ନୂଆଦିଲ୍ଲୀ,|୦୬:ନିଟ୍-ୟୁଜି-୨୦୨୬ ରିଟେଷ୍ଟ୍ ସଫଳତାର ସହ ଶେଷ ହୋଇଛି । ଏନଟିଏ ଏହାକୁ ସୂଚାର ରୂପେ ସମ୍ପାଦନ କରିଛି । ଫଳରେ ମେଡିକାଲ ପଢିବାକୁ ଆଶାୟୀ ଛାଡ୍ରଛାତ୍ରୀ ଏବେ ସେମାନଙ୍କ ରେଜଲ୍ଟ ଅପେକ୍ଷାରେ ଅଛନ୍ତି । କାରଣ ଏଥିରେ ସେମାନଙ୍କ ପରିଶ୍ରମର ଫଳ ଜଣାପଡିବ ।

ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଏନଟିଏ ପ୍ରୋଭିଜିନାଲ୍ ଆନସର୍ କି ଜାରି କରିଛି । ଏହାସହ ପରୀକ୍ଷାର୍ଥୀଙ୍କ ଓଏମଆର୍ ସିଟ୍ ମଧ୍ୟ ଜାରି କରାଯାଇଛି । ଯଦି ଆନସର୍ କି ରେ କୌଣସି ତ୍ରୁଟି ଥାଏ ତେବେ ଏହା ବିରୋଧରେ ଅପିଲ କରିବାକୁ ମଧ୍ୟ ଏନଟିଏ ସୁଯୋଗ ଦେଉଛି । ଯେତେବେଳେ ଉତ୍ତର ସମ୍ବନ୍ଧୀୟ ଅଭିଯୋଗ ଦାଖଲର ସମୟ ଶେଷ ହେବ ସେତେବେଳେ ଫାଇନାଲ୍ ଆନସର୍ କି ଏବଂ ସ୍କୋରକାର୍ଡ ପ୍ରକାଶିତ ହେବ ।

Also Read :-ସଞ୍ଜୁ ସାମସନଙ୍କ ପାଇଁ ବିପଦ ହେବେ ବୈଭବ ସୂର୍ଯ୍ୟବଂଶୀ, ଟିମ୍ ଇଣ୍ଡିଆରେ ଛଡାଇ ନେବେ ଜାଗା !

କେବେ ଆସିବ ପରୀକ୍ଷା ଫଳ ?

ରିପୋର୍ଟ ଅନୁସାରେ, ନିଟ୍ ପରୀକ୍ଷାଫଳ କେବେ ବାହାରିବ ସେନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅଫିସିଆଲ୍ ଓ୍ୱେବସାଇଟ୍ ଭିଜିଟ୍ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଜୁଲାଇ ମାସର ଦ୍ୱିତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ଅଧିକ ଥିବା ଶୁଣିବାକୁ ମିଳୁଛି ।

ଗତବର୍ଷ ଜୁନ ୧୪ ତାରିଖରେ ନିଟ୍ ପରୀକ୍ଷାଫଳ ପ୍ରକାଶିତ ହୋଇଥିଲା । ସେହି ହିସାବରେ ଚଳିତ ବର୍ଷ ଜୁଲାଇ ୧୫ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ ।