ଭୁବନେଶ୍ୱର ୦୧।୦୯ : ଅଫର.. ଅଫର..ଅଫର । ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ଆଜି ସାରା ଓଡ଼ିଶାର ପ୍ରେକ୍ଷାଳୟରେ ଏକ ସ୍ୱତନ୍ତ୍ର ଅଫର୍ ଚାଲିଛି । ଆପଣ ମାତ୍ର ୯୯ ଏବଂ ୧୪୯ ଟଙ୍କାରେ ନିଜର ପସନ୍ଦର ଫିଲ୍ମ ଦେଖିପାରିବେ । ଏହି ଅଫର ଆଜି ସକାଳ ଠାରୁ ସାରା ରାଜ୍ୟର ବିଭିନ୍ନ ମଲ୍ଟିପ୍ଲେକ୍ସ ଏବଂ ସିନେମା ହଲ୍ରେ ଉପଲବ୍ଧ ରହିଅଛି । ଏଥିରେ ଆପଣଙ୍କୁ ସବୁ ଭାଷାର ସମସ୍ତ ଫିଲ୍ମ ଉପରେ ରିହାତି ମିଳିବ । ହିନ୍ଦୀ, ଓଡ଼ିଆ, ତେଲୁଗୁ, ତାମିଲ, ଇଂରାଜୀ ଯେକୌଣସି ଭାଷାର ଫିଲ୍ମ ଦେଖିବାର ସୁବର୍ଣ୍ଣ ସୁଯୋଗ ରହିଛି ।

ସେପଟେ ଏହି ଅଫର ସଂପର୍କରେ ଜାଣିବା ପରେ ସିନେମା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ସିନେମା ହଲ୍ ଆଗରେ ଭିଡ ଦେଖିବାକୁ ମିଳିଛି । ଏହି ଅଫର ସମ୍ପର୍କରେ ଅଧିକ ଜାଣିବା ପାଇଁ ଆପଣ ନିକଟସ୍ଥ ସିନେମା ହଲ୍ କିମ୍ବା ଅନଲାଇନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ ଯେପରି BookMyShow ଯାଞ୍ଚ କରିପାରିବେ । ଏହି ଅଫର୍ କେବଳ ଆଜି ପାଇଁ ଉପଲବ୍ଧ । ତେଣୁ ଏ ଅଫର୍କୁ ହାତଛଡ଼ା ନ କରି ଆଜି ହିଁ ନିଜ ପରିବାରବର୍ଗ ଏବଂ ବନ୍ଧୁମାନଙ୍କ ସହ ସିନେମା ହଲ୍କୁ ଯାଆନ୍ତୁ ଏବଂ ରିହାତି ଦରରେ ଫିଲ୍ମର ମଜା ନିଅନ୍ତୁ ।

Also Read:-ସୁଭାଷ ଚନ୍ଦ୍ରାଙ୍କୁ ବଡ଼ ଝଟକା ! ବିକ୍ରି କରିପାରିବେନି ସମ୍ପତ୍ତି, ପୂର୍ବ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ NCLT

ଅନ୍ୟପଟେ ରାଜଧାନୀର ଅନେକ ସିନେମା ହଲ୍‌ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । କିଛି ସିନେ ପ୍ରେମୀଙ୍କ ମୁତାବିକ, ଅଫର ମିଳିଛି । ସିନେମା ଦେଖିବାକୁ ତ ପଡ଼ିବ । ଖାସ୍‌ କରି ଆମ ଓଡ଼ିଆ ଫିଲ୍ମକୁ ଆମେ ଅଧିକ ମାତ୍ରାରେ ଦେଖିବା ଉଚିତ୍‌ । ଆମେ ତ ଦେଖୁଛ, ତେଣୁ ଆପଣମାନେ ବି ଫିଲ୍ମ ହଲ୍‌କୁ ଆସନ୍ତୁ । ପୁରା ଅଫରର ଭରପୁର ମଜା ନିଅନ୍ତୁ ।