ଅଯୋଧ୍ୟା : ରାମ ମନ୍ଦିର ଚାନ୍ଦା ଚୋରି ମାମଲାର ତାଜା ଘଟଣାକ୍ରମରେ ସ୍ପେଶିଆଲ ଇନଭେଷ୍ଟିଗେଟିଂ ଟିମ୍ (ଏସଆଇଟି) ଏବେ ଏହି କଥାର ଯାଞ୍ଚ କରୁଛି ଯେ ଅଭିଯୁକ୍ତ ଟିନ୍ନୁ ଯାଦବକୁ କୌଣସି ଅଧିକାରୀକ ଲିଖିତ ଅନୁମତି ବିନା ଲକର ଚାବି କିପରି ଓ କେଉଁପରିସ୍ଥିତରେ ଦିଆଯାଇଥିଲା? ଏହି ସାମାନ୍ୟ ତ୍ରୁଟି ଏବେ ଗୁରୁତର ଚିନ୍ତାର କାରଣ ପାଲଟିଛି। ଯାଞ୍ଚରୁ ଜଣାପଡିଛି ଯେ ଯାଦବ ଅନଧିକୃତ ଭାବେ ନିଜ ପୁତୁରା ମନିଷ ଯାଦବକୁ ମନ୍ଦିର ଟ୍ରଷ୍ଟ ବ୍ୟାପାର ପ୍ରବନ୍ଧନ ଲାଗି ଦାୟିତ୍ୱପୂର୍ଣ୍ଣ ଲୋକଙ୍କ ସମୂହରେ ସାମିଲ କରିଦେଇଥିଲା।

ଏବେ ଏସଆଇଟି ଏ କଥାର ମଧ୍ୟ ଯାଞ୍ଚ କରୁଛି ଯେ ଟ୍ରଷ୍ଟି ଅନିଲ କୁମାର ମିଶ୍ର ଦାନଗଣନା ପ୍ରକ୍ରିୟାର ଦେଖରେଖରେ ସୁରକ୍ଷା ଉପାୟ ଲାଗୁ କରିବାରେ କାହିଁକି ବିଫଳ ହୋଇଥିଲେ? ଏବେ ପୋଲିସ ଜାଣିବାକୁ ପାଇଛି ଯେ ମିଶ୍ର ଗ୍ଲୁକୋମାରେ ପୀଡ଼ିତ। ଏଥିରେ କୋଷାଧ୍ୟକ୍ଷ ଗୋବିନ୍ଦ ଗିରି ସମେତ ଆୟୋଜନ ସମିତି ଏ କଥା ଜାଣି ମଧ୍ୟ ତାଙ୍କୁ ଏପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କିପରିଦେଇଥିଲେ ତା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଅଡିଟରଙ୍କ ରିପୋର୍ଟ ସତ୍ତ୍ୱେ ସେ ତାଙ୍କ ମନିଟରିଂ ସିଷ୍ଟମକୁ ଆହୁରି କଡ଼ାକଡ଼ି କାହିଁକି କରି ନଥିଲେ, ଏହି ମାମଲାରେ ସେ କୌଣସି ପତ୍ର ମଧ୍ୟ ଲେଖି ନଥିଲେ।

ଯାଞ୍ଚରୁ ଜଣା ପଡିଛି ଯେ ଦାନ ଗଣନା ପ୍ରକ୍ରିୟା କାଳରେ ବ୍ୟାଙ୍କ ପ୍ରବନ୍ଧନ ଦ୍ୱାରା ନିର୍ଦ୍ଧାରିତ ନିୟମର ପାଳନ ହେଉନଥିଲା। ତଦନ୍ତରେ ଅବହେଳାର ଅନେକ ମାମଲା ସାମ୍ନାକୁ ଆସିଛି। ଏଥିରେ କର୍ମଚାରୀମାନେ ପକେଟ ଥିବା ପୋଷାକ, ଜୋତା ଓ ମୋଜା ପିନ୍ଧିବା ସହ ସାଙ୍ଗରେ ମୋବାଇଲ ଫୋନ ମଧ୍ୟ ରଖୁଥିଲେ। ଏପରିକି ସେମାନେ କ୍ୟାମେରା ଆଗରେ ପେୟ ପଦାର୍ଥ ସେବନ କରୁଥିବାର ମଧ୍ୟ ଦେଖା ଯାଇଛନ୍ତି। ଏବେ ଲୋକେ ଏସଆଇଟିର ସମ୍ପୂର୍ଣ୍ଣ ରିପୋର୍ଟକୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ଦାନ ଚୋରିର ସତ୍ୟତା ସାମ୍ନାକୁ ଆସିବ।

ତେବେ ଏହା ପୂର୍ବରୁ ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର ଓ କଋଣେଶ ପାଣ୍ଡେ ସ୍ୱୀକାର କରିଛନ୍ତି ଯେ ଦାନ ଗଣନା କାଳରେ ସେମାନେ ଚୋରାଉଥିବା ଅର୍ଥ ଲକ୍ଷ୍ନୌ-ଗୋରଖପୁର ଜାତୀୟ ରାଜମାର୍ଗରେଥିବା ଭିଖାପୁର ନିକଟସ୍ଥ ଏକ ବଗିଚାରେ ବଣ୍ଟାକୁଣ୍ଟା କରୁଥିଲେ। ତିନି ଅଭିଯୁକ୍ତଙ୍କୁ ପ୍ରଥମେ ପୃଥକ ପୃଥକ ପଚରା ଉଚରା କରାଯାଇଥିଲା ଓ ପରେ ସେମାନଙ୍କୁ ସାମ୍ନାସାମ୍ନି ବସାଇ ପଚରା ଉଚରା କରାଯାଇଛି। ତେବେ ଅଭିଯୁକ୍ତମାନେ ଏ ପର୍ଯ୍ୟନ୍ତ ଏହା କହିନାହାନ୍ତି ସେମାନେ କାହା ନିର୍ଦ୍ଦେଶରେ ଏପରି କରୁଥିଲେ। ତେବେ ଜାଗରଣ ଡଟକମ୍ ରିପୋର୍ଟ ଅନୁସାରେ ମନ୍ଦିର ଟ୍ରଷ୍ଟି କଥିତ ରୂପେ ଘଟଣା ସମ୍ପର୍କରେ ପୂର୍ବରୁ ଅବଗତ ଥିଲେ। ଏହା ସତ୍ତ୍ୱେ ଦାନ ଗଣନା କକ୍ଷର ଠିକରେ ଯାଞ୍ଚ କରାଯାଉ ନଥିଲା କି ଅଭିଯୁକ୍ତଙ୍କୁ ଚୋରିରୁ ନିବୃତ୍ତ କରିବା ପାଇଁ କୌଣସି ଉପାୟ କରାଯାଉନଥିଲା।