ନୂଆଦିଲ୍ଲୀ ୧୮।୯: ବିଶ୍ବ- ବ୍ରହ୍ମାଣ୍ଡ ,ଏଇ ବିରାଟ ସୃଷ୍ଟିରେ ସବୁଠୁ ସଫଳ ଓ ବୁଦ୍ଧିମାନ ପ୍ରାଣୀ ଆମେ, ମଣିଷ । ଆମେ ବି ଶକ୍ତିଶାଳୀ ।ବିଦ୍ୟା- ଜ୍ଞାନ –ବିଜ୍ଞାନରେ ମଣିଷଠୁ ଦ୍ବିତୀୟ ଜୀବଟେ ସାରା ସୃଷ୍ଟିରେ ଏଯାବତ ମିଳିନି । ଯଦିଓ ଏଲିଏନ୍ କଥା ଆସେ , କିନ୍ତୁ ସେନେଇ ଠୋସ୍ ପ୍ରମାଣ ନାହିଁ । ସେଥିଲାଗି ନିଜକୁ ସଫଳତମ ସୃଷ୍ଟି ମନେ କରୁଥିବା ମଣିଷ ମାନେ ଗର୍ବ କରନ୍ତି । ଅନେକ କିଛି ଅଜଣା, ଅପହଞ୍ଚ, ଅସମାହିତ କଥା ଏବଂ ପ୍ରଶ୍ନ ସବୁ ଆମକୁ ଅସହାୟ କରେ ନାହିଁ କି ? ହଁ ଏମିତି ଅନେକ କିଛି ଘଟିଛି, ଯାହାର ରହସ୍ୟ ଭେଦ କରିବା ବିଜ୍ଞାନ ବଳରେ ବଳୀୟାନ ମଣିଷ ପାଇଁ କେବଳ କାଠିକର ନୁହେଁ ଅସମ୍ଭବ ହୋଇଛି । ବାରମ୍ବାର ଚେଷ୍ଟା ପରେ ବି ସେ ରହସ୍ୟର ପରଦା ହଟିନି, ଅବୁଝା ପାଠ ହୋଇରହିଛି ।

ତେବେ ଇତିହାସରେ ଏପରି ଅନେକ ଘଟଣା, ଦୁର୍ଘଟଣାର ନଜିର ରହିଛି । ଯାହା ବର୍ଷ ବର୍ଷ ପରେ ବି ଅସମାହିତ ରହସ୍ୟମୟ । ଏ ଘଟଣା ଦେଢ ଶହ ବର୍ଷ ତଳର । କୁଆଡେ ଉଭାନ ହୋଇଗଲେ ସେହି ରହସ୍ୟମୟ ଜାହାଜର ଯାତ୍ରୀ ମାନେ ? ସମୁଦ୍ର ଭିତରେ କେଉଁଠି ହଜିଲେ ଯେ , ୧୫୦ ବର୍ଷ ପରେ ବି ତାହା ଏକ ନିରୁତ୍ତରିତ ପ୍ରଶ୍ନ । ମିଷ୍ଟ୍ରି ଅଫ୍ ମେରି ସେଲେଷ୍ଟି..ଏ ଗ୍ରେଟ୍ ମିଷ୍ଟ୍ରି ..ଏବେ ବି ରହସ୍ୟ…ମେରି ସେଲେଷ୍ଟି-୧୫୦ ବର୍ଷର ମିଷ୍ଟ୍ରି…। ରହସ୍ୟ ଜନକ ଇତିହାସ ବହନ କରୁଥିବା ଜାହାଜ ଟି ସମୁଦ୍ର ଯାତ୍ରାରେ ବାହାରି ବନ୍ଦରରେ ଲାଗିଲା । କିନ୍ତୁ କୁଆଡେ ହଜିଗଲେ ତାହାର ଆରୋହୀମାନେ ? ବିନା ଦୁର୍ଘଟଣାରେ ଗାଏବ୍, ବିନା ଯାତ୍ରୀରେ ଭାସୁଥିଲା ଜାହାଜ..ବଡ ବିଚିତ୍ର….

Watch Video:- ମେରୀ ସେଲେଣ୍ଟିର ସତ ଜାଣିବାକୁ ହେଲେ ତଳେ ଦିଆଯାଇଥିବା ଭିଡିଓରେ ଦେଖନ୍ତୁ…