କରଞ୍ଜିଆ ୧୮।୧୦ : ବିଲ ମଝିରେ ପଡିଛି ଯୁବକଙ୍କ ମୃତଦେହ । କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ । ମୃତକଙ୍କ ମୁଣ୍ଡ ପଛରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହ ପାଖରେ କୀଟନାଶକ ଏବଂ ପାଣି ବୋତଲ ରଖିଥିବା ସନ୍ଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ମଣଦା ଗାଁରୁ ଆସିଛି ଅଭାବନୀୟ ଘଟଣା । ଶନିବାର ସକାଳୁ ବାରି ଗାଁର ଭଞ୍ଜକିଶ୍ୱର ପାତ୍ର ଘରୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ରବିବାର ଦିନ ୩ଟା ସମୟରେ ଘର ଲୋକ ଖବର ପାଇଥିଲେ ଯେ, ଗାଁର ଥିବା ଏକ ବିଲରେ ତାଙ୍କ ମୃତଦେହ ପଡିଛି । ଏହାପରେ ପରିବାର ଲୋକ ତୁରନ୍ତ ଘଟଣାସ୍ଥଳର ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ଆଉ ଏହା ପରେ ତୁରନ୍ତ ପୋଲିସକୁ ଖବର ମଧ୍ୟ ଦେଇଥିଲେ । ଯଶିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିବାର ସୂଚନା ମିଳିଛି ।

Also Read:-ପୂଜା ମଣ୍ଡପ ବୁଲିବା ବେଳେ ଷ୍ଟ୍ରିଟ୍ ଫୁଡ୍ ଖାଉଥିଲେ ସାବଧାନ ! ଚଢ଼ାଉ ବେଳେ ୩ କ୍ୱିଣ୍ଟାଲ ବାସି ଖାଦ୍ୟ ନଷ୍ଟ

ତେବେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଛି । କାହିଁକି ନା ତାଙ୍କ ମୃତଦେହ ନିକଟରେ କୀଟନାଶକ ଏବଂ ପାଣି ବୋତଲ ରଖାଯାଇଛି । କିଏ ଓ କାହିଁକି ଏପରି କରିଛି , ପୋଲିସର ତଦନ୍ତ ଏବଂ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ପରେ ହିଁ ପ୍ରକୃତ ସତ ପଦାକୁ ଆସିବ ବୋଲି ପରିବାର ଲୋକେ ଆଶା କରିଛନ୍ତି ।