କଟକ ୨୩।୧୦: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଯନ୍ତ୍ରୀ ତପନ ସେଠୀଙ୍କର ବିପୁଳ ସମ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ଭିଜିଲାନ୍ସ ସେଲ୍ ଏସ୍ପି । ବଡଚଣା ଆର ଆଣ୍ଡ ବି ସବ୍ଡିଭିନରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ତପନ ସେଠୀ ତାଙ୍କ ଆୟଠାରୁ ୧୭୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ସୂଚନା ଦେଇଛି ।

Also Read:- ସମ୍ଭାବ୍ୟ ବାତ୍ୟା ନେଇ ସରକାର ତତ୍ପର ; ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍

ଭିଜିଲାନ୍ସ ଏସ୍ପି ସୁଶାନ୍ତ କୁମାର ବିଶ୍ବାଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ତପନ ସେଠୀଙ୍କ ଘରୁ ୭ ଶହ ୪୭ ଗ୍ରାମ ସୁନା ଜବତ ହୋଇଛି । ଏହାସହ କଟକ, ଭୁବନେଶ୍ୱର ଓ ପୁରୀରେ ବଡ଼ ବଡ଼ ତିନୋଟି କୋଠା ଏବଂ ଫାର୍ମହାଉସ ରହିଥିବା ମଧ୍ୟ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ୍ପି । ତପନଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୨୦ ଲକ୍ଷ ୫୭ ହଜାର ଟଙ୍କାର ଜମା ମଧ୍ୟ ଜବତ କରାଯାଇଛି ।