ଓ୍ୱାଶିଂଟନ୍: ଆମେରିକାର ଏମିଲି ମୋରିସନ୍ ନାମ୍ନୀ ଜଣେ ମହିଳା ରଚିଛନ୍ତି ବଡ଼ କୀର୍ତ୍ତିମାନ । ସେ ନିଜ ଶରୀର ସାରା ୧୦୬ଟି ଶାର୍କ ଟାଟୁ କରି ଗିନିଜ୍ ବୁକ୍ ଅଫ୍ ସ୍ୱର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଏମିଲି ପେସାରେ ଜଣେ ଶାର୍କ ବାୟୋଲୋଜିଷ୍ଟ । ସେ ଦୀର୍ଘ ବର୍ଷ ହେଲା ଶାର୍କ ଉପରେ ଗବେଷଣା କରୁଛନ୍ତି। ଏମିଲି କହିଛନ୍ତି, ୮ ବର୍ଷ ଦୟସରେ ସେ ଶାର୍କ ଉପରେ ଆଧାରିତ ଏକ ଫିଲ୍ମ ଦେଖିଥିଲେ । ସେଥିରେ ମଣିଷଖିଆ ଗ୍ରେଟ ହ୍ୱାଇଟ୍ ଶାର୍କକୁ ଦେଖି ଭୟଭୀତ ହୋଇଯାଇଥିଲେ । ଏପରିସ୍ଥଳେ ତାଙ୍କ ପିତା ଏମିଲିଙ୍କ ଭୟ ଦୂର କରିବା ଲାଗି ଶାର୍କ ସଂପର୍କିତ କିଛି ପୁସ୍ତକ ପଢ଼ିବାକୁ ଦେଇଥିଲେ । ସେହି ସବୁ ପୁସ୍ତକ ପଢ଼ି ପଢ଼ି ଧୀରେ ଧୀରେ ତାଙ୍କ ମନରେ ଶାର୍କରୁ ନେଇ ଥିବା ଭୟ ଶେଷ ହୋଇଥିଲା । ଶାର୍କ ମାଛ ସଂପର୍କରେ ବିଭିନ୍ନ କଥା ଜାଣିବାକୁ ସେ ଆଗ୍ରହୀ ହୋଇଥିଲେ ।ବଡ଼ ହେବା ପରେ ନିଜର ଏହି ସଉକକୁ ସେ ପେସାରେ ପରିଣତ କରିଥିଲେ ।

Also read : ଅଜବ ମାଛ, ଫିମେଲ ହୋଇ ଜନ୍ମ ନିଏ କିନ୍ତୁ ପରେ ମେଲ ଫିସ ପାଲଟିଯାଏ...ରହସ୍ୟମୟ ମାଛକୁ ନେଇ ଚର୍ଚ୍ଚା ଜୋର

ଶାର୍କ ବାୟୋଲୋଜିଷ୍ଟ ଭାବେ ଏମିଲି ସମୁଦ୍ରରେ ଭିନ୍ନ ଭିନ୍ନ ପ୍ରଜାତିର ଶାର୍କଙ୍କ ଉପରେ ଗବେଷଣା ଆରମ୍ଭ କଲେ । କେବଳ ସେତିକି ନୁହେଁ, ଫ୍ଲୋରିଡାରେ ସେ ଏକ ଶାର୍କ ଆଡଭେଞ୍ଚର ଟୁର୍ କମ୍ପାନୀ ସ୍ଥାପନ କଲେ । ସେହି କମ୍ପାନୀ ଲୋକଙ୍କୁ ସମୁଦ୍ରରେ ‘ଫସିଲ୍ ଡାଇଭିଂ ଟୁଲ୍' କରାଉଥିବାବେଳେ ଏବେ ବେଶ୍ ଲୋକପ୍ରିୟତା ହାସଲ କରିଛି । ସେହିପରି ୧୯୯୯ ମସିହାରୁ ଏମିଲି ନିଜ ଶରୀରରେ ଶାର୍କର ଟାଟୁ କରିଆସୁଛନ୍ତି। ଧୀରେ ଧୀରେ ତାଙ୍କ ଶରୀରରେ ଶାର୍କ ଟାଟୁର ସଂଖ୍ୟା ବୃଦ୍ଧି ପାଇ ୧୦୬ରେ ପହଁଚିଛି । ଏଥି ସହ ସେ ଗିନିଜ୍ ରେକର୍ଡର ଅଧିକାରୀଣୀ ହୋଇଛନ୍ତି । ଯାହାକୁ ନେଇ ଏବେ ସେ ବେଶ ଚର୍ଚ୍ଚାରେ ଅଛନ୍ତି ।