ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ର ୩୯ତମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ (DC) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ମଧ୍ୟରେ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଆରସିବିର ପୂର୍ବତନ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟର ବିରାଟ କୋହଲିଙ୍କ ପାଖରେ ଏକ ବଡ଼ ରେକର୍ଡ ସ୍ଥାପନ କରିବାର ସୁଯୋଗ ରହିଛି। ଅନେକ ରେକର୍ଡର ଅଧିକାରୀ କୋହଲି ଆଜି ଏକ କିର୍ତ୍ତୀମାନ ରଚିବାକୁ ଯାଉଛନ୍ତି ।

କୋହଲି କରିବେ ବିରାଟ ରେକର୍ଡ

ବିରାଟ କୋହଲି IPL ଇତିହାସରେ ସର୍ବାଧିକ ରନ୍ ସ୍କୋରର। ସେ ୨୭୪ ମ୍ୟାଚରେ ୨୬୬ ଇନିଂସରେ ୩୯.୯୫ ହାରରେ ୮,୯୮୯ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ, ସେ ୬୬ ଅର୍ଦ୍ଧଶତକ ଏବଂ ୮ ଶତକ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୩୩.୭୭ ରହିଛି । ଯଦି କୋହଲି ଆଜିର ମ୍ୟାଚ୍ରେ ମାତ୍ର ୧୧ ରନ୍ କରନ୍ତି, ତେବେ ସେ IPLରେ ୯୦୦୦ ରନ୍ ଅତିକ୍ରମ କରିବେ।

ଦିଲ୍ଲୀରେ ଭଲ ପ୍ରଦର୍ଶନ

ଦିଲ୍ଲୀକୁ କୋହଲିଙ୍କ ଘରୋଇ ଗ୍ରାଉଣ୍ଡ ଏବଂ ସେଠାରେ କୋହଲି ଭଲ ପ୍ରଦର୍ଶନ କରନ୍ତି । ଅରୁଣ ଜେଟଲି ଷ୍ଟାଡିୟମରେ କୋହଲି ୧୧ ଇନିଂସରେ ହାରାହାରି ୬୬.୮ ସହ ୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। IPL ବ୍ୟତୀତ, ବିରାଟ କୋହଲି T20 କ୍ରିକେଟରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛନ୍ତି। ଭାରତରେ ୧୦,୦୦୦ ଟି-୨୦ ରନ୍ ପୂରଣ କରିବା ପାଇଁ ତାଙ୍କୁ କେବଳ ୬୮ ରନ୍ ଆବଶ୍ୟକ।

IPLରେ ସର୍ବାଧିକ ରନ୍ କରିଥିବା ବ୍ୟାଟର

ବିରାଟ କୋହଲି- ୮୯୮୯ ରନ୍ (୨୭୪ ମ୍ୟାଚ୍)

ରୋହିତ ଶର୍ମା- ୭୧୮୩ (୨୭୬ ମ୍ୟାଚ୍)

ଶିଖର ଧାଓ୍ବନ- ୬୭୬୯ ରନ୍ (୨୨୨ ମ୍ୟାଚ୍)

ଡେଭିଡ ଓ୍ବାର୍ଣ୍ଣର- ୬୫୬୫ ରନ୍ (୧୮୪ ମ୍ୟାଚ୍)

କେଏଲ ରାହୁଲ- ୫୫୭୯ ରନ୍ (୧୫୨ ମ୍ୟାଚ୍)