ନୂଆଦିଲ୍ଲୀ, ୦୧/୦୯: ଶିଳ୍ପପତି ତଥା ଏସେଲ୍ ଗ୍ରୁପ୍ ମୁଖ୍ୟ ସୁଭାଷ ଚନ୍ଦ୍ରାଙ୍କ ମାମଲାର ଶୁଣାଣି କରିଛନ୍ତି ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ୍ ବା ଏନସିଏଲଟି । ସୁଭାଷଙ୍କ ସହ ଜଡିତ ଦେବାଳିଆ ମାମଲାରେ ଟ୍ରିବ୍ୟୁନାଲ୍ ଗତ ଅଗଷ୍ଟ ୨୫ ତାରିଖରେ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି । କୌଣସି ଗ୍ୟାରେଣ୍ଟି ଭାବେ ସୁଭାଷ ନିଜ ସମ୍ପତ୍ତିକୁ ସିଧାସଳଖ କିମ୍ବା ପରୋକ୍ଷ ଭାବେ କାହାକୁ ବିକ୍ରି କରିପାରିବେ ନାହିଁ ବୋଲି ଟ୍ରିବ୍ୟୁନାଲ୍ କହିଛନ୍ତି ।

Also Read :- ସୁଭାଷ ଚନ୍ଦ୍ରାଙ୍କୁ ବଡ଼ ଝଟକା ! ବିକ୍ରି କରିପାରିବେନି ସମ୍ପତ୍ତି, ପୂର୍ବ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ NCLT

ମାମଲାର ଶୁଣାଣି କରୁଥିବା ତିନି ସଦସ୍ୟଙ୍କ ନିର୍ଦ୍ଦେଶରେ ମତଭେଦ ସାମ୍ନାକୁ ଆସିବା ପରେ ଏବେ ଏହି ମାମଲାକୁ ଏନସିଏଲଟିର ୫ ଜଣ ସଦସ୍ୟ ବିଚାର କରୁଛନ୍ତି। ମାମଲା ଏବେ ୫ ଜଣିଆ ପୀଠଙ୍କ ଦ୍ୱାରା ଶୁଣାଣି ହେଉଛି । ମଙ୍ଗଳବାର ମାମଲାର ଶୁଣାଣି ବେଳେ ସ୍ୱତନ୍ତ୍ର ବେଞ୍ଚ୍ କହିଛନ୍ତି ଯେ, ପୂର୍ବରୁ ଦିଆଯାଇଥିବା ଆଦେଶରେ ଅନେକ ଫରକ ଥିଲା । କୌଣସି ସ୍ପଷ୍ଟ ବହୁମତ ରାୟ ପ୍ରକାଶ ପାଇନଥିଲା। ଫଳରେ ନିର୍ଦ୍ଦେଶକୁ ଲାଗୁ କରାଯାଇ ପାରିନଥିଲା । ଏହାସହ ଟ୍ରିବ୍ୟୁନାଲ୍ ସମସ୍ତ ପକ୍ଷଙ୍କୁ ନୋଟିସ କରିଛନ୍ତି । ତେବେ ଆଜିର ଆଦେଶ ସେହି ଆଦେଶର କିଛି ଦିନ ପରେ ଆସିଛି ଯେତେବେଳେ ସୁଭାଷଙ୍କୁ ୬.୫ କୋଟି ଟଙ୍କା ସୁଝିବାକୁ କୁହାଯାଇଥିଲା । ଏହାଦ୍ୱାରା ସେ ନିଜକୁ ଦେବାଳିଆ ଘୋଷଣାରୁ ମାମଲାରୁ ମୁକୁଳିପାରିବେ। ତାଙ୍କ ଉପରେ ୨୨ ହଜାର କୋଟିରୁ ଅଧିକ ଟଙ୍କାର ଋଣ ବୋଝ ନେଇ ମାମଲା ହୋଇଥିଲେ ବି ୬ କୋଟି ୨୫ ଲକ୍ଷରେ ରଫାଦଫା ନେଇ କୁହାଯାଇଥିଲା ।

ପୂର୍ବ ଆଦେଶ ଉପରେ ଅନେକ ପ୍ରଶ୍ନ

ପୂର୍ବରୁ ଟ୍ରିବ୍ୟୁନାଲ ହଜାର ହଜାର କୋଟିର ଋଣକୁ ମାତ୍ର ୬ କୋଟି ୨୫ ଲକ୍ଷ ପ୍ରଦାନ କରି ସମାଧାନ କରିବାକୁ ସୁଭାଷ ଚନ୍ଦ୍ରାଙ୍କୁ କହିଥିଲେ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ । ଏବେ ସେହି ଆଦେଶ ଉପରେ ରୋକ୍ ଲାଗିଛି । ୫ ଜଣିଆ ପୀଠ ଏବେ ପୁଣି ଥରେ ବିଚାର କରିବେ । ଏବେ ମାମଲାର ଶୁଣାଣି ଚାଲିଛି । ଏବେ ସୁଭାଷ ନିଜ ସମ୍ପତିକୁ ସିଧାସଳଖ ଭାବେ କାହାକୁ ପ୍ରଦାନ ବା ବିକ୍ରି କରାପାରିବେ ନାହିଁ ।

ଖସିଲା ଜେଡଏମସିଏଲ ସେୟାର ଦାମ୍

ସୁଭାଷଙ୍କୁ ନେଇ ଚାଲିଥିବା ବିଚାର ମଝିରେ ଜେଡଏମସିଏଲ କର୍ପୋରେସନ ଲିମିଟେଡର ସେୟାର୍ ଦାମ୍ ଖସିଛି । ବିଏସଇରେ ଏବେ ସେୟାର ମୂଲ୍ୟ ୮ ଟଙ୍କା ୫୪ ପଇସା ରହିଛି । ସୋମବାର ଏହା ୮ ଟଙ୍କା ୭୦ ପଇସା ରହିଥିଲା ।