ଚେନ୍ନାଇ: ତାମିଲନାଡୁରେ ଚମକପ୍ରଦ ବିଜୟ ପରେ ସରକାର ଗଢିବାକୁ ପ୍ରସ୍ତୁତିରେ ଜୁଟି ଯାଇଛି ଥାଲାପତି ବିଜୟଙ୍କ ପାର୍ଟି ଟିଭିକେ। ୨୩୪ ସିଟରୁ ୧୦୮ ସିଟ୍ ଜିତିଥିବା ଟିଭିକେର ମୁଖ୍ୟ ଥାଲାପତି କ୍ୟାବିନେଟ୍ ଗଠନ ପାଇଁ ନିଜ ବିଧାୟକଙ୍କ ସହ ବୈଠକ କରିଛନ୍ତି। ସୂତ୍ର ଅନୁଯାୟୀ, ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ମ ୭ରେ ଶପଥ ନେଇ ପାରନ୍ତି। ତାଙ୍କ ସହିତ ନଅ ଜଣ କ୍ୟାବିନେଟ୍ ମନ୍ତ୍ରୀ ଶପଥ ଗ୍ରହଣ କରି ପାରନ୍ତି।

ଆଜି ଅନୁଷ୍ଠିତ ବୈଠକରେ ମେଣ୍ଟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ତାମିଲନାଡ଼ୁରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୮ ଦରକାର ଥିବା ବେଳେ ୧୦ଟି ଆସନ ପଛରେ ରହିଛି ଟିଭିକେ। ତେଣୁ ଟିଭିକେ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ସରକାର ଗଠନ ପାଇଁ ପ୍ରୟାସ ଚଳାଇଛି। ଏହି ସବୁ ମଧ୍ୟରେ କଂଗ୍ରେସ ସହ ଅନ୍ୟାନ୍ୟ ଛୋଟ ଛୋଟ ଦଳ ବିଜୟଙ୍କ ପାର୍ଟିକୁ ସମର୍ଥନ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି।

Also Read: ପଶ୍ଚିମବଙ୍ଗ ବିଜୟ ପରେ ଦେଶରେ ବଢିଲା ବିଜେପି ଶାସିତ ରାଜ୍ୟ ସଂଖ୍ୟା, ଦେଖନ୍ତୁ NDAର ବିସ୍ତାର

ସୂତ୍ର ଅନୁଯାୟୀ, ବିଜୟ କଂଗ୍ରେସ, ବାମ ଦଳ ଏବଂ ଅନ୍ୟାନ୍ୟ ଛୋଟ ଆଞ୍ଚଳିକ ଦଳ ବିଦୁଥଲାଇ ଚିରୁଥାଇଗଲ କଟାଚି(ଭିସିକେ), ସିପିଆଇ(ଏମ), ସିପିଆଇ ଏବଂ ଇଣ୍ଡିଆନ ମୁସଲିମ ଲିଗ୍(IUML) ସହ ଆଲୋଚନା ଚଳାଇଛନ୍ତି। ଯଦି ଏସବୁ ପାର୍ଟି ବିଜୟଙ୍କ ଟିଭିକେକୁ ସମର୍ଥନ ଦେବାକୁ ଘୋଷଣା କରନ୍ତି ତେବେ ବିଜୟ ସହଜରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରି ପାରିବେ। ହେଲେ ଏ ପର୍ଯ୍ୟନ୍ତ କୌଣସି ପାର୍ଟି ସ୍ପଷ୍ଟ ଭାବେ କିଛି ସଙ୍କେତ ଦେଇ ନାହାନ୍ତି।

ବିଜୟଙ୍କୁ ମେଣ୍ଟ ଆବଶ୍ୟକ

୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଭେଟ୍ଟି କାଝାଗମ ପାର୍ଟିକୁ ସରକାର ଗଠନ କରିବା ପାଇଁ ୧୧୮ ଆସନ ଆବଶ୍ୟକ। ତଥାପି, ସବୁଠାରୁ ବଡ଼ ଦଳ ହେବା ସତ୍ତ୍ଵେ, ଟିଭିକେ ବହୁମତ ହାସଲ କରିପାରି ନାହିଁ। ବିଜୟ ଥାଲାପଥୀ ସହଯୋଗୀମାନଙ୍କ ସହିତ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ କଂଗ୍ରେସ ପାଞ୍ଚଟି ଏବଂ ପିଏମକେ ଚାରୋଟି ଆସନ ସହିତ ରାଜ୍ୟପାଳଙ୍କ ନିକଟରେ ସରକାରୀ ଦାବି ଦାଖଲ କରିପାରିବେ।

ଏହି ଦିନ ରାଜ୍ୟପାଳଙ୍କୁ ଭେଟିପାରନ୍ତି

ରାଜ୍ୟର ସବୁଠାରୁ ବଡ଼ ଦଳ ହେବା ପରେ, ବିଜୟ ସରକାର ଗଠନ କରିବା ପାଇଁ ଖୁବ୍ ଶୀଘ୍ର ରାଜ୍ୟପାଳଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ବିଜୟ ମେ ୬ ତାରିଖରେ କାର୍ଯ୍ୟକାରୀ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ବୋଲି ଆଶା କରାଯାଉଛି।

ପ୍ରଥମ ଥର ପାଇଁ DMK ଏବଂ AIDMK କ୍ଷମତାରୁ ବାହାର

ତାମିଲନାଡୁରେ ଟିଭିକେର ବିଜୟ ଏକ ଐତିହାସିକ ପରିବର୍ତ୍ତନ ଆଣିଛି। କାରଣ ୧୯୭୭ ଜୁନ୍ ପରେ ପ୍ରଥମ ଥର ପାଇଁ, ତାମିଲନାଡୁ ଦ୍ରାବିଡ ମୁନେତ୍ର କାଝଗମ (DMK) ଏବଂ ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ର କାଝଗମ (AIADMK) ର ପ୍ରାଧାନ୍ୟରୁ ମୁକୁଳି ଏକ ନୂଆ ସରକାର ପାଇବାକୁ ପ୍ରସ୍ତୁତ।