ନୂଆଦିଲ୍ଲୀ,୩୧ /୦୩:  ଅଣ୍ଡର-୧୯ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ଦଳର ସେ ଭବିଷ୍ୟତ । ମାତ୍ର ୧୪ ବର୍ଷରେ ସେ ଆଇପିଏଲରେ ପଦାର୍ପଣ କରିଥିରେ । ପ୍ରଥମ ମ୍ୟାଚରେ ହିଁ ନିଜର ଦମ୍ ଦେଖାଇଥିଲେ । ଚଳିତ ଆଇପିଏଲରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିଛନ୍ତି । ମୁକାବିଲାରେ ଚେନ୍ନାଇ ବିପକ୍ଷରେ ଦମଦାର୍ ଅର୍ଧଶତକ ହାସଲ କରିଛନ୍ତି ବିସ୍ମୟ ବ୍ୟାଟର। 

ସୋମବାର ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପରସ୍ପରକୁ ଭେଟିଥିଲା । ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ । ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୧୨୭ ରନରେ ଚେନ୍ନାଇ ଅଲଆଉଟ୍ ହୋଇଯାଇଥିଲା । ଜବାବରେ ରାଜସ୍ଥାନ ୨ ଓ୍ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ମ୍ୟାଚରେ ସବୁଠୁ ଚର୍ଚ୍ଚାରେ ଥିଲେ ବୈଭବ । ସେ ଖେଳିଥିଲେ ମାତ୍ର ୧୭ ବଲ୍ । ହାସଲ କରିଥିଲେ ୫୨ ରନ୍ । ମାତ୍ର ୧୫ ବଲରୁ ସେ ହାଫ୍ ସେଞ୍ଚୁରି ଲଗାଇଥିଲେ । ତାଙ୍କ ବ୍ୟାଟରୁ ବାହାରିଥିଲା ୪ ଚଉକା ଏବଂ ୫ ଛକା ।

​​​​​​​Also Read :-ମାତ୍ର ୧୫ ବଲରେ ବୈଭବ ସୂର୍ଯ୍ୟବଂଶୀ ମାରିଲେ ଅର୍ଦ୍ଧଶତକ, ଚେନ୍ନାଇ ବିପକ୍ଷରେ ରଚିଲେ ଇତିହାସ

ବୈଭବଙ୍କୁ ନେଇ ବଡ ପ୍ରଶ୍ନ

ସର୍ବଦା ବୈଭବ ସୂର୍ଯ୍ୟବଂଶୀଙ୍କ ବାନ୍ଧବୀ ବା ପ୍ରେମିକା କିଏ ତାକୁ ନେଇ ପ୍ରଶ୍ନ ଉଠେ । ସୋସିଆଲ ମିଡିଆରେ ୟୁଜର ଅନେକ କଥା କୁହନ୍ତି । ବୟସ କମ୍ ହୋଇଥିଲେ ବି ତାଙ୍କର କେହି ବାନ୍ଧବୀ ଥିବା ଚର୍ଚ୍ଚା ହୁଏ । ଆଉ କେହି ତାଙ୍କର କୌଣସି ବାନ୍ଧବୀ କିମ୍ବା ଗାର୍ଲଫ୍ରେଣ୍ଡ୍ ନଥିବା ଦାବି କରନ୍ତି । ଅନେକ ସମୟରେ ବୈଭବଙ୍କର ମହିଳା ଫ୍ୟାନ୍ସଙ୍କ ସହ ଫଟୋ ଭାଇରାଲ ହୋଇଥାଏ । କମ୍ ବୟସରେ ଅନେକ ରେକର୍ଡ ହାସଲ କରିଥିବାରୁ ତାଙ୍କର ଅଗଣିତ ଫ୍ୟାନ୍ସ ଫଲୋଅର୍ସ ରହିଛନ୍ତି । 

ନେଟିଜେନ୍ସଙ୍କ ଦାବି

କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ, ବୈଭବଙ୍କ ବାନ୍ଧବୀ ହେଲେ ବୈଷ୍ଣବୀ ଶର୍ମା । ଏନେଇ ଫେସବୁକ, ଟ୍ୱିଟର, ଇନଷ୍ଟାରେ ଭିଡିଓ ଭାଇରାଲ ହୋଇଥିଲା । ବୈଷ୍ଣବୀ ମଧ୍ୟ ଜଣେ କ୍ରିକେଟର । ସେ ଏବଂ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କେହି କେହି କହିଥାନ୍ତି । କ୍ରିକେଟ୍ ସର୍ଟ୍-୨୪ନାମକ ଏକ ଆକାଉଣ୍ଟରେ ଏନେଇ ଦାବି କରାଯାଇଛି । ତେବେ ଏହାର ସତ୍ୟତା ଏବେବି ସ୍ପଷ୍ଟ ହୋଇନାହିଁ ।

ଅନେକ ସମୟରେ ବୈଭବଙ୍କୁ ପ୍ରେମ ବାବଦରେ ପ୍ରଶ୍ନ କରାଯାଏ । କିନ୍ତୁ ସେ ଏହାକୁ ଏଡାଇ ଦିଅନ୍ତି । ଏବେ କ୍ରିକେଟ୍ ହିଁ ତାଙ୍କର ଫୋକସ ବୋଲି ବୈଭବ କହିଥାନ୍ତି ।