Strait of Hormuz reopening meet: ଷ୍ଟ୍ରେଟ ଅଫ ହରମୁଜ ଖୋଲିବା ନେଇ ୟୁକେ ଡକାଇଥିବା ବୈଠକରେ ଭାରତ ମତ ରଖିଛି। ଭାରତ ପକ୍ଷରୁ ମତ ରଖି ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି ଯେ ଏକମାତ୍ର ଦେଶ ଭାବେ ଭାରତ ହର୍ମୁଜ୍ ଜଳପଥ ବିବାଦରେ ନିଜ ନାଗରିକଙ୍କୁ ହରାଇଛି। ତେଣୁ ଏହାର ସମାଧାନ ପାଇଁ କୂଟନୈତିକ ଆଲୋଚନା ଦରକାର ବୋଲି ମିଶ୍ରି କହିଛନ୍ତି। ଏଥିସହିତ ହରମୁଜ ଜଳପଥରେ ଜାହାଜଗୁଡ଼ିକ ସ୍ୱାଧୀନ ପରିବହନ ନୀତିକୁ ଭାରତ ସରକାର ସମର୍ଥନ କରନ୍ତି ବୋଲି ମିଶ୍ରି ବୈଠକରେ ଉଲ୍ଲେଖ କରିଥିବା ବୈଦେଶିକ ମନ୍ତ୍ରଣାଳୟ (MEA) ସୂଚନା ଦେଇଛି।

Also Read-ଟ୍ରମ୍ପଙ୍କ ବୟାନ ପରେ ଭୁଶୁଡିଲା ବଜାର : ସେୟାର ମାର୍କେଟ୍ କ୍ରାଶ୍, ବଢିଲା ଅଶୋଦ୍ଧିତ ତେଲ ରେଟ୍

ଆମେରିକା ଓ ଇସ୍ରାଏଲ ଆକ୍ରମଣ କରିବା ଇରାନ ଷ୍ଟ୍ରେଟ୍ ଅଫ୍ ହରମୁଜ ବନ୍ଦ ରଖିଛି। ତୈଳ ଓ ଗ୍ୟାସ ପରିବହନ ହୋଇପାରୁ ନଥିବାରୁ ସାରା ବିଶ୍ୱରେ ଶକ୍ତି ସଂକଟ ଦେଖା ଦେଇଛି। ଏପଟେ ଆମେରିକା ଏଥିରେ କୌଣସି ସାହାଯ୍ୟ କରିପାରିବ ନାହିଁ ବୋଲି ଟ୍ରମ୍ପ କହିବା ପରେ ପ୍ରଭାବିତ ଦେଶଗୁଡ଼ିକ ହରମୁଜ ଜଳପଥ ଖୋଲିବା ନେଇ ବୈଠକ କରିଛନ୍ତି। 

ଗୁରୁବାର ବସିଥିବା ଏହି ବୈଠକରେ ୟୁକେ ନେତୃତ୍ୱ ନେଇଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଭାରତ ସମେତ ଏକାଧିକ ଦେଶକୁ ନିମନ୍ତ୍ରଣ କରିଥିଲା ୟୁକେ। ଏଥିରେ ୬୦ରୁ ଅଧିକ ଦେଶ ଯୋଗ ଦେଇଥିଲେ। ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ କୂଟନୀତି ହେଉଛି ସବୁଠାରୁ ସମ୍ଭାବ୍ୟ ଉପାୟ ବୋଲି ବୈଠକରେ କହିଥିଲେ ଭାରତୀୟ ବୈଦେଶିକ ସଚିବ। ଯାହା ସବୁବେଳେ ଭାରତ ସରକାରଙ୍କର ପ୍ରଥମ ପଦକ୍ଷେପ ରହି ଆସିଛି।

ତେବେ ଏହି ସଙ୍କଟରୁ ବାହାରିବାକୁ ହେଲେ କିମ୍ବା ଉତ୍ତେଜନା ହ୍ରାସ କରିବାକୁ ହେଲେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ କୂଟନୈତି ଓ ଆଲୋଚନାର ପଥକୁ ଫେରିବାକୁ ହେବ ବୋଲି ଭାରତ ବୈଠକରେ ମତ ରଖିଥିଲା। ତେବେ ଭାରତର ଶକ୍ତି ସୁରକ୍ଷା ଉପରେ ସଙ୍କଟର ପ୍ରଭାବକୁ ନେଇ ଶ୍ରୀ ମିଶ୍ରି ଭାରତର ବ୍ୟକ୍ତିଗତ କ୍ଷତିକୁ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଉପସାଗରରେ ବାଣିଜ୍ୟିକ ଜାହାଜ ଚଳାଚଳ ଉପରେ ହୋଇଥିବା ଆକ୍ରମଣରେ ଭାରତ ଏକମାତ୍ର ଦେଶ ଭାବରେ ନିଜର ନାବିକମାନଙ୍କୁ ହରାଇଛି। ଏହାପରେ ଅନ୍ୟ ଦେଶମାନେ ବି ସେମାନଙ୍କର ମତ ରଖିଥିଲେ।

Also Read-E20 Fuel Mandatory: ଆଉ ମିଳିବନି ପ୍ଲେନ ପେଟ୍ରୋଲ, ଏବେଠୁ କେବଳ ଇ୨୦ ଫୁଏଲ

ଭାରତର ଜାହାଜ ଚଳାଚଳ ନିର୍ଦ୍ଦେଶାଳୟର ଜେନେରାଲଙ୍କ ସୂଚନା ଅନୁଯାୟୀ,ହରମୁଜରେ ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ ଅତି କମରେ ତିନି ଜଣ ଭାରତୀୟ ନାବିକଙ୍କର ପ୍ରାଣ ଯାଇଛି। ଏହି ନାବିକମାନେ ବିଦେଶୀ ପତାକାଯୁକ୍ତ ବାଣିଜ୍ୟ ଜାହାଜରେ କାର୍ଯ୍ୟ କରିଥିଲେ। ହର୍ମୁଜ୍ ଜଳପଥରେ ଇରାନ ଆକ୍ରମଣରେ ଏମାନେ ପ୍ରାଣ ହରାଇଛନ୍ତି।