ନୂଆଦିଲ୍ଲୀ: ଏମିତି ସେମିତି ନୁହେଁ, ମାଲିକେ ସେ ୧୦୦ କୋଟି । କିନ୍ତୁ ଜୀବନଶୈଳୀ ଭାରି ସାଧାରଣ । ନା ପାଖରେ ଅଛି ବ୍ରାଣ୍ଡେଡ୍ କାର, ନା ଘର । ଯୁଆଡେ ଗଲେ ଯାଆନ୍ତି ଅଟୋରେ । ଏତେ କୋଟିପତି ହୋଇ ବି ଯାତ୍ରା ତାଙ୍କର ଅଟୋରେ । ଆଚରଣ ପରିପାଟି ବି ଅତି ସାଧାରଣ । ଏକଥା ଆମେ କହୁନୁ ବରଂ ଭାଇରାଲ ହେଉଛି ସୋସିଆଲ ମିଡିଆରେ ପୋଷ୍ଟ ।

‘Naturally Yours’ ନୁଡୁଲ୍ ବ୍ରାଣ୍ଡର ପ୍ରତିଷ୍ଠାତା ବିନୋଦ ଚେନ୍ଧିଲ୍ ତାଙ୍କ ‘X’ ହ୍ୟାଣ୍ଡେଲରେ ଏକ ଆଶ୍ଚର୍ଯ୍ୟ ଜନକ କାହାଣୀ ସେୟାର କରିଛନ୍ତି ।ସେ ତାଙ୍କ ଏକ୍ସରେ ଲେଖିଛନ୍ତି, ମୋର ପ୍ରତିଷ୍ଠିତ ବନ୍ଧୁଙ୍କ ପାଖେ ୧୦୦ କୋଟି ଟଙ୍କାର ସଂପତ୍ତି ଅଛି । ତଥାପି ସେ ସାଧାରଣ ଲୋକଙ୍କ ପରି କାଟୁଛନ୍ତି ଜୀବନ । ମୁମ୍ବାଇର ଅଟୋରିକ୍ସାରେ କରନ୍ତି ଯାତ୍ରା । ଏମିତିକି ରୁହନ୍ତି ସାଧାରଣ ହୋଟେଲରେ । ଏତେ ସମ୍ପତ୍ତି ଥିଲେ ମଧ୍ୟ ସେ କେବେ ମହଙ୍ଗା ଗାଡ଼ି କିଣିବାକୁ ଆଗ୍ରହ ଦେଖାଇନାହାନ୍ତି । ବୋଲି ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।

ଏହି ପୋଷ୍ଟଟି ସୋସିଆଲ ମିଡିଆକୁ ଆସିବା ପରେ ଖୁବ୍ ଚର୍ଚ୍ଚା ହେଉଛି । ଜଣେ ଏହାକୁ ପ୍ରଶଂସା କରି କହିଛନ୍ତି, ଏହା ସରଳତା ଓ ସଂଯମର ଉଦାହରଣ । ତଥାପି, ଅନ୍ୟ କିଛି ଲୋକ ଏହାକୁ ଆଶ୍ଚର୍ଯ୍ୟ ଭାବେ ରାକ୍ଟ କରିଛନ୍ତି । ସେପଟେ ରବି ହାଣ୍ଡା ବୋଲି ଜଣେ IIT-ଶିକ୍ଷିତ ଉଦ୍ୟୋଗୀ, ଏହାକୁ ନେଇ ଏକ ବିତର୍କ ଭାବେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ସେ ୧୦ କୋଟିର ମାଲିକ ଏବଂ ଏକ ଆରାମଦାୟକ ଜୀବନଯାପନ କରନ୍ତି । ତଥାପି, ଯଦି ତାଙ୍କର ୫୦ କୋଟିର ସମ୍ପତ୍ତି ଥାଆନ୍ତା ତେବେ ତାଙ୍କ ଜୀବନ ଯଥେଷ୍ଟ ପରିବର୍ତ୍ତନ ହୋଇଥାଆନ୍ତା ବୋଲି ସେ କହିଛନ୍ତି ।

 

ସେପଟେ ବିନୋଦ ଚେନ୍ଧିଲ୍ କରିଥିବା ପୋଷ୍ଟକୁ ନେଇ କିଛି ଲୋକ ଆଚର୍ଯ୍ୟ ହୋଇ ଅନେକ ପ୍ରାନ କରିଥିବା ଦେଖିବାକୁ ମିଳିଛି । ଜଣେ ୟୁଜର କହିଛନ୍ତି, ତାଙ୍କ ବନ୍ଧୁ ଯଦି ୧୦୦ କୋଟି ଟଙ୍କାର ମାଲିକ ତେବେ ସେ କହିଁକି ଏଭଳି ଗରିବ ଭଳି ଜୀବନଯାପନ କରୁଛନ୍ତି ? ଚେନ୍ଧିଲ୍ ମଧ୍ୟ ଏପରି ଏକ ପୋଷ୍ଟର ଉତ୍ତର ଦେଇ କହିଛନ୍ତି ଏଥିରେ ତାଙ୍କ ବନ୍ଧୁ ‘ବହୁତ ଖୁସି’ । 

Also Read....Wife Beats Husband with Bat Video: ସ୍ୱାମୀଙ୍କୁ ବ୍ୟାଟ୍‌ରେ ପିଟିଲେ ପତ୍ନୀ, ଭିଡିଓ ଭାଇରାଲ୍‌: ୨ ବର୍ଷର ନିର୍ଯାତନାର ପ୍ରମାଣ ଦେଲେ ଅସହାୟ ସ୍ୱାମୀ