ନୂଆଦିଲ୍ଲୀ ୧୧।୦୪ : ବଢିଲା ଟ୍ରିବ୍ୟୁନାଲର ଅବଧି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହେବ। ତେବେ ମହାନଦୀ ଟ୍ରିବ୍ୟୁନାଲର ଅବଧି ୧୩ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଆଜିର ଶୁଣାଣିରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଇଛନ୍ତି ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ।

Also Read:-୬୦ ଫୁଟ ତଳକୁ ଖସିଲା OSRTC ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ

ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନର ବିବାଦ ଲାଗି ରହିଛି। ୨୦୧୮ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଟ୍ରିବ୍ୟୁନାଲ ଏପର୍ଯ୍ୟନ୍ତ ୪୯ଟି ଶୁଣାଣି କରିସାରିଥିବା ବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୋଟିଏ ପଟେ ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ସମ୍ଭବ ବୋଲି ଉଭୟ ରାଜ୍ୟ ଆଶା ପୋଷଣ କରିଛନ୍ତି। ଅନ୍ୟପଟେ ଟ୍ରିବ୍ୟୁନାଲର ସଦସ୍ୟ ଓଡ଼ିଶା ଏବଂ ଛତିଶଗଡ଼ରେ ମହାନଦୀ ଅବବାହିକା ପରିଦର୍ଶନ କରି ଯାଇଛନ୍ତି। ଆଉ ଏବେ ମହାନଦୀ ଟ୍ରିବ୍ୟୁନାଲର ଅବଧିକୁ ବୃଦ୍ଧି କରାଯାଇଛି । ଏପ୍ରିଲ ୧୩ରେ ସରୁଥିଲା ଟ୍ରିବ୍ୟୁନାଲର ଅବଧି । ତେଣୁ ଏହି ସମୟ ମଧ୍ୟରେ ଶୁଣାଣି କାର୍ଯ୍ୟ ଶେଷ ହୋଇପାରିବନି ବୋଲି ଟ୍ରିବ୍ୟୁନାଲର ଅବଧିକୁ ବୃଦ୍ଧି କରାଯାଇଛି । ୨୦୨୭  ଜାନୁଆରୀ ୧୩ ଯାଏଁ ଅବଧି ବଢିଛି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧି ।