ନୂଆଦିଲ୍ଲୀବଲିଉଡ ଅଭିନେତା ବିକି କୌଶାଲ ଏବଂ ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫ୍ ନିକଟରେ ବାପାମା ହୋଇଛନ୍ତି। ନଭେମ୍ବର ୭ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି କ୍ୟାଟ୍। ଏହି ଖୁସିରେ ନିଜ ଲାଇଫ୍‌ରେ ଟିକେ ଲଗଜୁରି ଯୋଡ଼ିଛନ୍ତି ବି ଯୋଡିଛନ୍ତି ଏହି ସିନେ ଦମ୍ପତି। କାରଣ ବିକି କୌଶଲ ଏକ ଅଲ୍ଟ୍ରା ପ୍ରିମିୟମ ଲେକ୍ସସ ଏଲଏମ୩୫୦ଏଚଏସ(Lexus LM350h 4S) କାର୍ କିଣିଛନ୍ତି। ଯାହାର ମୂଲ୍ୟ ୩.୨୦ କୋଟି ଟଙ୍କା ରହିଛି।

ଗୁରୁବାର ସନ୍ଧ୍ୟାରେ କୌଶଲ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ତାଙ୍କ ଲେକ୍ସସ କାର୍ ଚଢି ଆସିଥିଲେ। ଯେତେବେଳେ ସେ କାର୍ ଚଳାଇ କାର୍ଯ୍ୟକ୍ରମରେ ପ୍ରବେଶ କଲେ ସମସ୍ତଙ୍କ ନଜର ତାଙ୍କର ସେ ଲଗଜୁରୀ କାର୍ ଉପରେ ରହିଥିଲା। ଚାରି ସିଟ୍ ବିଶିଷ୍ଟ ଲେକ୍ସସ୍ କାର ଏହାର ଆରାମଦାୟକ ଭିତର ସାଜସଜ୍ଜା ଏବଂ ଫାଷ୍ଟ କ୍ଲାସ୍ କମ୍ଫର୍ଟ ପାଇଁ ଜଣାଶୁଣା। ଏହା ଭାରତରେ ଉପଲବ୍ଧ ସବୁଠାରୁ ମହଙ୍ଗା MPV ମଧ୍ୟରୁ ଗୋଟିଏ ବୋଲି କୁହାଯାଏ।

ତେବେ ନୂଆ ନୂଆ ବାପା ହେବା ପରେ ବିକି କୌଶଲ ପିତୃତ୍ୱକୁ ନେଇ ମଧ୍ୟ ଖୁସୀ ଜାହିର କରିଛନ୍ତି। ମିଡିଆକୁ ପ୍ରତିକ୍ରିୟାଦେଇ ସେ କହିଛନ୍ତି ଯେ ଏହି ବର୍ଷ ବାପା ହେବା ମୋ ପାଇଁ ୨୦୨୫ର ସବୁଠାରୁ ବଡ଼ ମୁହୂର୍ତ୍ତ ଥିଲା। ଏହା କୌଣସି ଯାଦୁ ଠାରୁ ବି କମ ନଥିଲା ବୋଲି ସେ କହିଥିଲେ। ଭିକି ଆହୁରି କହିଥିଲେ “ମୁଁ ସବୁବେଳେ ଭାବୁଥିଲି ଯେ ଯେତେବେଳେ ସମୟ ଆସିବ, ମୁଁ ବହୁତ ଭାବପ୍ରବଣ ଏବଂ ଆନନ୍ଦିତ ହେବି, କିନ୍ତୁ ପ୍ରକୃତରେ ଏହା ମୋ ଜୀବନର ସବୁଠାରୁ ଦୃଢ଼ ମୁହୂର୍ତ୍ତ ଥିଲା।”

ଭିକିଙ୍କ ସିନେମା ବିଷୟରେ କହିବାକୁ ଗଲେ ଶେଷ ଥର ପାଇଁ ପିରିୟଡ୍ ଡ୍ରାମା "ଛାଭା" ରେ ନଜର ଆସିଥିଲେ। ବର୍ତ୍ତମାନ ସେ ସଞ୍ଜୟ ଲୀଲା ବଂଶାଲିଙ୍କ "ଲଭ୍ ଆଣ୍ଡ୍ ୱାର" ରେ ବ୍ୟସ୍ତ ଅଛନ୍ତି। ଯେଉଁଥିରେ ସେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ଅଭିନୟ କରିଛନ୍ତି। ଅନ୍ୟପଟେ କ୍ୟାଟ୍ରିନା କୈଫଙ୍କୁ ଶେଷ ଥର ପାଇଁ ବିଜୟ ସେଥୁପତିଙ୍କ ବିପକ୍ଷରେ ୨୦୨୪ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ "ମେରି ଖ୍ରୀଷ୍ଟମାସ" ରେ ଦେଖିବାକୁ ମିଳିଥିଲା।