ନୂଆଦିଲ୍ଲୀ ୦୬/୦୩: ମଧ୍ୟପ୍ରାଚ୍ୟ ଜଳୁଛି,ଆକାଶରୁ ନିଆଁ ବର୍ଷୁଛି।ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ।ଥରିଉଠୁଛି ତେହରାନ।ମୃତ୍ୟୁ ସଂଖ୍ୟା ହଜାରରୁ ଅଧିକ।ଆହତଙ୍କ ସଂଖ୍ୟା ଟପିଲା ୫ ହଜାର। ମହାଯୁଦ୍ଧର ଷଷ୍ଠ ଦିନରେ ଆକ୍ରମଣ ଆହୁରି ତୀବ୍ର ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇରାନରେ ୭୮୭, ଲୋବାନରରେ ୬୦ରୁ ଅଧିକ, ଇସ୍ରାଏଲରେ ୧୨ରୁ ଅଧିକ ନାଗରିକ ଓ ଆମେରିକାର ୬ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାରି ଭିତରେ ଆମେରିକା କରିଛି ଶକ୍ତୀଶାଳୀ ପରୀକ୍ଷଣ । ଯାହା ହିରୋସୀମାଠାରୁ କରିପାରେ ଅଧିକ କ୍ଷୟକ୍ଷତି ।

ଆମେରିକାକାଲିଫର୍ଣ୍ଣିଆରୁ ମିନିଟ୍ମ୍ୟାନ୍-୩ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ। ଏହି ପରମାଣୁ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ହିରୋସୀମାରେ ପକାଯାଇଥିବା ବୋମା ଅପେକ୍ଷା ପ୍ରାୟ ୨୦ ଗୁଣା ଅଧିକ ଶକ୍ତିଶାଳୀ। ଏହି କ୍ଷେପଣାସ୍ତ୍ର ଆମେରିକାର ପରମାଣୁ ପ୍ରତିରୋଧକ ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ । ହଜାର ହଜାର କିଲୋମିଟର ଦୂରରେ ଥିବା ଲକ୍କ୍ଷ୍ୟଭେଦ କରିପାରିବ ।

 

ଏହାରଲମ୍ବ ୧୮ମିଟର ଥିବାବେଳେ ଓଜନ ୩୦ ଟନ୍ରୁ ଅଧିକଥିବା କୁହାଯାଉଛି । ଏହାର ବେଗ ଘଣ୍ଟାପ୍ରତି ପ୍ରାୟ ୨୪ ହଜାର କିଲୋମିଟର। ଏହାରଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୩ ହଜାର କିଲୋମିଟରବୋଲି କୁହାଯାଉଛି ।୭-ଯୁଦ୍ଧ ଭିତରୋେ ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ ଅଧିକ କ୍ଷୟକ୍ଷତି । 

ବାୟୁସେନା ଗ୍ଲୋବାଲ୍ ଷ୍ଟ୍ରାଇକ୍ କମାଣ୍ଡ କହିଛି, ମଙ୍ଗଳବାର ପରୀକ୍ଷଣ-ପ୍ରକ୍ଷେପଣ ନିୟମିତ ।  ଅନେକ ବର୍ଷ ଧରି କରାଯାଇଥିଲା ସ୍ଥିର। ମିନିଟ୍‌ମ୍ୟାନ୍-୩ କ୍ଷେପଣାସ୍ତ୍ର ହେଉଛି ଆମେରିକାର ପରମାଣୁ ତ୍ରିକୋଣର ଏକ ଅଂଶ । ଯେଉଁଥିରେ ସ୍ଥଳ, ସମୁଦ୍ର ଓ ଆକାଶରୁ ବିଶ୍ୱ-ଧ୍ୱଂସକାରୀ ଅସ୍ତ୍ର ନିକ୍ଷେପ କରିବାର କ୍ଷମତା ଅନ୍ତର୍ଭୁକ୍ତ । ପରମାଣୁ ଯୁଦ୍ଧାସ୍ତ୍ରକୁ ପ୍ରତିହତ କରିବା ପାଇଁ ଏହାର ସ୍ୱତନ୍ତ୍ର ଡିଜାଇନ୍ । କିନ୍ତୁ ଏହା ମଧ୍ୟ ନିଶ୍ଚିତ ଯେ ଆମେରିକା ଉପରେ ପରମାଣୁ ଆକ୍ରମଣ ହେଲେ ଏହି ଅସ୍ତ୍ର ଅତି ସହଜରେ ଦେଇପାରିବ ଜବାବ । ରାଷ୍ଟ୍ରପତି ଟ୍ରମ୍ପ ପରମାଣୁ ଅସ୍ତ୍ର ପରୀକ୍ଷଣ ପୁନଃ ଆରମ୍ଭ କରିବାକୁ ଆହ୍ୱାନ କରିବା ପରେ ନଭେମ୍ବରରେ ମିନିଟ୍‌ମ୍ୟାନ୍-୩ କ୍ଷେପଣାସ୍ତ୍ରର କରାଯାଇଥିଲା ଉତ୍କ୍ଷେପଣ । 

