ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୬ରେ ଇତିହାସ ରଚିଛି ଭାରତୀୟ ହକି ଦଳ। ଗିଫୁ ପ୍ରିଫେକଚରାଲ ଗ୍ରୀନ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ଭାରତ ମାଲେସିଆକୁ ୫-୧ ଗୋଲରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଛି। ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ପଞ୍ଚମ ପଦକ। ଏହା ସହ ଭାରତୀୟ ଟିମ୍ ଲସ ଏଞ୍ଜଲେସ ୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଉଲ୍ଲେଖନୀୟ ଇତିହାସରେ ପ୍ରଥମ ଥର ଭାରତୀୟ ମହିଳା ଓ ପୁରୁଷ ଉଭୟ ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଶୁକ୍ରବାର ମହିଳା ଟିମ୍ ସ୍ଵର୍ଣ୍ଣ ପଦକ ଜିତିବା ସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏସୀୟ କ୍ରୀଡ଼ାରେ ଭାରତ ୨୧ଟି ସ୍ଵର୍ଣ୍ଣ ପଦକ ଜିତି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି।

ଫାଇନାଲ୍ ମୁକାବିଲାରେ ଭାରତ ଏକତରଫା ବିଜୟ ହାସଲ କରିଛି। ମାଲେସିଆର ଖେଳାଳି ମ୍ୟାଚରେ ଟକ୍କର ଦେଇ ପାରି ନ ଥିଲେ। ଖେଳର ପ୍ରଥମ କ୍ଵାର୍ଟରରେ ଭାରତ ପକ୍ଷରୁ ହରମନପ୍ରୀତ ସିଂ ୧୧ତମ ମିନିଟରେ ପ୍ରଥମ ଗୋଲ୍ ଦେଇ ଭାରତକୁ ୧-୦ରେ ଅଗ୍ରଣୀ ହାସଲ କରାଇଥିଲେ। ଏହା ପରେ ୧୪ତମ ମିନିଟରେ ମାଲେସିଆ ମ୍ୟାଚକୁ ବରାବର କରିଥିଲା।

Also Read: ଓ୍ଵାର୍ଲ୍ଡ ନମ୍ବର-୧ ପହିଲମାନଙ୍କୁ ହରାଇଲେ ଅମନ ସହରାଓ୍ଵତ, ଭାରତକୁ ଦେଲେ ୨୦ତମ ଗୋଲ୍ଡ

ହେଲେ ଦ୍ଵିତୀୟ କ୍ଵାର୍ଟରରେ ଭାରତ ଆହୁରି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଖେଳର ୨୩ତମ ମିନିଟରେ ଗୁଜରାଜ ସିଂ ଗୋଲ୍ ଦେଇ ମ୍ୟାଚରେ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ। ତୃତୀୟ କ୍ଵାର୍ଟର ଖେଳର ୫୨ତମ ମିନିଟରେ ହାର୍ଦ୍ଦିକ, ଚତୁର୍ଥ କ୍ଵାର୍ଟରର ୫୪ତମ ଏବଂ ୫୭ତମ ମିନିଟରେ ହରମନପ୍ରୀତ ସିଂ ଆଉ ଏକ ଗୋଲ୍ ଦେଇ ଭାରତକୁ ୫-୧ ଗୋଲରେ ଜିତାଇଛନ୍ତି।

ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଟିମ୍ ପ୍ରଥମଥର ପାଇଁ ନିଜର ସ୍ୱର୍ଣ୍ଣ ପଦକ ସଫଳତାର ସହ ଡିଫେଣ୍ଡ (ଲଗାତାର ଦୁଇଟି ସଂସ୍କରଣରେ ସ୍ୱର୍ଣ୍ଣ) କରିଛି। ପୂର୍ବରୁ ଭାରତ ୧୯୬୬, ୧୯୯୮, ୨୦୧୪ ଏବଂ ୨୦୨୩ରେ ଚାମ୍ପିୟନ ହୋଇଥିଲା। ପୁରୁଷ ହକି ଦଳର ଏହି ସ୍ୱର୍ଣ୍ଣ ପଦକ ସହ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ମୋଟ ସ୍ୱର୍ଣ୍ଣ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏହାସହିତ ଭାରତ ପଦକ ତାଲିକାରେ ଉଜବେକିସ୍ତାନକୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।