ନୂଆଦିଲ୍ଲୀ ୦୯।୦୪ :  ପ୍ରସନ୍ନ ପ୍ରସାଦଙ୍କୁ ମିଳିଲା ଗୁରୁଦାୟିତ୍ୱ । VerSe Innovation କମ୍ପାନୀର ନୂତନ ଚିଫ୍‌ ପ୍ରଡକ୍ଟ ଆଣ୍ଡ ଟେକ୍ନୋଲୋଜି ଅଫିସର ( CPTO) ଭାବେ ଦାୟିତ୍ୱ ସମ୍ଭାଳିବେ ପ୍ରସନ୍ନ ପ୍ରସାଦ । କମ୍ପାନୀରେ ପ୍ରସନ୍ନ AI, ଡାଟା ସାଇନ୍ସ ଆଦି ବିଭିନ୍ନ ବିଭାଗର କାର୍ଯ୍ୟଭାର ସମ୍ଭାଳିବେ ।  

ସାରା ବିଶ୍ୱରେ ଏବେ AI କ୍ରେଜ୍‌। ପ୍ରତିଦିନି AI ଏବଂ ଲାଙ୍ଗୁଏଜ ଟେକ୍‌ରେ କିଛି ନୂଆ ନୂଆ ଅପଡେଟ୍‌ ସାମ୍ନାକୁ ଆସୁଛି । ଏହିକ୍ରମରେ VerSe Innovation ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପ୍ରସନ୍ନ ପ୍ରସାଦଙ୍କୁ ନୂତନ ଚିଫ୍‌ ପ୍ରଡକ୍ଟ ଆଣ୍ଡ ଟେକ୍ନୋଲୋଜି ଅଫିସର ( CPTO) ଭାବରେ ନିଯୁକ୍ତି କରିଛି କମ୍ପାନୀ । ଏହା କେବଳ ସାଧାରଣ ନିଯୁକ୍ତି ନୁହେଁ, ବରଂ କମ୍ପାନୀର AI ଭବିଷ୍ୟତ ପାଇଁ ଏକ ପ୍ରମୁଖ ସଙ୍କେତ। ଏହି ପରିବର୍ତ୍ତନ ଡିଜିଟାଲ ଇଣ୍ଡିଆ ଏବଂ AI ଦିଗରେ ନୂଆ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

Also Read:-Metro Project : ମେଟ୍ରୋ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର, ଜୟପୁର ମଡେଲ୍‌ ଅନୁସାରେ କରିବାକୁ ଦାବି...

କିଏ ଏହି ପ୍ରସନ୍ନ ପ୍ରସାଦ ?

ପ୍ରସନ୍ନ ପ୍ରସାଦ  ଏକ ଜଣାଶୁଣା ନାମ। ଟେକ୍ନୋଲେଜି ଦିଗରେ ତାଙ୍କର ୨୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ସେ ଆମେରିକା, ଭାରତ ଏବଂ ୟୁରୋପର ବଡ଼ ବଡ଼ ବୈଷୟିକ କମ୍ପାନୀର ବିଭିନ୍ନ ବିଭାଗରେ ନେତୃତ୍ୱ ନେଇଛନ୍ତି। ପ୍ରସନ୍ନଙ୍କ ପ୍ରଡକ୍ଟ ଇଞ୍ଜିନୟରିଂ, ଡାଟା ସାଇନ୍ସରେ କ୍ଷେତ୍ରରେ ବେଶ୍‌ ଅନୁଭବ ରହିଛି।  ତାଙ୍କର ରିଅଲ୍-ଟାଇମ୍ ପ୍ଲାଟଫର୍ମ ଏବଂ କ୍ଲାଉଡ୍ ଭିତ୍ତିଭୂମି ବିଷୟରେ ଗଭୀର ଅଭିଜ୍ଞତା ରହିଛି। ଯାହା ଆଜିର AI ଯୁଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ, ସେ Verve Groupରେ CTO ଓ ହେଡ୍‌ ଅଫ୍ ପ୍ରଡକ୍ତ ଏବଂ AIର ମୁଖ୍ୟ ଥିଲେ । ଯେଉଁଠାରେ ସେ ୨୦୦ରୁ ଅଧିକ ଲୋକଙ୍କୁ ପରିଚାଳନା କରୁଥିଲେ ।

VerSe Innovation ପୂର୍ବରୁ  AI ବେଷ୍ଟ ଲୋକାଲ ଲାଙ୍ଗୁଏଜରେ ବଡ଼ ନାଁ ରହିଛି। ଏଥିରେ Dailyhunt, Josh, NexVerse.ai, ଏବଂ Oneindia ପରି ପ୍ଲାଟଫର୍ମ ଅଂଶ ଭାବେ ରହିଛି। ବର୍ତ୍ତମାନ, କମ୍ପାନୀ ଏହାର AI ଏବଂ ଡାଟା ସାଇନ୍ସକୁ ଆହୁରି ମଜବୁତ କରିବାକୁ ଚାହୁଁଛି। ପ୍ରସନ୍ନଙ୍କ ନିଯୁକ୍ତି କେବଳ କମ୍ପାନୀକୁ କଣ୍ଟେଣ୍ଟ  ପ୍ଲାଟଫର୍ମ କରିବନି ବରଂ ଏକ "AI-ଚାଳିତ  ଇକୋସିଷ୍ଟମ" ନିର୍ମାଣ କରିବାକୁ ଚାହୁଁଛି।