ଢେଙ୍କାନାଳ ୨୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳରେ ବିଭିନ୍ନ ନାଳ ଓ ପୋଖରୀ ବନ୍ୟା ଜଳରେ ଫୁଲି ଉଠିଛି । ତେବେ ଓଡାପଡ଼ା ବ୍ଲକ୍ ଅନ୍ତର୍ଗତ ଖୁଣ୍ଟୁଝରି ପଂଚାୟତର ବିଦାବନ୍ଧ ଦେଇ ଯାଇଥିବା ବଡ଼ଜୋରା ନାଳ ବନ୍ୟା ଜଳରେ ଉଚ୍ଛୁଳି ଉଠିଛି । ଏପରିକି ଖୁଣ୍ଟୁଝରି ପଟରୁ ବିଦାବନ୍ଧ, ହରିପୁର ଓ ବେଶାଲିଆ ଗ୍ରାମକୁ ଯୋଗାଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ବନ୍ୟା ପାଣିରେ ବିଚ୍ଛିନ୍ନ ରହିଛି । ଏହି ଗ୍ରାମ ରାସ୍ତାରେ ଥିବା ପୋଲ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଯିବା ଆସିବା ଠପ୍ ହୋଇଯାଇଛି ।

ତେବେ ଜଣେ ଅମାନିଆ ଯୁବକ ଏହି ପୋଲ ଦେଇ ବାଇକ୍ ଯୋଗେ ଯିବାବେଳେ ପୋଲ ଉପରେ ପାଣି ଯୋଗୁଁ ବିଭ୍ରାନ୍ତି ହୋଇ ପୋଲ ତଳକୁ ଖସି ଯାଇଥିଲେ । ଫଳରେ ବନ୍ୟା ପାଣିରେ ତାଙ୍କ ବାଇକ୍ ସହ ତାଙ୍କୁ ବଡ଼ଜୋରା ନାଳରେ ଭସାଇ ନେଇଥିଲା । ନିକଟରେ ଥିବା ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ବନ୍ୟା ପାଣିରୁ ବାଇକ୍ ସହ ଉଦ୍ଧାର କରିଥିବା ଜଣାପଡ଼ିଛି ।

Also Read:- ପାଠ୍ଯପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ, ଲକ୍ଷ୍ମଣ କହିଲେ ନୈତିକତାର ପାଠ ନ ପଢାନ୍ତୁ

ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ଖୁଣ୍ଟୁଝରି ଗ୍ରାମର ରିଙ୍କୁ ରାଉତ ବୋଲି ଜଣାପଡିଛି । ରିଙ୍କୁ ଖୁଣ୍ଟୁଝରି ଗ୍ରାମରୁ ହରିପୁର ଯାଉଥିବା ବେଳେ ଲୋକ ମନାକରିବା ସତ୍ତ୍ବେ ଏହି ପୋଲ ଉପରେ ଅମାନିଆ ହୋଇ ଯାଉଥିବା ବେଳେ ଅଘଟଣ ଘଟିଥିଲା ।