ବଲାଙ୍ଗୀର: ବନ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ। ଭାଇରାଲ ହେଲା ଭିଡିଓ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ତଥା ତୁରେକେଲା ଥାନା ଯୁବାମାଲ ଗାଁରେ ।

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଯୁବାମାଲ ଗାଁର ମୁଣ୍ଡାପଡ଼ାରେ ଲୋକେ ଜଙ୍ଗଲ ଜମିକୁ ଦଖଲ କରିଥିବାବେଳେ ସେହି ସ୍ଥାନରେ ବୃକ୍ଷରୋପଣ ପାଇଁ ବନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଉଥିଲା। କାର୍ଯ୍ୟକୁ ଦେଖିବା ପାଇଁ ବନ କର୍ମଚାରୀ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ ଫରେଷ୍ଟରଙ୍କୁ ଠେଙ୍ଗାରେ ଗ୍ରାମବାସୀ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ପରେ ଫରେଷ୍ଟର ଅନ୍ୟ ସାଥୀ ଗାର୍ଡମାନଙ୍କୁ ଡକାଇଥିଲେ। କିନ୍ତୁ ସାଥି ଗାର୍ଡମାନେ ସେଠାରେ ପହଁଞ୍ଚିବା ପରେ ସେମାନଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଗାଁ ଲୋକେ ପିଟିଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେଉଛି।

Also Read: ଦଶମ ଶ୍ରେଣୀ ଛାତ୍ରୀଙ୍କୁ କରୁଥିଲା ପ୍ରେମ ନିବେଦନ, ମନା କରିବାରୁ ଜାଳି ମାରିବାକୁ ଉଦ୍ୟମ

ତେବେ ଘଟଣାରେ ଜଣେ ଫରେଷ୍ଟର, ୩ ଜଣ ଫରେଷ୍ଟ ଗାର୍ଡ, ୨ ଜଣ ପାରା ସ୍କ୍ୱାର୍ଡ ଆହତ ହୋଇଥିବା ଜଣାପଡ଼ିଛି। ବୃକ୍ଷ ରୋପଣ ପାଇଁ ପ୍ରୟାସ ବେଳେ ବନ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ତୁରେକେଲା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି।