ଜି.ଉଦୟଗିରି ୧୦/୦୧: ବୁଲୁଛି ବାଘ । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଜି ଉଦୟଗିରିରୁ କଳିଙ୍ଗା ରାସ୍ତାର ରାଇପଦା ନିକଟ ଫାର୍ମରେ ବାଘ ବୁଲୁଥିବାର ନଜର ଆସିଛି । ବାଘ ବୁଲୁଥିବାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଯାହା ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ କେବେ ବାଘ ଆସିନଥିବା ବେଳେ ବର୍ତ୍ତମାନ ବାଘର ଭିଡିଓ ଦେଖି ଲୋକେ ଭୟଭୀତ ହୋଇଛନ୍ତି ।

ସୂଚନା ଥାଉକି, ଏହି ରାସ୍ତା ଦେଇ ଦିନକୁ ଶହ ଶହ ଯାନବାହାନ ଚଳାଚଳ ହୋଇଥାଏ । ବିଶେଷ କରି ଜି.ଉଦୟଗିରି ସହରକୁ ଦିନକୁ ହଜାର ହଜାର ଲୋକ ବାଇକ୍ରେ ଯିବା ଆସିବା ହୋଇଥାନ୍ତି । କିଛି ମାସ ତଳେ ଜଙ୍ଗଲୀ ଦନ୍ତା ହାତୀ ଆସି ଉପଦ୍ରବ କରୁଥିବା ବେଳେ ବର୍ତ୍ତମାନ ବାଘ ଲୋକଙ୍କୁ ଭୟଭୀତ କରି ପକାଇଛି ।