ତେହେରାନ, ୨୧/୦୯:ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି । କେହି କାହାରିକୁ ଛାଡିବାକୁ ନାରାଜ୍ । କିଛି ଦିନ ତଳେ ତେହେରାନରେ ଆମେରିକା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରଦର୍ଶନ ହୋଇଥିଲା । ୧୦ ଲକ୍ଷ ଇରାନୀ ଏଥିରେ ସାମିଲ ହୋଇଥିଲେ । ଏପରିକି ମହିଳାମାନେ ହାତରେ ଏକେ-୪୭ ରାଇଫଲ୍ ଧରି ଟ୍ରମ୍ପଙ୍କୁ ହତ୍ୟା କରିବେ ବୋଲି ପୋଷ୍ଟର ଧରିଥିଲେ । ଏହାରି ଭିତରେ ତେହେରାନ ଆକାଶରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେଉଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଆକାଶରେ କିଛି ରଙ୍ଗବେରଙ୍ଗର ଆଲୋକ ଦେଖାଦେଉଛି । ଏହା କଣ ବୋଲି କେହି ଆକଳନ କରିପାରୁ ନାହାଁନ୍ତି । କେହି କେହି ଏହାକୁ ଡ୍ରୋନ୍ ବୋଲି କହୁଛନ୍ତି । ଆଉ କେହି ଯୁଦ୍ଧ ବିମାନ ବୋଲି କହୁଛନ୍ତି । ତେବେ ଏହା ତେହେରାନର କେଉଁ ସ୍ଥାନରେ ଦେଖିବାକୁ ମିଳିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଭାଇରାଲ ଭିଡିଓରେ ଏହା ତେହେରାନ ବୋଲି ୟୁଜରମାନେ କମେଣ୍ଟ କରୁଛନ୍ତି ।

ସେପ୍ଟେମ୍ବର ୨୦ ତାରିଖରେ ଏକ୍ସରେ ଏହି ଭିଡିଓ ପ୍ରଥମେ ଭାଇରାଲ ହୋଇଥିଲା । ଏହାକୁ ପ୍ରଥମେ ସେୟାର କରିଥିବା ୟୁଜର ଲେଖିଛନ୍ତି ଯେ, ସହରର ଆସାଡେଗାନ୍ ଅଞ୍ଚଳରେ ଆକାଶରେ ଚିକିମିକି ଆଲୁଅ ଦେଖାଦେଇଛି । ନେଟିଜେନ୍ସ ଏହାକୁ ନେଇ ନାନା ମତ ରଖିଛନ୍ତି । ଏହାକୁ କେହିକେହି ଏଲଇଡି ଗୁଡି ବୋଲି କହୁଛନ୍ତି । କିନ୍ତୁ ଭିଡିଓରେ ସ୍ପଷ୍ଟ ଭାବେ ଏହି ବସ୍ତୁଟି କଣ ତାହା ଜାଣି ହେଉ ନାହିଁ । ରାତିର ଆକାଶ ଅନ୍ଧାର ଥିବାରୁ ଏଥିରୁ ବାହାରୁଥିବା ଆଲୋକ ବଦଳରେ ଅନ୍ୟ କିଛି ଠିକସେ ଦୃଶ୍ୟମାନ ହେଉନି ।

Also Read :- ଦୁଇ ଦିନରେ ସୋନମ ଓ୍ଵାଙ୍ଗଚୁକଙ୍କ ନୂଆ ଆନ୍ଦୋଳନ, ଅଭିଜିତ ଦୀପକେଙ୍କ ବିନା ସରକାରଙ୍କୁ ଘେରିବାକୁ ବାହାରିଲେ !

ଯୁଦ୍ଧ ଭିତରେ ଏହି ଭିଡିଓ ଖୁବ୍ ଗୁରୁତ୍ୱ ବହନ କରୁଛି । କାରଣ ୟୁଏସଏ ଲଗାତାର ଭାବେ ମିସାଇଲ ଏବଂ ଡ୍ରୋନ୍ ମାଡ଼ କରୁଛି । ଏହା କୌଣସି ମିସାଇଲ ହୋଇଥାଇପାରେ । କିମ୍ବା କୌଣସି ଇରାନର ପରୀକ୍ଷଣ ହୋଇପାରେ । ଇରାନ ସରକାର ମଧ୍ୟ ଏନେଇ ମୁହଁ ଖୋଲି ନାହାଁନ୍ତି । ଯାହା ସସପେନ୍ସକୁ ଅଧିକ ବଢାଇ ଦେଇଛି ।