ଭୁବନେଶ୍ବର ୧୩।୮: ତିନି କୋଟି ଟଙ୍କାରୁ ଉର୍ଦ୍ଧ୍ବ ସରକାରୀ ପାଣ୍ଠି ଆତ୍ମସାତ । ବନ୍ଧା ହେଲେ ଜଣେ ପୂର୍ବତନ ଏବଂ ଅନ୍ୟ ଜଣେ କାର୍ଯ୍ୟରତ ଅଧିକାରୀ । ତିର୍ତ୍ତୋଲ ବ୍ଲକରେ ୩ କୋଟିରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ଭିତରେ ଅଛନ୍ତି ଅବସରପ୍ରାପ୍ତ PEO ପ୍ରଦୀପ୍ତ ମଲ୍ଲିକ ଏବଂ କାର୍ଯ୍ୟରତ SRA ଭଞ୍ଜକିଶୋର ବେହେରା । ଦୁଇ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜଗତସିଂପୁର ଜିଲ୍ଲାରେ ଏକ ବଡ଼ ଆର୍ଥିକ ଠକେଇ ମାମଲାରେ ଚଢ଼ାଉ କରି ନୂଆଗାଁ ତହସିଲ ଅଧୀନ ତିର୍ତ୍ତୋଲ ବ୍ଲକର ଏସଆରଏ ତଥା ନୂଆଗାଁ ତହସିଲର ଏସଆରଏ ଭଞ୍ଜ କିଶୋର ବେହେରା ଏବଂ ତିର୍ତ୍ତୋଲ ବ୍ଲକରୁ ଅବସରପ୍ରାପ୍ତ ପୂର୍ବତନ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକଙ୍କୁ ଗିରଫ କରାଯାଇଛି । ଉଭୟ ସରକାରୀ ପାଣ୍ଠିର ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କା ଆତ୍ମସାତ କରିଥିବା ନେଇ ଗିରଫ କରାଯାଇଛି।

ପୂର୍ବତନ ଏଇଇ ରାଜଦୀପ ହାଂସଦା ଏଥିରେ ସଂପୃକ୍ତ ଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇସାରିଛି । ତିନି ଅଭିଯୁକ୍ତ ଅଧିକାରୀ ସରକାରୀ ଦରମା ରେଜିଷ୍ଟର ଏବଂ ବଣ୍ଟନ ଡକ୍ୟୁମେଣ୍ଟ ଗୁଡ଼ିକୁ ଜାଲିଆତି ଏବଂ ହେରଫେର କରି ଅର୍ଥ ହେରଫେର କରିଥିବା ଜଣାପଡିଛି ।

Watch Video: