ନୂଆଦିଲ୍ଲୀ, ୦୨/୦୫ : ଶୁକ୍ରବାର ଆଇପିଏଲରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ରାଜସ୍ଥାନ । ଦଳ ୨୨୫ ରନର ବିଶାଳ ସ୍କୋର କରିଥିଲା । କିନ୍ତୁ ଚାଲି ନଥିଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ସେ ସଅଳ ଆଉଟ୍ ହୋଇଯାଇଥିଲେ । ରାଜସ୍ଥାନ ଇନିଂସର ଦ୍ୱତୀୟ ଓଭରରେ ହିଁ ସେ ଆଉଟ୍ ହୋଇଥିଲେ । କାଏଲ୍ ଜେମିସନଙ୍କ ଏକ ଇନ୍ ସ୍ୱିଂ ବଲକୁ ପଢିପାରିନଥିଲେ ବୈଭବ ।

ଜେମିସନଙ୍କ ଅନ୍ଦାଜ

ଚଳିତ ଆଇପିଏଲରେ ବୈଭବ ଦମଦାର ଫର୍ମରେ ଅଛନ୍ତି । ବିଶ୍ୱର ଟପ୍ ବୋଲରଙ୍କୁ ପ୍ରହାର କରିଛନ୍ତି । ଜସପ୍ରିତ ବୁମରାଙ୍କଠୁ ଆରମ୍ଭ କରି ଟ୍ରେଣ୍ଟ୍ ବୋଲ୍ଟ୍ ଯାଏଁ ସମସ୍ତଙ୍କୁ ବୈଭବଙ୍କ ବ୍ୟାଟ୍ ଜବାବ ଦେଇଛି । ହେଲେ ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ଆଉଟ୍ ହେଲା ପରେ ଜେମିସନଙ୍କ ଅନ୍ଦାଜ ପୂରା ଭିନ୍ନ ଥିଲା । ବୈଭବଙ୍କୁ ସେ ଆକ୍ରମଣାତ୍ମକ ଭଙ୍ଗୀରେ ଅନାଇଥିଲେ ।

ସୋସିଆଲ ମିଡିଆରେ ଭାଇରାଲ

ଜେମିସନଙ୍କର ସେଲିବ୍ରେସନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ନେଟିଜେନ୍ସଙ୍କୁ ପସନ୍ଦ ଆସିନି । ନେଟିଜେନ୍ସ ଜେମିସନଙ୍କ ଏପରି ଆକ୍ରମଣାତ୍ମକ ଅନ୍ଦାଜରେ ସେଲିବ୍ରେସନକୁ ନାପସନ୍ଦ କରିଛନ୍ତି । କେହି କେହି ୟୁଜର କହିଛନ୍ତି ଯେ, ବିରାଟ କୋହଲି ମଧ୍ୟ ଏପରି ସେଲିବ୍ରେସନ କରନ୍ତି ନାହିଁ । ଆଉ କିଛି ୟୁଜର ବୈଭବ ଏବେ ମାତ୍ର ଜଣେ ଶିଶୁ ବୋଲି ମତ ଦେଉଛନ୍ତି ।

ବୈଭବଙ୍କ ରେକର୍ଡ୍

ଆଇପିଏଲରେ ଦିଲ୍ଲୀ ବିପକ୍ଷ ମୁକାବିଲାରେ ବୈଭବ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସବୁଠୁ କମ୍ ବଲରେ ୧୦୦ ଛକା ମାରିଥିବା ବ୍ୟାଟର ହୋଇଛନ୍ତି ବୈଭବ । ପୂର୍ବରୁ ଏହି ରେକର୍ଡ କିରନ ପୋଲାର୍ଡଙ୍କ ନାଁରେ ଥିଲା । ଚଳିତ ଟୁର୍ଣ୍ଣାମେଣ୍ଟରେ ଏବେସୁଦ୍ଧା ୧୦ଟି ମ୍ୟାଚ୍ ଖେଳି ସୂର୍ଯ୍ୟବଂଶୀ ୪୦୪ ରନ୍ କରି ସାରିଛନ୍ତି । ତାଙ୍କର ଆଭରେଜ୍ ୪୦.୪୦ ଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ରହିଛି ୨୩୭.୬୪ । ଏଥିରେ ଗୋଟିଏ ଶତକ ମଧ୍ୟ ସାମିଲ ଅଛି ।