ଶୁକ୍ର ମହାଗ୍ରହ ଏବେ ସ୍ୱରାଶି ତୁଳାରେ ଅବସ୍ଥାନ କରୁଛନ୍ତି। ଏଣୁ ମାଲବ୍ୟ ରାଜଯୋଗ ସୃଷ୍ଟି ହୋଇଛି। ତେବେ ୩ ଅକ୍ଟୋବର ଶନିବାର ଶୁକ୍ର ତୁଳା ରାଶିରେ ବକ୍ରି ହେଉଛନ୍ତି। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ଶୁକ୍ର ବକ୍ରି ହେବା ଦ୍ୱାରା ତାଙ୍କ ଶକ୍ତି ବାହାରକୁ ବାହାରିବା ବଦଳେ ଭିତରକୁ ମୋଡି ହୋଇଯାଉଛି। ଏଣୁ ପଇସା, ସମ୍ପର୍କ ଓ ପ୍ରେମ ଉପରେ ଗଭୀର ପ୍ରଭାବ ପଡିବ। କିଛି ମାମଲାରେ ବୈବାହିକ ଜୀବନରେ ଭୁଲ ବୁଝାମଣା ହୋଇପାରେ ତ କାହାର ପୁରୁଣା ପ୍ରେମ ସମ୍ପର୍କ ପୁଣି ନୂଆ ରୂପ ନେଇପାରେ। ଏହା ଛଡା ଖର୍ଚ୍ଚ ମଧ୍ୟ ବଢିବ ଓ ବ୍ୟବସାୟୀକ ଡିଲ ଉପରେ ଶୁକ୍ରଙ୍କ ପ୍ରଭାବ ପଡିପାରେ।

ପଞ୍ଚାଙ୍ଗ ଅନୁସାରେ ୩ ଅକ୍ଟୋବର ୨୦୨୬ ମଧ୍ୟାହ୍ନ ୧୨ଟା ୪୫ ମିନିଟ୍ ରେ ଶୁକ୍ର ତୁଳା ରାଶିରେ ବକ୍ରି ହେବେ ଓ ୧୪ ନଭେମ୍ବର ୨୦୨୬ ସକାଳ ୫ଟା ୭ ମିନିଟ୍ ପର୍ଯ୍ୟନ୍ତ ବକ୍ରି ରହିବେ। ଏହି ପ୍ରଭାବରୁ କିଛି ରାଶିଙ୍କ ଲାଗି ଅନୁକୂଳ ସୁଯୋଗ ସୃଷ୍ଟି ହେବ ତ ଆଉ କିଛି ରାଶିଙ୍କ ଲାଗି ଅଶୁଭ ଫଳ ଦେଇ ପାରନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଲାଗି ହେବ ଅଶୁଭ।

ମେଷ ରାଶିଙ୍କ ବଢିବ ଖର୍ଚ୍ଚ
ମେଷ ରାଶି ଜାତକଙ୍କ ଲାଗି ଶୁକ୍ର ବକ୍ରି ହେବା ଖର୍ଚ୍ଚ ବଢାଇପାରେ। ଏଣୁ ବଜେଟ ଦେଖି ଚଳିବାକୁ ଚେଷ୍ଟା କରନ୍ତୁ ଓ ଫାଲତୁ ଖର୍ଚ୍ଚରୁ ବଚନ୍ତୁ। ଲାଇଫ ପାର୍ଟନର ଅଥବା ଲଭ ପାର୍ଟନରଙ୍କ ସହ ଭୁଲ ବୁଝାମଣା ହୋଇପାରେ ବା ମନୋମାଳିନ୍ୟ ହୋଇପାରେ।

ସିଂହରାଶିଙ୍କ ଖରାପ ହେବ ସମ୍ପର୍କ
ସିଂହ ରାଶି ଜାତକଙ୍କ ଲାଗି ଶୁକ୍ରଙ୍କ ବକ୍ରଗତି ସମ୍ପର୍କ ଉପରେ ପ୍ରଭାବ ପକାଇ ପାରେ। ଆପଣ କାହାକୁ କଟୁ କଥା କହି ପାରନ୍ତି, ଯାହା ସାମ୍ନାରେ ଥିବା ଲୋକଙ୍କୁ ବାଧି ପାରେ। ଖାସ କରି କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ। ଯାହା ବି କରିବେ ବୁଝି ବିଚାରି କରନ୍ତୁ।

ଋଣ ଦେବାରୁ ବର୍ତ୍ତନ୍ତୁ ବୃଶ୍ଚିକ ରାଶି
ବୃଶ୍ଚିକ ରାଶି ଲୋକଙ୍କ ଲାଗି ଶୁକ୍ର ବକ୍ରି ହେବା ବଡ଼ ଖର୍ଚ୍ଚର କାରଣ ହୋଇ ପାରେ। ଏଥି ପାଇଁ ବଡ ଋଣ କରିବାକୁ ମଧ୍ୟ ପଡିପାରେ। ନଚେତ କେହି ଆପଣଙ୍କଠାରୁ ମୋଟା ରକମର ଅର୍ଥ ଋଣ ମାଗି ପାରନ୍ତି। ମୋଟ ଉପରେ ପଇସା ଯିବ ଓ ଅଟକିବାର ଯୋଗ ସୃଷ୍ଟି ହୋଇଛି। ଏହି ସମୟରେ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ।

ମକର ରାଶି
ମକର ରାଶି ଜାତକଙ୍କ ଲାଗି ଶୁକ୍ର ବକ୍ରି ହେବା ବ୍ୟବସାୟରେ କ୍ଷତିର କାରଣ ହୋଇପାରେ। ବରିଷ୍ଠ ଅଧିକାରୀଙ୍କ ସହ ଝଗଡ଼ା ହୋଇ ପାରେ ଅଥବା କ୍ଲାଏଣ୍ଟ ଙ୍କ ସହିତ ବିବାଦ ହୋଇପାରେ। ଏଣୁ କୌଣସି କାରବାରରେ କାଗଜପତ୍ର ଭଲରେ ପଢି ସ୍ୱାକ୍ଷର କରନ୍ତୁ।

ମିନ ରାଶି
ମିନ ରାଶି ଜାତକଙ୍କ ଲାଗି ଶୁକ୍ର ବକ୍ରି ହେବା ବୈବାହିକ ଜୀବନରେ ବିବାଦର କାରଣ ହୋଇପାରେ। ଭାଗିଦାରୀ ବ୍ୟବସାୟରେ ସମସ୍ୟା ଉପୁଜିପାରେ। ଧୈର୍ଯ୍ୟର ସହ କାମ କରନ୍ତୁ କୌଣସି ପୁରୁଣା ରହସ୍ୟ ସାମ୍ନାକୁ ଆସି ପାରେ। ସବୁଠୁ ଭଲ ହେବ ଜରୁରି ମାମଲାରେ ପାରଦର୍ଶିତା ରକ୍ଷା କରନ୍ତୁ।

ଅଶୁଭ ପ୍ରଭାବରୁ ବର୍ତ୍ତିବେ କିପରି?
ଶୁକ୍ରଙ୍କ ବକ୍ରି ହେବା ଯୋଗୁ ଅଶୁଭ ଫଳରୁ ରକ୍ଷା ପାଇବା ପାଇଁ ସବୁ ଶୁକ୍ରବାର ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଖୀର ଅଥବା ଦୁଗ୍ଧରେ ତିଆରି ବର୍ଫି ଅର୍ପିତ କରନ୍ତୁ। ଏହା ଛଡା ଦୈନିକ ‘ଓଁ ଶୁଂ ଶୁକ୍ରାୟ ନମଃ’ ୧୦୮ ଥର ଜପ କରନ୍ତୁ। ସବୁ ଦିନ ଦେହରେ ସୁଗନ୍ଧ ଲଗାନ୍ତୁ ଏପରିକି ଘରେ ରହୁଥିଲେ ବି ସଫା ପୋଷାକ ପିନ୍ଧିବା ସହି ଅତର ଲଗାନ୍ତୁ।