ଚଣ୍ଡିଖୋଲ ୧୯।୮: ବନ୍ୟାରେ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକର ବିଭିନ୍ନ ପଞ୍ଚାୟତ । ଦ୍ୱିତୀୟ ଥର ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ପାଇବା ଫଳରେ ଏବେ ଗାଁରେ ପଶିଛି ବନ୍ୟା ଜଳ। ବନ୍ୟା ଜଳରେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି ଲୋକେ । ବଡ଼ଚଣା ବ୍ଲକର ଟିଗିରିଆ ଗ୍ରାମରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଗାଁ ଲୋକ ଜଳବନ୍ଦୀ ଅବସ୍ଥାରେ । ଗାଁ ଭିତରେ ପ୍ରବାହିତ ହେଉଛି ବନ୍ୟା ଜଳ ।

ପ୍ରଥମ ବନ୍ୟାରେ ଟିଗିରିଆ ଗାଁ ଲୋକେ ପ୍ରଭାବିତ ହୋଇଥିବା ବେଳେ ଦ୍ଵିତୀୟ ବନ୍ୟାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ରୋଷେଇ ଠିକ୍ ସେ କରିପାରୁ ନଥିବା ବେଳେ ଗୃହପାଳିତ ପଶୁଙ୍କ ପାଇ ଚିନ୍ତା ବଢ଼ାଇଛି ।

Also Read:- ‘ବିଶ୍ୱାସ ଦେ ପୃଥିବୀ’ ପାଇଁ ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର, ଦୁଇ ବିଶିଷ୍ଟ ପ୍ରତିଭାଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ଅନ୍ୟପଟେ ଜଳଉତ୍ସ ଗୁଡ଼ିକ ବନ୍ୟା ଜଳରେ ବୁଡି ରହିଥିବା ବେଳେ ପାନୀୟ ଜଳ ପାଇଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି । ଅନ୍ୟପଟେ ବନ୍ୟା ଜଳରେ ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

Watch Video: