ମୁମ୍ବାଇ ୧୩।୦୪ : ରାଗିଗଲେ କିଙ୍ଗ କୋହଲି । ଆଉଟ ହେବା ପରେ ହଠାତ୍ ମୁଣ୍ଡରେ ପିନ୍ଧିଥିବା ହେଲମେଟକୁ କାଢି ଫିଙ୍ଗିଦେଲେ । ଯାହାକୁ ଦେଖି ପଡ଼ିଆ ଏବଂ ଟିଭି ଦେଖୁଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ପଡ଼ିଆ ମଝିରେ ବିରାଟ କାହିଁକି ହେଲ୍ମେଟ୍ ଫିଙ୍ଗିଲେ, ଆସନ୍ତୁ ଜାଣିବା...

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୪୦/୪ ରନର ବିଶାଳ ସ୍କୋର କରିଥିଲା । ଫିଲ ସଲ୍ଟ, ବିରାଟ କୋହଲି ଓ ରଜତ ପଟିଦାର ଅର୍ଦ୍ଧଶତକ ହାସଲ କରିଥିଲେ। କୋହଲି ୩୮ ବଲ ସାମ୍ନା କରି ୫ ଚୌକା ଓ ଗୋଟିଏ ଛକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ହାର୍ଦ୍ଦିକ ପାଣ୍ଡାଙ୍କ ଦ୍ବାରା ଆଉଟ୍ ହୋଇଥିଲେ। କୋହଲି ବଡ଼ ଇନିଂସ ଖେଳିବା ଲକ୍ଷ୍ୟ ରହିଥିଲେ। ତେଣୁ ସେ ନିଜ ଆଉଟକୁ ସହଜରେ ଗ୍ରହଣ କରିପାରି ନଥିଲେ। ପାଭିଲିୟନ ଫେରିବା ପଥରେ ବାଉଣ୍ଡାରୀ ଅତିକ୍ରମ କରିବା ପରେ କୋହଲି ନିଜ ହେଲମେଟ୍ ଓ ଗ୍ଲୋବ୍ସ ଫିଙ୍ଗି ଦେଇଥିଲେ। ପରେ ସେ ଆଉ ଫିଲିଂ କରିବାକୁ ନଆସି ଡ୍ରେସିଂ ରୁମରେ ବିଶ୍ରାମ ନେଇଥିଲେ।

Also Read:-ଶାନ୍ତି ଆଲୋଚନା ବିଫଳ ପରେ ବଢ଼ିଲା ଟେନସନ୍, ଇରାନ ବନ୍ଦରକୁ ସାମୁଦ୍ରିକ ପରିବହନ ବନ୍ଦ କରିବ ଆମେରିକା

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାଦ ଗଣ୍ଠିରେ ଆଘାତ ଯୋଗୁ ସେ ଫିଲ୍‌ଡିଂ କରିନଥିଲେ । କିନ୍ତୁ ଆଘାତ କେତେ ଗଭୀର ଓ ଜଟିଳ ସେ ବିଷୟରେ କିଛି ଜଣାପଡ଼ିନାହିଁ। କୋହଲି ଓ ସଲ୍ଫଙ୍କ ମଧ୍ୟରେ ପ୍ରଥମ ୱିକେଟ୍ରେ ୧୨୦ ରନ୍‌ର ଭାଗିଦାରୀ ଗଢ଼ି ଉଠିଥିଲା। ଏଥିସହ କୋହଲି ଟି-ଟ୍ରେଣ୍ଡି କ୍ରିକେଟରେ ୪୭ତମ ଶତକୀୟ ଭାଗିଦାରୀ ଗଠନ କରି ନୂଆ ରେକର୍ଡ କରିଛନ୍ତି। ସେ ବାବର ଆଜାମଙ୍କ (୪୬ଟି ) ରେକର୍ଡ ଭାଙ୍ଗିଛନ୍ତି । କ୍ରିସ୍ ଗେଲଙ୍କ ନାମରେ ୪୬ଟି, ଡେଭିଡ୍ ୱାର୍ଣରଙ୍କ ନାମରେ ୪୫ଟି ଏବଂ ଫାଫ ଡୁପ୍ଲେସିଙ୍କ ନାମରେ ୪୦ଟି ଶତକୀୟ ଭାଗିଦାରୀ ରେକର୍ଡ ରହିଛି।