଣ ପରେ ତାଙ୍କୁ ଅଲଗା ଅଲାଗ ପୁଲିସ ଷ୍ଟେସନକୁ ନିଆଯାଇଥିଲା। ତାଙ୍କୁ ତାଙ୍କ ଓକିଲ ସହ ଯୋଗାଯୋଗ କରିବାକୁ ଦିଆଯାଇ ନଥିଲା। ପ୍ରାୟ ୨୨-୨୩ ଘଣ୍ଟା ତାଙ୍କୁ ଫୋନ୍ ବି ଧରିବାକୁ ଦିଆଯାଇ ନଥିଲା। ତେବେ ଅପହରଣ ବେଳେ ସେ ଆହତ ହୋଇଥିବା ଧ୍ରୁବ ଅଭିଯୋଗ କରିଛନ୍ତି। ତାଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ସେ ଅଘୋଷିତ ଜରୁରୀ କାଳୀନ ପରିସ୍ଥିତି ବୋଲି କହିଛନ୍ତି। ତା ଛଡ଼ା ତାଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଏଥିପାଇଁ ସେ ଘରୁ ବାହାରି ପାରୁ ନାହାନ୍ତି ବୋଲି ଧ୍ରୁବ ଅଭିଯୋଗ ଆଣିଛନ୍ତି।

ପୋଷ୍ଟ କରିଥିବା ଭିଡିଓରେ ସେ କ୍ୟାପ୍ସେନ ଦେଇ ଲେଖିଛନ୍ତି ‘ମୋତେ ଗିରଫ କି ଅଟକ ରଖାଯାଇ ନଥିଲା । ମୋତେ ଅପହରଣ କରି ନିଆଯାଇଥିଲା।

ଅକ୍ଟୋର ୧୦ ତାରିଖରେ ଦିଲ୍ଲୀରେ ଜନ୍ତରମନ୍ତରରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରେ ସାମିଲ୍ ହେବା ଆଶଙ୍କାରେ ତାଙ୍କୁ ତାଙ୍କ ଘରୁ କଷ୍ଟୁଡିକୁ ନେଇ ନେଇଥିଲା ଦିଲ୍ଲୀ ପୁଲିସ। ଧ୍ରୁବ ରାଠିଙ୍କ ଅଭିଯୋଗ ଅନୁସାରେ ଧ୍ରୁବ ତାଙ୍କ ଘରେ ଥିବା ବେଳେ ତାଙ୍କୁ କଷ୍ଟୁଡିକୁ ନିଆଯାଇଥିଲା।

ତେବେ ଏଭଳି କାର୍ଯ୍ୟାନୁଷ୍ଠାନରେ ସେ ଆଦୌ ଡରିବେ ନାହିଁ। ଦେଶରେ ସମସ୍ୟା ବିଷୟରେ ଏମିତି ସ୍ୱର ଉତ୍ତ୍ୱଳନ କରିବା ଜାରି ରଖିବେ ବୋଲି ଧ୍ରୁବ ରାଠୀ ଭିଡିଓରେ କହିଛନ୍ତି।