ପିପିଲି ୭।୯: ଭିଜିଲାନ୍ସ ଜାଲରେ RI ଆଉ ARI । ୩୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜମି ମ୍ୟୁଟେସନ୍ ପାଇଁ ନେଉଥିଲେ ଲାଞ୍ଚ । ପିପିଲି ତହସିଲ ସିଉଳା RI କଲ୍ୟାଣୀ ଜେନା ଏବଂ ARI ପୂର୍ଣ୍ଣଚନ୍ଦ୍ର ବେହେରା ।

ଜଣେ ଆବେଦନକାରୀ ସରକାରୀ ନିୟମ ଅନୁଯାୟୀ ନିଜ କୃଷି ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ କରିବା ପାଇଁ ରାଜସ୍ୱ ବିଭାଗରେ ଆବେଦନ କରିଥିଲେ । ଏହି ମାମଲାର ତଦନ୍ତ ରିପୋର୍ଟ ପ୍ରସ୍ତୁତ ଓ ଅଗ୍ରସର କରିବା ପାଇଁ RI କଲ୍ୟାଣୀ ଜେନା ଓ ARI ପୂର୍ଣ୍ଣଚନ୍ଦ୍ର ବେହେରା ଆବେଦନକାରୀଙ୍କୁ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ବାରମ୍ବାର ଅନୁରୋଧ ସତ୍ତ୍ୱେ ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ଜିଦ୍ ଧରିଥିବା ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ ।

Also Read:- ଆହୁରି କଡ଼ା ହେବ ଅଗ୍ନି ନିରାପତ୍ତା ନିୟମ : ଆସନ୍ତା ୧୫ରୁ ରାଜ୍ୟବ୍ୟାପୀ ଯାଞ୍ଚ, ହସ୍ପିଟାଲରୁ ଶିଳ୍ପ ପ୍ରତିଷ୍ଠାନ ଯାଏଁ ଆକ୍ସନ

ଅଭିଯୋଗ ଆଧାରରେ ଆଜି ଲାଞ୍ଚ ନେବାବେଳେ ସେମାନଙ୍କୁ ଧରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡା ଚାରିଛକ, ପୁରୀ ଚନ୍ଦନପୁର ଏବଂ ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଘରେ ଏବଂ ଅଫିସ୍‌ରେ ଏକକାଳୀନ ଚଢ଼ାଉ ଜାରି ରହିଛି ।

Watch Video: