ମୁମ୍ବାଇ ୦୩।୦୩ : ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ସରିଛି । ଦମ୍ପତି ହନିମୁନ୍ ରେ ନଯାଇ ପ୍ରତିଟି ରିତିନୀତିକୁ ବେଶ୍ ନିଷ୍ଠାର ସହ ପାଳନ କରୁଛନ୍ତି । ମାର୍ଚ୍ଚ ୪ରେ ହେବ ରିସେପସନ୍ ପାର୍ଟି। ଏହା ପୂର୍ବରୁ, ଦମ୍ପତି ବାକି ଥିବା ରୀତିନୀତି ସବୁ ପୂରା କରିଛନ୍ତି। ବିବାହ ପରେ ହାଇଦ୍ରାବାଦରେ ରଶ୍ମିକାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ, ସୋମବାର ଦିନ ତେଲେଙ୍ଗାନାରେ ବିଜୟ ଦେବରକୋଣ୍ଡାଙ୍କ ଗାଁ ଥୁମନପେଟାରେ ଦମ୍ପତି ପହଞ୍ଚି ଥିଲେ।  ସେଠାରେ ମଧ୍ୟ ତାଙ୍କୁ ବେଶ୍ ଦୁମ୍ ଧାମ୍ ର ସହ ସ୍ୱାଗତ କରାଯାଇଥିଲା।

ଗ୍ରାମରେ ସେମାନଙ୍କ ନୂଆ ଘରେ ଗୃହସ୍ଥାପନ ଉତ୍ସବ ସହ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହୋଇଥିଲା। ବିଜୟ ଏବଂ ରଶ୍ମିକା ପୂଜା ସମୟରେ ଏକାଠି ବସି ରୀତିନୀତି ସମାପ୍ତ କରିଥିଲେ। ଏହି ସମୟରେ ଉଭୟ ବେଶ୍ ଖୁସି ଦେଖା ଯାଉଥିଲେ। ନବଦମ୍ପତିଙ୍କୁ ଦେଖିବା ପାଇଁ ସମଗ୍ର ଗାଁ ଏକାଠି ହୋଇଥିଲା। ରଶ୍ମିକା ଏବଂ ବିଜୟ ହାତ ଯୋଡ଼ି ସମସ୍ତଙ୍କୁ ପ୍ରଣାମ କରିଥିଲେ। ଗାଁ ଲୋକମାନେ ଦମ୍ପତିଙ୍କୁ ଏକ ସୁଖଦ ଜୀବନ ପାଇଁ ଆଶୀର୍ବାଦ ଦେଇଥିଲେ।

ବିଜୟ ମଞ୍ଚ ଉପରକୁ ଆସି ଗାଁ ଲୋକଙ୍କ ସହ ବୋହୂ ରଶ୍ମିକାଙ୍କ ପରିଚୟ କରାଇଥିଲେ । ଅଭିନେତ୍ରୀ ଗାଁ ଲୋକଙ୍କୁ ଅଭିବାଦନ ଜଣାଇବା ସହ ଧନ୍ୟବାଦ ଜଣାଇଥିଲେ। ଦମ୍ପତି ୩୦୦୦ ଗ୍ରାମବାସୀଙ୍କୁ ଖାଇବାକୁ ଦେଇଥିଲେ। ଏହି ସମୟରେ ବିଜୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଥିଲେ। ଅଭିନେତା ଦେବରକୋଣ୍ଡା ଚାରିଟେବଲ୍ ଟ୍ରଷ୍ଟ ଅଧୀନରେ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଘୋଷଣା କରିଥିଲେ। ତେଲେଙ୍ଗାନାର ନଗରକୁର୍ଣ୍ଣୁଲ୍ ଜିଲ୍ଲାର ଆଚମ୍ପେଟ୍ ଡିଭିଜନର ୪୪ଟି ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଏହି ଉପହାର ଦିଆଯିବ। ଏହି ଘୋଷଣା ଶୁଣି ଦେବରକୋଣ୍ଡାଙ୍କ ମାଆ ବହୁତ ଖୁସି ହୋଇଯାଇଥିଲେ। ଏମିତି କି ଭାଇ ଆନନ୍ଦ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ବିଜୟ ଗାଁ ଲୋକଙ୍କୁ କହିଥିଲେ, "ମୋର ଜନ୍ମଭୂମିରେ ଏକ ଘର ଏବଂ ଜମି ଅଛି। ଏବେଠାରୁ, ମୁଁ ନିୟମିତ ଭାବରେ ଗାଁକୁ ଆସିବି।"

ବିବାହ ପରେ, ଦମ୍ପତି ଆଶୀର୍ବାଦ ପାଇବା ପାଇଁ ତିରୁମାଲା ତିରୁପତି ମନ୍ଦିର ଯାଇଥିଲେ। ପ୍ରଶଂସକମାନେ ଦମ୍ପତିଙ୍କ ଏକ ଝଲକ ପାଇବାକୁ ବେଶ୍ ଉତ୍ସାହିତ ଥିଲେ। ରଶ୍ମିକା ଏବଂ ବିଜୟ ସାତ ବର୍ଷର ଡେଟିଂ ପରେ ବିବାହ କରିଛନ୍ତି। ସେମାନଙ୍କର ବିବାହ ଲୁକ୍ ଏବେ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦମ୍ପତି କୋଡାୱା ଏବଂ ଆନ୍ଧ୍ର ରୀତିନୀତି ଅନୁସାରେ ବିବାହ କରିଥିଲେ। ଏବେ ପ୍ରଶଂସକମାନେ ସେମାନଙ୍କର ରିସେପ୍ସନ ଲୁକ୍ କେମିତି ହେବ , ସେହି ଅପେକ୍ଷାରେ।