ପଟ୍ଟାମୁଣ୍ଡାଇ ୨୪।୦୯ : ସ୍ୱାମୀ ନାଁରେ ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ । ମୋ ସ୍ୱାମୀ ପରକ୍ରିୟା ପ୍ରୀତିରେ ଲିପ୍ତ ଅଛନ୍ତି । ଦୀର୍ଘ ୧୯ ବର୍ଷର ବିବାହରେ ମୋ ସ୍ୱାମୀ ୧୩ ବର୍ଷ ହେବ ଆଉ ଜଣେ ମହିଳାଙ୍କ ସହ ସଂପର୍କ ରଖିଛନ୍ତି । ମୁଁ ବିରୋଧ କରିବାକୁ ମୋତେ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଛନ୍ତି । ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ପରେ ସମସ୍ତେ ଚୁପ୍ ବସିଛନ୍ତି ।

ଶାଳିଉଞ୍ଚ ଗାଁରେ ଶରତ ପାତ୍ର । ପଟ୍ଟାମୁଣ୍ଡାଇ ବ୍ଲକ ତେଲେଙ୍ଗା ବସନ୍ତ ଗାଁର କନକଲତାଙ୍କୁ ୧୯ ବର୍ଷ ତଳେ ବିବାହ କରିଥିଲେ । ଅଭିଯୋଗ ଅନୁସାରେ ଶରତ କୁଆଡେ ଆଉ ଜଣେ ମହିଳାଙ୍କ ଭଲ ପାଉଥିଲେ । ପରୀକ୍ରିୟା ପ୍ରୀତି ଲାଗି ଦୀର୍ଘ ୧୩ ବର୍ଷ ହେବ କନକଲତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଆସୁଥିଲେ । ବିଭିନ୍ନ ସମୟରେ ଶରତ କନକଲତାକୁ ଜୀବନରୁ ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିଲେ । ଯାହାକୁ ନେଇ କନକଲତା ଆଳି ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୌଣସି କାର୍ଯାନୁଷ୍ଠାନ ନେଇନଥିଲା । ଯାହାଫଳରେ ଶରତ ବାରମ୍ବାର ମାନସିକ ଏବଂ ଶାରୀରିକ ଭାବେ ନିର୍ଯାତନା ଦେଇ ଆସୁଛନ୍ତି । ଏମିତି କି ଶରତ ଚଳାଉଥିବା ଇନଷ୍ଟିଚୁଟରେ ମଧ୍ୟ ଆସୁଥିବା ଛାତ୍ରଛାତ୍ରୀମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା କହିଛନ୍ତି ।

Also Read:-ରାତିରେ ଶୋଇଥିଲେ ମହିଳା, ପ୍ରବଳ ବର୍ଷା-ପବନରେ ଭୂଶୁଡି ପଡି଼ଲା କାନ୍ଥ

ଅନ୍ୟପଟେ ପୋଲିସରେ ଅଭିଯୋଗ ପରେ ରାଗିଯାଇ ଶରତ ରାଗି ଯାଇ କନକଲତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଶେଷରେ କେନ୍ଦ୍ରାପଡ଼ା ଏସପି ଓ ଏସଡ଼ିପିଓଙ୍କୁ ଭେଟି ନିଜ ସୁରକ୍ଷା ଓ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଏକ ମାମଲା ରୁଜୁ ହେବା ସହିତ ପୋଲିସ ତଦନ୍ତ ଆରମ୍ଭ କରିଛି ଓ କନକଲତାର ସୁରକ୍ଷା ଓ ନିରପେକ୍ଷ ତଦନ୍ତ କରାଯିବ ବୋଲି କହିଛନ୍ତି ପଟ୍ଟାମୁଣ୍ଡାଇ ଏସଡ଼ିପିଓ ସୁକାନ୍ତ ପାତ୍ର ।