ନୂଆଦିଲ୍ଲୀ ୨୩।୦୫; ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚାରି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ସେ ଆଜି ସକାଳେ କୋଲକାତାରେ ପହଞ୍ଚିଛନ୍ତି। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଭାରତ-ଆମେରିକା ସମ୍ପର୍କ ପାଇଁ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କୋଲକାତା ଗସ୍ତ ସମୟରେ ମାର୍କୋ ରୁବିଓ ମିଶନାରିଜ୍ ଅଫ୍ ଚାରିଟିର ପ୍ରତିଷ୍ଠାତା ମଦର ଟେରେସାଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଭିକ୍ଟୋରିଆ ମେମୋରିଆଲ ପରିଦର୍ଶନ କରିଛନ୍ତି।

ଆଜି ମାର୍କୋ ରୁବିଓ ନୂଆଦିଲ୍ଲୀ ଯାତ୍ରା କରିବେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ଆସନ୍ତାକାଲି, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଆଲୋଚନା ସମୟରେ, ଦୁଇ ନେତା ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ଅଛି।

Also Read-Cheetah Helicopter: ସେନା ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ : ମେଜର ଜେନେରାଲଙ୍କ ସମେତ ତିନି ଜଣ ଆହତ