ନୂଆଦିଲ୍ଲୀ : ସମୁଦ୍ର ଯେତେ ଗଭୀର ସେତେ ରହସ୍ୟମୟ ଥାଏ । ଏଠାରେ ଅନେକ କିଛି ତଥ୍ୟ ଲୁଚି ରହିଛି । ଯାହାକୁ ଆଜି ବି ବୈଜ୍ଞାନିକମାନେ ଖୋଜି ଚାଲିଛନ୍ତି । ଏବେ ବୈଜ୍ଞାନିକଙ୍କ ହାତରେ ଏମିତି କିଛି ତଥ୍ୟ ଲାଗିଛି ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ତେବେ ଏହା ହେଉଛି ଏକ ମାଛ । କିନ୍ତୁ ଏହି ମାଛ ବିରଳ । ଏହା ଜନ୍ମ ହେବା ବେଳେ ଗୋଟିଏ ଲିଙ୍ଗର ଥିବା ବେଳେ ବଡ ହେଲା ପରେ ଏହାର ଲିଙ୍ଗ ବଦଳିଯାଏ ।

ରେନବୋ ଫିସ୍ :

ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ ଏକ ରେନବୋ ଫିସ୍ ବା ଇନ୍ଦ୍ରଧନୁ ମାଛର ସନ୍ଧାନ କରିଛନ୍ତି । ଏଥିରେ ଅନେକ ରଙ୍ଗ ରହିଛି । ଯାହା ଦେଖିବାକୁ ଖୁବ୍ ସୁନ୍ଦର । ଯାହା ଅନ୍ୟ ମାଛଙ୍କଠାରୁ ଭିନ୍ନ ଅଟେ । ତେବେ ଏହି ମାଛ ମାଲଦ୍ୱୀପର ଗଭୀର ସମୁଦ୍ରରେ ଠାବ ହୋଇଛି । ଏହାକୁ ବିଶ୍ୱର ସବୁଠୁ ରଙ୍ଗୀନ ମାଛ କୁହାଯାଉଛି । ଏହା ନିଜର ଲିଙ୍ଗ ପରିବର୍ତ୍ତନ କରିଥାଏ । ସାଧାରଣ ଭାଷାରେ ଏହାକୁ ରେନବୋ ଫିସ୍ କୁହାଯାଏ । କିନ୍ତୁ ଏହାର ବୈଜ୍ଞାନିକ ନାଁ ହେଲା ରୋଜ୍ ଭିଲଡ୍ ଫେରି ରାସ୍ । ମାଛର ସାଇଣ୍ଟିଫିକ୍ ନାଁ ହେଉଛି ସିରହିଲିବ୍ରେସ୍ ଫିନୋଫେନମା । ଏହାକୁ କିଛି ସ୍କୁବା ଡାଇଭିଂ କରୁଥିବା ବୈଜ୍ଞାନିକ ଠାବ କରିଥିଲେ । ଯାହା ସମୁଦ୍ର ପୃଷ୍ଠରୁ ୧୫୦ ମିଟର ଭିତରେ ଠାବ ହୋଇଛି । ଏହାର ଅନେକ ପ୍ରଜାତି ମଧ୍ୟ ରହିଛନ୍ତି । ସ୍ପେନରେ ଦେଖାଯାଉଥିବା ପର୍ଲଲି ରାଜୋର୍ ଫିସ୍ ମଧ୍ୟ ଏହି ପ୍ରଜାତିରୁ ଗୋଟିଏ ।

