କାରାକସ,|୦୬ଥରିଛି ଭେନେଜୁଏଲା । ଛାରଖାର ହୋଇଯାଇଛି ସବୁ କିଛି । ୧୦ ହଜାରରୁ ଅନେକ ପ୍ରାଣ ହରାଇଛନ୍ତି । ଲକ୍ଷ ଲକ୍ଷ ଲୋକେ ଆହତ ହୋଇଛନ୍ତି । ଏପରିକି ମୃତ୍ୟୁସଂଖ୍ୟା ଲକ୍ଷେ ଟପିପାରେ ବୋଲି ଆମେରିକାର କିଛି ସଂସ୍ଥା ଆକଳନ କରୁଛନ୍ତି । ଏସବୁ ଭିତରେ ଆହୁରି ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି ।

ଭୂମିକମ୍ପରେ ରାଜଧାନୀ କାରାକସ ସମେତ ଅନେକ ସହରରେ ବଡ ବଡ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି । କାରଣ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ଭୂମିକମ୍ପ ପାଇଁ ଏପରି ଭୟଙ୍କର ଘଟଣା ଘଟିଛି । ଖାଲି ଘର ନୁହେଁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଖୁଣ୍ଟ ଭାଙ୍ଗିଯିବାରୁ ଦେଶ ଅନ୍ଧାରରେ ରହିଛି । ଏପରିକି ମୋବାଇଲ ଟାଓ୍ୱାର ମଧ୍ୟ ଭୁଶୁଡି ପଡିଛି ।

ରିପୋର୍ଟ ଅନୁସାରେ, ଇଣ୍ଟରନେଟ୍ କନେକ୍ଟିଭିଟି ପ୍ରାୟ ୪୦ ପ୍ରତିଶତ କମିଯାଇଛି । ଅନେକ ଜାଗାରେ ପୁରା ଠପ୍ ହୋଇଯାଇଛି । କିଛି ଜାଗାରେ କନେକ୍ଟିଭିଟି ୧୦୦ରୁ ୫୦ ପ୍ରତିଶତକୁ ଖସି ଆସିଛି । ଟେଲିକମ୍ ଇନଫ୍ରାଷ୍ଟ୍ରକଚର୍ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । କେତୋଟି ଟାଓ୍ୱାର କାମ କରିବା ବନ୍ଦ କରିଦେଇଛି ତାହାର ସଂଖ୍ୟା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ ।

Also Read :- Earthquake: ସକାଳୁ ସକାଳୁ ଥରିଲା ପୁଲୱାମା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୫ ରେକର୍ଡ

ଇଣ୍ଟରନେଟ୍ କନେକ୍ଟିଭିଟି କମ୍ ହେବା କାରଣରୁ ଲୋକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁ ନାହିଁ । ଉଦ୍ଧାରକାରୀ ଟିମ୍ ସଠିକ୍ ଭାବେ ଆହତଙ୍କ ପାଖରେ ପହଁଚି ପାରୁ ନାହାଁନ୍ତି । ସ୍ଥିତି ସୁଧୁରିଲେ ପ୍ରଥମେ କମ୍ୟୁନିକେସନ୍ ସିଷ୍ଟମକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ହେବ । ନହଲେ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ଅଧିକ ରହିଛି ।

୩୯ ସେକେଣ୍ଡରେ ଦୁଇଟି ଭୂମିକମ୍ପ

ଭେନେଜୁଏଲାରେ ଲଗାତାର ଭାବେ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା । ଆମେରିକୀୟ ସଂସ୍ଥା ୟୁଏସଜିଏସ ଅନୁସାରେ, ପ୍ରଥମେ ଯେଉଁ ଭୂମିକମ୍ପ ଆସିଥିଲା ତାହାର ତୀବ୍ରତା ଥିଲା ୭.୧ । ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୭.୫ ରହିଥିଲା । ଏହା ପ୍ରଥମ ଭୂମିକମ୍ପର ୩୯ ସେକେଣ୍ଡ ପରେ କିଛି ସମୟ ପରେ ଆସିଥିଲା । ଦୁଇଟି ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ ଜାରି ହୋଇଛି ।

ଭାଇରାଲ ହେଉଛି ଭିଡିଓ

ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବହୁତଳ କୋଠା ତାସ୍ ଘର ଭଳି ଭାଙ୍ଗି ଯାଉଛି । ଫଳରେ ସାରା ଅଞ୍ଚଳ ଧୂଳିମୟ ହୋଇଯାଇଛି । ଲୋକେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଧାଉଁଛନ୍ତି । ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ରାସ୍ତାଘାଟରେ ଆତଙ୍କ ଖେଳିଯାଇଛି । ଲୋକେ ଧୂଳି ଏବଂ ଧୂଆଁ ଭିତରେ ଧାଉଁଛନ୍ତି । ଆହତ ହେଇଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ବିଲ୍ଡିଂର ବଡବଡ ଅଂଶ ଭାଙ୍ଗି ରାସ୍ତାଘାଟରେ ପଡିଛି । ଫଳରେ ଅନେକ ଅଞ୍ଚଳକୁ ଯାତାୟତ ବନ୍ଦ ହୋଇଯାଇଛି ।

 

ସେହିପରି ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ଭାଙ୍ଗିଯାଇଥିବା ଅନେକ ଘର ନଜର ଆସିଛି । ଘର ତଳେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଉଦ୍ଧାରକାର୍ଯ୍ୟ କରୁଛନ୍ତି ।