ନୂଆଦିଲ୍ଲୀ: ଦୁନିଆର ଖ୍ୟାତାନାମା ଉଦ୍ୟୋଗପତି ତଥା ସମାଜସେବୀ ବିଲ୍ ଗେଟ୍ସ ପୁଣି ଥରେ ଜେଫ୍ରି ଏପଷ୍ଟିନ ସଂପର୍କିତ ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ମାମଲାରେ ଫସିଥିବା ବିଲ୍ ଗେଟ୍ସ ବର୍ତ୍ତମାନ କ୍ଷମା ମାଗିଛନ୍ତି। ସେ ସ୍ଵୀକାର କରିଛନ୍ତି ଯେ, ମୋର ଦୁଇ ରୁଷି ମହିଳାଙ୍କ ସହ ସଂପର୍କ ଥିଲା। ନିକଟରେ ସାମ୍ନାକୁ ଆସିଥିବା ନୂଆ ରିପୋର୍ଟ ପରେ ବଢୁଥିବା ବିବାଦ ମଧ୍ୟରେ ବିଲ୍ ଗେଟ୍ସ ନିଜ ସଂସ୍ଥା ଗେଟ୍ସ ଫାଉଣ୍ଡେସନର କର୍ମଚାରୀଙ୍କୁ ସାର୍ବଜନୀନ ଭାବେ କ୍ଷମା ମାଗିଛନ୍ତି। ସେ କହିଛନ୍ତି ମୋ ଦ୍ଵାରା ବହୁତ ବଡ଼ ଭୁଲ୍ ହୋଇ ଯାଇଛି।

ଏକ ଆଭ୍ୟନ୍ତରୀଣ ଟାଉନହଲ୍ ମିଟିଂରେ ବିଲ୍ ଗେଟ୍ସ ନିଜର ପୁରୁଣା ସମ୍ବନ୍ଧକୁ ନେଇ ପ୍ରଶ୍ନର ଉତ୍ତର ଦେଇ ନିଜର ଭୁଲ୍ ସ୍ଵୀକାର କରିଛନ୍ତି। ସେ କହିଛନ ଏପଷ୍ଟିନଙ୍କ ସହ ସମୟ ବିତାଇବାଉ ଏବଂ ଫାଉଣ୍ଡେସନର ବରିଷ୍ଠ ଅଧିକାରୀଙ୍କୁ ତାଙ୍କ ସହ ଭେଟ କରାଇବା ବହୁତ ବଡ଼ ଭୁଲ୍ ଥିଲା। ଏହି କାରଣ ପାଇଁ ସଂଗଠନର ଲୋକଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ଏଥିପାଇଁ ସେ ନିଜକୁ ଦାୟୀ କରୁଛନ୍ତି।

Also read: ପିଏମ ମୋଦୀଙ୍କୁ ଇସ୍ରାଏଲରେ ଗ୍ରାଣ୍ଡ ଓ୍ଵେଲକମ, ବିମାନ ବନ୍ଦରରେ ଆଲିଙ୍ଗନ କଲେ ନେତନ୍ୟାହୁ