ମିନିଟ୍‌ମ୍ୟାନ୍-୩, ହେଉଛି ଆମେରିକାର ସବୁଠାରୁ ପୁରୁଣା ICBM । ଯାହା ୧୯୭୦ ଦଶକରୁ ବ୍ୟବହୃତ ହେଉଛି। ଯୁକ୍ତରାଷ୍ଟ୍ର ପାଖରେ ପ୍ରାୟ ୪୦୦ ଏମିତି କ୍ଷେପଣାସ୍ତ୍ର ଅଛି । ଯାହା ଋଷ ଓ ଚୀନ୍ ଭଳି ଦେଶ ବିରୋଧରେ ପ୍ରତିରକ୍ଷାର ଅଂଶ। ଏହି କ୍ଷେପଣାସ୍ତ୍ର ମୁଖ୍ୟତଃ ମିନିଟ୍‌ମ୍ୟାନ୍ ଭାବରେ ଜଣାଶୁଣା, କାରଣ ଏହା ଗୋଟିଏ ମିନିଟ୍‌ରେ ପ୍ରସ୍ତୁତ। ୨୦୩୦ ସୁଦ୍ଧା ଆମେରିକା ଏହାକୁ ନୂତନ କ୍ଷେପଣାସ୍ତ୍ର ସହିତ ବଦଳଇବାକୁ କରୁଛି ଯୋଜନା । ତଥାପି ସେତେବେଳେ ଯାଏଁ ଜାରି ରହିବ ଏହିପରି ପରୀକ୍ଷଣ । 

ସେପଟେ  ଟ୍ରମ୍ପଙ୍କୁ ମହଙ୍ଗା ପଡୁଛି ଇରାନ୍‌ ସହ ଯୁଦ୍ଧ । ସ୍ୱାହା ହେବ ଆମେରିକାର ୧୯ ଲକ୍ଷ କୋଟି । ଆହୁରି ମାସେ ଚାଲିବ ଯୁଦ୍ଧ । ଉଡିଗଲାଣି ଟ୍ରଂପଙ୍କ ନିଦ । ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ମାରିଛି ଆମେରିକା, ହେଲେ ଏତିକିରେ ଯୁଦ୍ଧ ସରିନି କି ହାରିନି ଇରାନ୍ । ଦୁବାଇରୁ ତେହେରାନ ଦିନକୁ ଦିନ ତେଜୁଛି ନିଆଁ । ଆମେରିକା-ଇସ୍ରାଏଲର ପ୍ରତିଟି ମିସାଇଲ୍‌ର ଜବାବ ମିସାଇଲ୍‌ରେ ଦେଉଛି ରକ୍ତମୁଖା ଇରାନ୍‌ । ଖୋଜି ଖୋଜି ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକାର ସାମରିକ ଘାଟି ଓ ଦୂତାବାସଙ୍କୁ ଉଡାଉଛି । ଯାହାକି ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ଚିନ୍ତା ବଢାଇଛି । 

also read..

ସଙ୍କଟରେ ୟୁରୋପ...ଯୁଦ୍ଧ ମଧ୍ୟରେ ପୁଟିନଙ୍କ ବଡ ଘୋଷଣା, କଲବଲ ହେବ ସାରା ବିଶ୍ୱ