ପୁରୀ ୧୬।୫: ନିର୍ମାଣାଧୀନ କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ । ପୁରୀ ଚକ୍ରତୀର୍ଥ ରୋଡ୍‌ରେ ଘଟିଛି ଅଭାବନୀୟ ଘଟଣା । ନିର୍ମାଣାଧୀନ ଲଜ୍‌ରେ କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ମୃତ ଶ୍ରମିକ ଜଗତସିଂହପୁର ଅଞ୍ଚଳର ପପୁ ବୋଲି ଜଣାପଡିଛି । ପୁରୀ ଚକ୍ରତୀର୍ଥ ରୋଡ୍ ନିକଟରେ ଥିବା ଦୁର୍ଗା ଲଜ୍‌ରେ ଶ୍ରମିକ ମାନେ କାମ କରୁଥିଲେ । ନିର୍ମାଣଧୀନ ଲଜ୍ କାମ ଚାଲିଥିବା ବେଳେ କାନ୍ଥ ପଡିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଶ୍ରମିକକୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି । ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସର ତଦନ୍ତ ଆରମ୍ଭ ।

Also Read:- ଆଗାମୀ ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା

ପୁରୀ ଚକ୍ରତୀର୍ଥ ରୋଡ୍‌ରେ ଅଭାବନୀୟ ଘଟଣା । ନିର୍ମାଣାଧୀନ ଲଜ୍‌ର କାନ୍ଥ ଭୁଶୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ସେପଟେ ସମୁଦ୍ର କୂଳ ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଶ୍ରମିକ ଜଣକ ଜଗତସିଂହପୁର ଅଞ୍ଚଳର ପପୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାକୁ ନେଇ ଚକ୍ରତୀର୍ଥ ରୋଡ୍‌ରେ ଭୟର ବାତାବରଣ ଖେଳିଯାଇଛି ।

ପୁରୀ ଚକ୍ରତୀର୍ଥ ରୋଡ୍ ନିକଟରେ ଥିବା ଦୂର୍ଗା‌ ଲଜ୍‌ରେ ଶ୍ରମିକ ମାନେ କାମ କରୁଥିଲେ । ସେହି ସମୟରେ କାନ୍ଥ ଶ୍ରମିକଙ୍କ ଉପରେ ଭୁଶୁଡ଼ି ଯାଇଥିଲା । ଜଗତସିଂହପୁରର ପପୁ ନାମକ ଜଣେ ଶ୍ରମିକ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଭୁଶୁଡ଼ି ପଡ଼ିଥିବା କାନ୍ଥ ତଳୁ ଶ୍ରମିକଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ତାଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତଦେହ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । କିଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।