ଏହା ବ୍ୟତୀତ ଜଣାପଡିଛି ଯେ, ମାଲଦ୍ୱୀପର ଭାରତ ମହାସାଗରରେ ଆହୁରି ଅନେକ ପ୍ରଜାତିର ମାଛ ରହିଛନ୍ତି । ଯାହା ଦେଖିବାକୁ ଖୁବ୍ ସୁନ୍ଦର ଏବଂ ରଙ୍ଗୀନ । ୪୦ରୁ ୨୩୦ ଫୁଟ ମଧ୍ୟର ଏହି ସବୁ ମାଛଙ୍କ ସଂସାର ରହିଛି । ଏମାନେ କୋରାଲ୍ ରିଫ୍ ମଧ୍ୟରେ ରହିଥାନ୍ତି । ରେନବୋ ଫିସକୁ ନେଇ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଥି କାଇ ଟି କୁହନ୍ତି ଯେ, ଏହା ଏକ ବିରଳ ଆବିଷ୍କାର । ଏମାନେ ଯେଉଁ ସ୍ଥାନରେ ରୁହନ୍ତି ସେଠାରେ ବୁଡାଜାହାଜ ସାହାଯ୍ୟରେ ସର୍ଭେ କରାଯାଇପାରିବ ନାହିଁ । ପାରମ୍ପରିକ ସ୍କୁବା ଡାଇଭିଂ ସାହାଯ୍ୟରେ ଯାହା ତଥ୍ୟ ମିଳିଛି । ସବୁଠାରୁ ଖାସ୍ କଥା ହେଲା ଯେ, ଏହି ମାଛମାନେ ନିଜ ବୟସ ସହ ଲିଙ୍ଗରେ ପରିବର୍ତ୍ତନ କରିଥାନ୍ତି । ସେମାନେ ନାରୀ ହୋଇ ଜନ୍ମ ହୋଇଥାନ୍ତି । ପରେ ପୁରୁଷ ବା ନର ହୋଇଯାଆନ୍ତି । ଏହି ସମୟରେ ସେମାନେ ଅଧିକ ରଙ୍ଗୀନ ଦେଖାଯାଆନ୍ତି । ଫିମେଲ ଫିସକୁ ଆକୃଷ୍ଟ କରିବା ପାଇଁ ମେଲ ଫିସ ଅଧିକ ରଙ୍ଗରେ ନିଜକୁ ସଜାଇଥାଏ । ଏହାଦ୍ୱାରା ସେମାନଙ୍କ ମିଳନ ହୋଇପାରେ ।

Also Read: ପ୍ରଥମ ଥର ପାଇଁ ପିଲାକୁ କେଉଁ କ୍ଷୀର ଦେବା ଉଚିତ୍‌ ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ...

ପର୍ଲଲି ରାଜୋର୍ ଫିସ୍ :

ସ୍ପେନର ବାଲିଆରିକ୍ ଦ୍ୱୀପ ନିକଟରେ ପର୍ଲଲି ରାଜୋର୍ ମାଛ ବହୁଳ ଭାବେ ଦେଖାଯାଆନ୍ତି । ଏହାକୁ ସ୍ଥାନୀୟ ଲୋକୋ ରାଜୋର୍ ଫିସ୍ ବୋଲି କହିଥାନ୍ତି । ଏମାନେ ସମୁଦ୍ର ପାଖାପାଖି ବେଳାଭୂମି ନିକଟରେ ରହିଥାନ୍ତି । ନ୍ୟାସନାଲ ଜୋଗ୍ରାଫିକ୍ ରିପୋର୍ଟ ଅନୁସାରେ ବାଲେରିକ୍ ଦ୍ୱୀପ ନିକଟରୁ ୧୨୦ଟି ପର୍ଲଲି ରାଜୋରଫିସ୍ ମିଳିଛନ୍ତି । ଏଠାରେ ଖୁବ୍ ଅଧିକ ମାଛ ଧରା ଯାଏ । ଏମାନଙ୍କ ଡିଏନଏରେ ମିଥାଇଲ୍ ଗ୍ରୁପ୍ ନାମକ ଏକ କେମିକାଲ ରହିଛି । ଯାହା ସେମାନଙ୍କ ଶରୀରରେ ଅନେକ ପରିବର୍ତ୍ତନ କରିଥାଏ । ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ସମୁଦ୍ରରେ ଏହି ପ୍ରଜାତିର ମାଛ ଦେଖାଯାଉଥିବା ସ୍ଥାନରେ ଅଧିକ ମାଛଧରିବା ପାଇଁ ଏମାନଙ୍କ ଶରୀରର ଡିଏନଏରେ ପରିବର୍ତ୍ତନ ହୋଇଛି । କିନ୍ତୁ ଏଦିଗରେ ଅଧିକ ଗବେଷଣା ଜାରି ରହିଛି । କିନ୍ତୁ ଆଜି ବି କାହିଁକି ଏମାନଙ୍କ ଲିଙ୍ଗରେ ପରିବର୍ତ୍ତନ ହେଉଛି ସେନେଇ ଅଧିକ ଗବେଷଣା ଜାରି ରହିଛି ।