Whatsapp end end encryption: ପୁଣି ସନ୍ଦେହ ଘେରରେ ହ୍ୱାଟ୍ସଆପ୍ ଓ ଏହାର ପ୍ରାଇଭେସି ପଲିସି। ହ୍ୱାଟ୍ସଆପ୍ ନାଁରେ କୋର୍ଟରେ କ୍ଲାସ ଆକ୍ସନ ମାମଲା ହେବା ପରେ କମ୍ପାନୀକୁ ଘେରିବା ଆରମ୍ଭ କରିଦେଇଛନ୍ତି ଟେଲିଗ୍ରାମ ସିଇଓ ପାୱେଲ ଡୁରାଭୋ ଏବଂ ଏକ୍ସ ମାଲିକ ଏଲନ ମସ୍କ। ଏହାର ପ୍ରାଇଭେସୀ ଉପରେ ପ୍ରଶ୍ନ ଉଠାଇ ମସ୍କ କହିଛନ୍ତି ହ୍ୱାଟ୍ସଆପକୁ କେବେ ବିଶ୍ୱାସ କରାଯାଇପାରିବ ନାହିଁ। ଆମେରିକାର ଏକ କୋର୍ଟରେ ହ୍ୱାଟସଆପ ବିରୁଦ୍ଧରେ ନୂଆ କ୍ଲାସ୍-ଆକ୍ସନ୍ ମକଦ୍ଦମା ରୁଜୁ ହୋଇଥିବା ଖବର ଆସିବା ପରେ କମ୍ପାନୀ ଉପରେ ଆଟାକା ଆରମ୍ଭ ହୋଇଛି। 

ଏନକ୍ରିପସନ ସତ୍ତ୍ୱେ ବ୍ୟକ୍ତିଗତ ମେସେଜ ପଢ଼ୁଛି ହ୍ୱାଟ୍ସଆପ୍

ହ୍ୱାଟ୍ସଆପ୍ ବିରୁଦ୍ଧରେ ଗୋପନୀୟତାର ଉଲ୍ଲଂଘନ ନେଇ ଆମେରିକାର ଏକ କୋର୍ଟରେ ମାମଲା ଦାୟର ହୋଇଛି। ୟୁଜରଙ୍କ ମଧ୍ୟରେ ହେଉଥିବା ମେସେଜ୍ ମଝିରେ ହ୍ୱାଟସଆପ୍ ଇଣ୍ଟରସେପ୍ଟ କରୁଛି ବୋଲି କୋର୍ଟରେ ଅଭିଯୋଗ ହୋଇଛି।

Also Read- ପ୍ରସନ୍ନ ପ୍ରସାଦଙ୍କୁ ମିଳିଲା ଗୁରୁଦାୟିତ୍ୱ, VerSe Innovationର ହେଲେ ନୂଆ CPTO

ହେଲେ କମ୍ପାନୀ ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଦାବି କରିଥାଏ। ମେସେଜଗୁଡ଼ିକ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ୍, ଅର୍ଥାତ୍ ପ୍ରେରକ ଏବଂ ଗ୍ରହଣକାରୀ ବ୍ୟତୀତ ଅନ୍ୟ କେହି ସେଗୁଡ଼ିକୁ ପଢ଼ିପାରିବେ ନାହିଁ ବୋଲି ହ୍ୱାଟ୍ସଆପ୍ କହିଥାଏ। ତେବେ କୋର୍ଟରେ ଯେଉଁ ମାମଲା ହୋଇଛି ସେଥିରେ ହ୍ୱାଟ୍ସଆପ୍ ଏହିସବୁ ଡାଟା ଆକ୍ସେଞ୍ଚର ଭଳି ତୃତୀୟ ପକ୍ଷକୁ ଶେୟାର କରୁଛି ବୋଲି ଦାବି କରାଯାଇଛି।

ମସ୍କ ଓ ଡୁରୋଭ କହିଲେ-ଇତିହାସର ସବୁଠାରୁ ବଡ଼ ଧୋକା

ଏଲନ୍ ମସ୍କ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "WhatsApp ଉପରେ ବିଶ୍ୱାସ କରାଯାଇପାରିବ ନାହିଁ।" ଏଥିସହିତ ସେ ୟୁଜରମାନଙ୍କୁ X Chat ବ୍ୟବହାର କରିବାକୁ ଅନୁରୋଧ କରି କହିଛନ୍ତି। ଏବଂ ନିଜ କମ୍ପାନୀର ପ୍ରଚାର କରି ମସ୍କ କହିଛନ୍ତି ଏହା ଗ୍ରାହକଙ୍କୁ "ପ୍ରକୃତ ଗୋପନୀୟତା" ପ୍ରଦାନ କରେ।

ସେହିପରି ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭ ମଧ୍ୟ ହ୍ୱାଟସଆପର "ଏନକ୍ରିପ୍ସନ"କୁ ଇତିହାସର ସବୁଠାରୁ ବଡ଼ ଗ୍ରାହକ ଠକେଇ ହୋଇପାରେ ବୋଲି କହିଛନ୍ତି। ଏହା କୋଟି କୋଟି ଯୁଜରଙ୍କୁ ଠିକିଥିବ ବୋଲି ସେ କହିଛନ୍ତି। ତେବେ ଟେଲିଗ୍ରାମ ଏଭଳି କେବେ କରି ନାହିଁ କି ଆଗକୁ କରିବ ନାହିଁ ବୋଲି ସେ କହିଛନ୍ତି।

ଅଭିଯୋଗକୁ ଭିତ୍ତିହୀନ କହିଲା ମେଟା

ମେଟା ତୁରନ୍ତ ଏହି ଗମ୍ଭୀର ଅଭିଯୋଗଗୁଡ଼ିକ ଉପରେ ସ୍ପଷ୍ଟୀକରଣ ଜାରି କରିଛି। କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି, "ମୋକଦ୍ଦମାରେ କରାଯାଇଥିବା ଦାବିଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଅବାନ୍ତର। ହ୍ୱାଟସଆପ୍ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସିଗନାଲ ପ୍ରୋଟୋକଲ ବ୍ୟବହାର କରିଆସୁଛି। ପ୍ରେରକ ଏବଂ ଗ୍ରହଣକାରୀଙ୍କ ବ୍ୟତୀତ ଅନ୍ୟ କେହି ଆପଣଙ୍କ ମେସେଜଗୁଡ଼ିକ ପଢ଼ିପାରିବେ ନାହିଁ।"

Also Read- Iran plans crypto toll for hormuz: ହରମୁଜ ଜଳପଥକୁ ନେଇ ଇରାନ ଉଠାଇପାରେ ବଡ଼ ପଦକ୍ଷେପ: ଟେନ୍ସନରେ ସାରା ବିଶ୍ୱ, ତେଲ ଓ ଗ୍ୟାସ୍ ମିଳିବ ତ ?

ହ୍ୱାଟସଆପ୍ ବିରୁଦ୍ଧରେ କ୍ଲାସନ ଆକ୍ସନ ମାମଲା ଚଳିତ ବର୍ଷ ଜାନୁଆରୀରେ କାଲିଫର୍ନିଆର ଏକ ଫେଡେରାଲ୍ କୋର୍ଟରେ ହୋଇଥିଲା। ବ୍ରାଏନ୍ ୱାଇ. ଶିରାଜି ଏବଂ ନିଦା ସାମସନ୍ ନାମକ ଦୁଇ ଜଣ ଯୁଜର ଏହି ମାମଲା ଦାୟର କରିଥିଲେ। ମେଟା ପ୍ଲାଟଫର୍ମ ଏବଂ ଆକ୍ସେଞ୍ଚରକୁ ପକ୍ଷ ଭାବରେ ନାମିତ କରାଯାଇଛି। ଏଥିରେ ଅଭିଯୋଗ କର୍ତ୍ତାମାନେ କମ୍ପାନୀଗୁଡ଼ିକ ଠାରୁ ବଡ଼ ଧରଣର କ୍ଷତିପୂରଣ ଦାବି କରିଛନ୍ତି। ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି।