ନୂଆଦିଲ୍ଲୀ,୮|୦୬ରବିବାର ଭାରତ ଏବଂ ଆୟାରଲ୍ୟାଣ୍ଡ୍ ମଧ୍ୟରେ ଦ୍ୱିତୀୟ ଟି୨୦ ମୁକାବିଲା ଖେଳାଯିବ । ପ୍ରଥମ ମୁକାବିଲାରେ ଭାରତ ପରାସ୍ତ ହୋଇଛି । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜକୁ ଫେରିବା ପାଇଁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିବ । ତେବେ ପ୍ରଥମ ମୁକାବିଲାରେ ଭାରତୀୟ ବ୍ୟାଟର୍ ଫର୍ମରେ ନଥିଲେ । ଅଭିଷେକ ଶର୍ମାଙ୍କ ବ୍ୟତୀତ ଅନ୍ୟ କାହା ବ୍ୟାଟରୁ ବଡ ଇନିଂସ ଆସିନଥିଲା । ଏପରିକି ଦଳ ବିସ୍ପୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ବେଞ୍ଚରେ ବସାଇଥିଲା । ଦ୍ୱିତୀୟ ମୁକାବିଲାରେ ମଧ୍ୟ ସେ ଖେଳିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏପରି ସ୍ଥିତିରେ ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ବୈଭବ ଏବଂ ସଞ୍ଜୁଙ୍କୁ ନେଇ ବଡ କଥା କହିଛନ୍ତି ।

ମାଞ୍ଜରେକର କହିଛନ୍ତି ଯେ, ପ୍ରଥମ ମ୍ୟାଚରେ ସଞ୍ଜୁ ସାମସନ୍ ସମସ୍ତଙ୍କୁ ନିରାଶ କରିଥିଲେ । ତାଙ୍କୁ ସତର୍କ ରହିବାକୁ ହେବ । ଦଳ ପାଇଁ ସଞ୍ଜୁ ଏବଂ ଅଭିଷେକ ଓପନ୍ କରିଥିଲେ । କିନ୍ତୁ ସଞ୍ଜୁ ନିରାଶ କରିଥିଲେ । ସେ ସବୁ କଥାକୁ ହାଲୁକା ଭାବେ ନେବା ଅନୁଚିତ । କାରଣ ତାଙ୍କ ଜାଗା ନେବାକୁ ବୈଭବ ଅନେଇ ବସିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପ୍ରଥମ ମ୍ୟାଚରେ ବୈଭବଙ୍କୁ ସୁଯୋଗ ମିଳିଥିଲେ ସେତେ ବଡ କିଛି ରେଜଲ୍ଟରେ ପରିବର୍ତ୍ତନ ହୋଇନଥାନ୍ତା । ଟାର୍ଗେଟ୍ ବହୁତ ବଡ ଥିଲା । ଭାରତ ପାଇଁ ଭଲ ପରିସ୍ଥିତି ନଥିଲା । ଅଭିଷେକଙ୍କ ଭଳି ବୈଭବ ଖେଳିଥିଲେ ସ୍ଥିତି ଭିନ୍ନ ହୋଇଥାନ୍ତା । ହେଲେ ବୈଭବ ଅଧିକ ରନ୍ ଯୋଡି ପାରିନଥାନ୍ତେ । ଏଠାରେ ଶ୍ରୀଲଙ୍କା-ଏ ବିପକ୍ଷ ତ୍ରିରାଷ୍ଟ୍ରୀୟ ସିରିଜ୍ ଭଳି ସ୍ଥିତି ଥିଲା । ଛକା ମାରିବାକୁ ଚାହିଁଲେ ବି ବଲ୍ ଯାଉନଥିଲା ।

Also Read :-Kangana Ranaut: ଅଭିନେତାଙ୍କ ଓଠକୁ କାମୁଡି ରକ୍ତ ବାହାର କରିଦେଇଥିଲେ କଙ୍ଗନା ? ପୁଣି ଚର୍ଚ୍ଚାରେ ‘ରିଭଲଭର ରାଣୀ’ର କିସିଂ ସିନ୍

ସୂଚନାଯୋଗ୍ୟ, ଭାରତ ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆୟାରଲ୍ୟାଣ୍ଡ ବିପକ୍ଷରେ ଟି୨୦ ସିରିଜ୍ ଖେଳୁଛି । ପ୍ରଥମ ମ୍ୟାଚ୍ ଭାରତ ହାରି ସାରିଛି । ଏହାସହ ଶ୍ରେୟସଙ୍କ ନେତୃତ୍ୱର ଆରମ୍ଭ ପରାଜୟରୁ ହୋଇଛି । ରବିବାର ମ୍ୟାଚ୍ ଜିତି ଦଳ ବରାବର ସ୍ଥିତିକୁ ଫେରିବା ନେଇ ଲକ୍ଷ୍ୟ ରଖିଛି ।