ମୁମ୍ବାଇ,୨୨|୧: ମହାରାଷ୍ଟ୍ରରେ ଚକିତ କଲା ଭଳି ଘଟଣା । ଉପରକୁ ଉଠୁଛି ପାଣି । ଗୋଟିଏ କି ଦୁଇ ଫୁଟ୍ ନୁହେଁ ପ୍ରାୟ ୨୦ଫୁଟ୍ ଉପରକୁ ଉଠିଛି ପାଣି । ମହାରାଷ୍ଟ୍ରର ଲୋନାର ହ୍ରଦରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ସବୁଠି ଆତଙ୍କ ।

ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ ରହିଛି ଲୋନାର ହ୍ରଦ । ଏହା ଉଲକା ମାଡ ହେବାଦ୍ୱାରା ସୃଷ୍ଟି ହୋଇଥିଲା । ଏହାର ଜଳସ୍ତର ଧିରେ ଧିରେ ଉପରକୁ ଉଠୁଛି । ଯାହାକୁ ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ଗୁରୁତର ସହ ନେଇଛନ୍ତି ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ୍ ।

ଗତ ସେପ୍ଟେମ୍ବରରେ ପ୍ରଥମ ଥର ପାଇଁ ଜଳସ୍ତର ବୃଦ୍ଧି ନେଇ ଜଣା ପଡିଥିଲା । ଏଥିରେଟି ଝର ଆସି ମିଶିଛି । ଯାହା ଫଳରେ ଏହାର ଜଳସ୍ତର ବଢୁଥିବା କୁହାଯାଉଛି । ଫଳରେ ପ୍ରାୟ୧୫ରୁ୨୦ଫୁଟ୍ ଯାଏଁ ଜଳ ପତ୍ତନ ବୃଦ୍ଧି ପାଇଛି । ତେବେ ଏହାଦ୍ୱାରା ଆଖପାଖରେ ଥିବା ଅନେକ ଶିବମନ୍ଦିର ବୁଡି ଯାଇଛି। ଏପପରିକି କମଳିଜା ଦେବୀ ମନ୍ଦିରର ଗର୍ଭଗୃହରେ ମଧ୍ୟ ପାଣି ପଶିଯାଇଛି ।

ବିଶେଷଜ୍ଞଙ୍କ କହିବାନୁସାରେ, ଲୋନାର ହ୍ରଦରେ ଘଟୁଥିବା ଘଟଣା ଠିକ୍ ନୁହେଁ । ଏହା ଜୈବ ବିବିଦ୍ଧତା ପ୍ରତି ବିପରଦ ସୃଷ୍ଟି କରିବ । ଏପରିକି ଏହି ଲବଣାକ୍ତ ହ୍ରଦରେ ମୃଦୁଜଳ ମିଶିବା ଦ୍ୱାରା ଅନେକ ପ୍ରକାରର ମାଛ ମଧ୍ୟ ଦେଖିବାକୁ ମିଳୁଛନ୍ତି ।ଏ ଏହା ହ୍ରଦର ପ୍ରାକୃତିକ ଗୁଣକୁ ବିପଦରେ ପକାଉଛି

ତେବେ ଏନେଇ କୋର୍ଟରେ ମାମଲା ହୋଇଥିବା । ବମ୍ବେ ହୋଇକୋର୍ଟର ନାଗପୁର ବେଞ୍ଚ୍ ଆଇନଜୀବୀ ମୋହିତ ଖାଜାଞ୍ଚିଙ୍କୁ ଅମିକସ କ୍ୟୁରୀ ନିଯୁକ୍ତ କରିଛନ୍ତି ।ଦିନ ମଧ୍ୟରେ ସମସ୍ତ ତଥ୍ୟ ଦେବାକୁ କୋର୍ଟ କହିଛନ୍ତି । ଏହାସହ ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାଉପରେ ତୀକ୍ଷ୍ଣ ନଜର ରଖିଛି ।