ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଫିଲ୍ମର ସହକାରୀ ନିର୍ଦ୍ଦେଶକ ଭାବରେ କାମ କରିବା ପରେ ଏକ ଓ୍ବେବ ସିରିଜ୍‌ର ନିର୍ଦ୍ଦେଶନା ଦେଇଥିଲେ ୨୭ ବର୍ଷୀୟ ନିର୍ଦ୍ଦେଶକ ବେଲ୍‌ରାଜ୍‌ କାଲାରିକ୍କଲ୍‌ । କିନ୍ତୁ ଏହି ଓ୍ବେବ ସରିଜ୍‌ ରିଲିଜ୍‌ ହେବାର କେଇ ଦିନ ପରେ ହୋଟେଲ ରୁମରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ବେଲ୍‌ରାଜଙ୍କର ପରଲୋକ ହୋଇଯାଇଛି ଅକାଳ ବିୟୋଗ ସିନେ ଜଗତରେ ଶୋକର ଛାୟା ଖେଳାଇଦେଇଛି । ଶନିବାର କୋଚିର ଏକ ହୋଟେଲ ରୁମ୍‌ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। 

ମୃତ୍ୟୁର ସଠିକ୍ କାରଣ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ଦିଆଯାଇ ନାହିଁ । ହେଲେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଜଣେ ନିର୍ଦ୍ଦେଶକ ଭାବରେ 'କାପି ସ୍କ୍ୱାଡ୍'ରେ କାମ କରିବା ପୂର୍ବରୁ ବେଲରାଜ୍‌ ମାଲାୟଲମ୍ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିଲେ। ନିଜଲ୍ , ମଧୁରମ୍ , ଏବଂ ଡାକିନିରେ ସହକାରୀ ନିର୍ଦ୍ଦେଶକ ଭାବାର କାର୍ଯ୍ୟ କରି ସେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ। 

ସେ 'ଫାର୍ଷ୍ଟ ପ୍ରିଣ୍ଟ ଷ୍ଟୁଡିଓଜ୍'ର ଜଣେ ସହ-ସଂସ୍ଥାପକ ଥିଲେ। ଏହି ଷ୍ଟୁଡିଓ ମାଧ୍ୟମରେ ସେ ଅନେକ ପ୍ରଶଂସିତ ପ୍ରଡକ୍ସନ୍ ସହ ଜଡ଼ିତ ଥିଲେ । ସେଥିରେ ପୁରସ୍କାରପ୍ରାପ୍ତ ଫିଲ୍ମ ଓଟ୍ଟାମୁରୀ ଭେଲିଚମ୍ଏବଂ ଓଟିଟିର ଲୋକପ୍ରିୟ ସିରିଜ୍ କେରଳ କ୍ରାଇମ୍ ଫାଇଲ୍ସ ଅନ୍ତର୍ଭୁକ୍ତ।
ବେଲ୍‌ରାଜ୍‌  ୨୦୨୬ ସେପ୍ଟେମ୍ବର ୧୧ ତାରିଖରେ ତାଙ୍କର ବାନ୍ଧବୀ ଆଥିରା ବିନ୍ଦୁ ସାବୁଙ୍କୁ ବିବାହ କରିଥିଲେ।  କିନ୍ତୁ ବେଲରାଜଙ୍କ ଅକାଳ ବିୟୋଗ ପରିବାର, ସିନେ ଜଗତକୁ ସ୍ତବ୍ଧ କରିଦେଇଛି ।