ମୁମ୍ୱାଇ: ପୂର୍ବତନ କ୍ରିକେଟର ବିନୋଦ କାମ୍ୱଲୀ । ବେଶ୍ ଚର୍ଚ୍ଚିତ କ୍ରିକେଟର । ସଚିନଙ୍କ ସହ ତାଙ୍କ ଜୋଡି ବେଶ୍ ଜବରଦସ୍ତ । କେବଳ କ୍ରିକେଟର ନୁହେଁ ବରଂ ଉଭୟଙ୍କ ମଧ୍ୟରେ ବନ୍ଧୁତା ବି ବେଶ୍ ଭଲ । ଏମିତିକି ଅନେକ ସମୟରେ କାମ୍ୱଲି ମଧ୍ୟ ସଚିନଙ୍କ ସହ ତାଙ୍କ ସଂପର୍କ ଭଲ ନଥିବା ସ୍ପଷ୍ଟ କରନ୍ତି । ନିକଟରେ କାମ୍ୱଲୀଙ୍କ ଶରୀର ଅସୁସ୍ଥ ହୋଇପଡିଥିଲା । ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟାବସ୍ଥା ବହୁତ ଗୁରୁତର ହୋଇପଡିଥିଲା । ଏବେ ପୁଣି ଥରେ ସେ ଲାଇମ ଲାଇଟ୍କୁ ଆସିଛନ୍ତି ।

ତାଙ୍କର ଭାଇରାଲ ହୋଇଥିବା ଭିଡିଓକୁ ନେଇ ଅନେକ ଆଲୋଚନା । ଯେଉଁଥିରେ ସେ କହୁଛନ୍ତି ଯାହାଙ୍କ ଜୀବନରେ ଟିକିଏ କମ୍ ମିଳିଛି ତାଙ୍କ ପାଇଁ ଟିକିଏ ଅଧିକା..ତିନି ଗୁଣା ଅଧିକା । ତେବେ ଏହା କହିବାର କିଛି ତାତ୍ପର୍ଯ୍ୟ ନାହିଁ । ମାନେ ଏହା ଗୋଟିଏ ଆଡ୍ର ଲାଇନ୍ । ଏହି ଲାଇନ୍ଟି ଆଇସକ୍ରିମ୍ ବ୍ରାଣ୍ଡ ଡିନସାଓର ନୂଆ ବିଜ୍ଞାପନର ଟ୍ୟାଗ୍‌ଲାଇନ୍ । ବିଜ୍ଞାପନରେ ଭାରତୀୟ ପୂର୍ବତନ କ୍ରିକେଟର ବିନୋଦ କାମ୍ୱଲୀ ନଜର ଆସୁଛନ୍ତି । ଯେ ସେହି ଆଡ୍ ଜରିଆରେ କମ୍ବ୍ୟାକ୍ କରିଛନ୍ତି ।

 

ବିଜ୍ଞାପନରେ ଦେଖାଯାଉଛି କି ଜୀବନରେ ଯାହାକୁ କମ୍ ମିଳିଛି ସେ ଟିକିଏ ଅଧିକ ଟିକିଏ ପାଇବାକୁ ହକ୍‌ଦାର । ଆଉ ଏହି କଥାକୁ ଆଇସ୍କ୍ରିମ୍ କୋନ୍ର ଏକ୍ସଟ୍ରା ଟକୋଲେଟ୍ ଚିର୍ ସହ ଯୋଡୁଛି । ଯଦିଓ ସୋସିଆଲ ମିଡିଆରେ ଲୋକେ ଏହି ଲାଇନ୍କୁ କାମ୍ୱଲୀଙ୍କ ଜୀବନ ସହ ଯୋଡିଛନ୍ତି । ଅନେକ ଏହାକୁ ସମାଲୋଚନା ବି କରିଛନ୍ତି ।

ଏହି ଆଡ୍‌କୁ ନେଇ ଇଣ୍ଟରନେଟ୍ ଦୁଇ ଫାଳ ହେଲା ଭଳି ମନେ ହେଉଛି । କାମ୍ବଲିଙ୍କ ଭାବପ୍ରବଣ କମ୍ବ୍ୟାକ୍ ପାଇଁ ଅନେକ ତାଙ୍କୁ ପ୍ରଶଂସା କରୁଥିବା ବେଳେ, କିଛି ବ୍ୟବହାରକାରୀ ଟ୍ୟାଗଲାଇନ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ଯୁକ୍ତି ଦେଇଛନ୍ତି ଯେ ମାର୍କେଟିଂ ଉଦ୍ଦେଶ୍ୟରେ କାହାର କଷ୍ଟକର ସମୟକୁ ଏହିପରି ଚିତ୍ରଣ କରିବା ଅନୁପଯୁକ୍ତ । କେତେକ ଏହାକୁ ଅତ୍ୟଧିକ ସମ୍ବେଦନଶୀଳ ଓ "ଅତ୍ୟଧିକ ନାଟକୀୟ" ବୋଲି ମଧ୍ୟ କହିଛନ୍ତି।