ଟାଉନ ହଲରେ ବିଲ୍ ଗେଟ୍ସଦ ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ, ଏପଷ୍ଟିନ ଫାଇଲ୍ସରେ ଉଲ୍ଲେଖ ଦୁଇ ରୁଷ ମହିଳାଙ୍କ ସହ ତାଙ୍କର ସମ୍ବନ୍ଧ ଥିଲା। କିନ୍ତୁ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଉକ୍ତ ସଂପର୍କର ଏପଷ୍ଟିନର ପୀଡ଼ିତାଙ୍କ ସହ କୌଣସି ନେଣଦେଣ ନାହିଁ। ମାଇକ୍ରୋସଫ୍ଟର ସହ ସଂସ୍ଥାପକଙ୍କ ଏହି ବୟାନ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ବିବାଦ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଥିଲା ଯେତେବେଳେ ଆମେରିକାର ଆଇନ ବିଭାଗ ସଂପର୍କିତ କିଛି ଦସ୍ତାବିଜ ଓ ଫଟୋ ସାର୍ବଜନୀନ ହୋଇଥିଲା। ଏଥିରେ ବିଲ୍ ଗେଟ୍ସ ଓ ଏପଷ୍ଟିନଙ୍କ ମଧ୍ୟରେ ଅନେକ ସାକ୍ଷାତ ବିଷୟରେ ଉଲ୍ଲେଖ ଥିଲା। କିଛି ଫଟୋରେ ବିଲ୍ ଗେଟ୍ସ ସେହି ମହିଳାଙ୍କ ସହ ନଜର ଆସିଛନ୍ତି, ଯାହାଙ୍କ ପରିଚୟ ଗୋପନୀୟ ରଖାଯାଇଛି। ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ ଟାଉନହଲ ମିଟିଂ ସମୟରେ ବିଲ୍ ଗେଟ୍ସ ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ, ସେ ରୁଷ ମହିଳାଙ୍କ ସହ ନିଜର ବ୍ୟକ୍ତିଗତ ସମ୍ବନ୍ଧରେ ଥିଲେ। ଆଉ ଏହି ମହିଳାଙ୍କ ଉଲ୍ଲେଖ ଏପଷ୍ଟିନ ଫାଇଲ୍ସରେ ରହିଛି। ବିଲ୍ ଗେଟ୍ସ କର୍ମଚାରୀଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ କିଛି ବେଆଇନ କାମ କରିନି ଏବଂ ନା ସେମିତି କିଛି ଦେଖିଛି।

Also read: ଇରାନଠୁ ଏହି 'ସିକ୍ରେଟ୍ ଶବ୍ଦ' ଶୁଣିବାକୁ ଚାହୁଁଛନ୍ତି ଟ୍ରମ୍ପ୍, ନଚେତ୍ ଧ୍ୱଂସ ହୋଇଯିବ ତେହରାନ

AI ଇମ୍ପାକ୍ଟ ସମିଟ୍ ୨୦୨୬କୁ ଆସି ନ ଥିଲେ ବିଲ୍ ଗେଟ୍ସ

ଏହି ପୂରା ବିବାଦର ପ୍ରଭାବ ବିଲ୍ ଗେଟ୍ସଙ୍କ ସାର୍ବଜନୀନ କାର୍ଯ୍ୟକ୍ରମ ଉପରେ ମଧ୍ୟ ପଡ଼ିଛି। ଗେଟ୍ସ ନିକଟରେ ଭାରତରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ରେ ଯୋଗ ଦେଇ ନ ଥିଲେ। ବିବାଦ ଯୋଗୁଁ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। କାରଣ କାର୍ଯ୍ୟକ୍ରମର ଧ୍ୟାନ ମୁଖ୍ୟ ବିଷୟ ଉପରୁ ନ ହଟୁ। ଉଲ୍ଲେଖନୀୟ ଗେଟ୍ସ ଫାଉଣ୍ଡେସନ ପୂର୍ବରୁ ମଧ୍ୟ ସ୍ପଷ୍ଟ କରି ସାରିଛି ଯେ, ଏପଷ୍ଟିନ ସହ କୌଣସି ପ୍ରକାରର ନା ଆର୍ଥିକ ନେଣଦେଣ ହୋଇଛି ନା କେବେ ସଂଗଠନରେ କୌଣସି ଭୂମିକା ଦିଆଯାଇଛି। ଏହା ସତ୍ତ୍ଵେ ନୂଆ ଖୁଲାସା ପରେ ବ ଗେଟ୍ସଙ୍କ ଛବି ଏବଂ ତାଙ୍କର ପେଶାଦାର ବିଶ୍ଵସନୀୟତା ଉପରେ ପୁଣି ଥରେ ପ୍ରଶ୍ନ ଉଠିବାରେ ଲାଗିଛି।