ନୂଆଦିଲ୍ଲୀ ୦୪।୧୧; ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ୍ ପରାଜୟ ମୁହାଁ ହୋଇଛି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡେମୋକ୍ରାଟମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଆମେରିକାର ସିନେଟ୍ ନିର୍ବାଚନ କଥା କହିବାକୁ ଗଲେ, ଏଠାରେ ଡେମୋକ୍ରାଟ୍ମାନେ ୫୧ଟି ଆସନରେ ଆଗୁଆ ରହିଥିବା ବେଳେ ରିପବ୍ଲିକାନ୍ମାନେ ୩୯ଟି ଆସନରେ ଆଗୁଆ ଅଛନ୍ତି। ଫଳରେ ସିନେଟରେ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି।

ସେହିପରି ପ୍ରତିନିଧି ସଭା ବା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ମଧ୍ୟ ଡେମୋକ୍ରାଟମାନେ ଆଗରେ ରହିଛନ୍ତି। ସେମାନେ ୧୬୫ଟି ଆସନରେ ଆଗୁଆ ଥିବା ବେଳେ ରିପବ୍ଲିକାନ୍ମାନେ ୧୦୦ଟି ଆସନରେ ଆଗୁଆ ଅଛନ୍ତି। ଅନ୍ୟପଟେ ଆଇଓୱା ସିନେଟ୍ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ଜୋଶ୍ ଟ୍ୟୁରେକ୍, ରିପବ୍ଲିକାନ୍ ପ୍ରାର୍ଥୀ ଏଲସି ହିନ୍ସନଙ୍କୁ ପରାସ୍ତ କରିଛନ୍ତି।

ଏହି ନିର୍ବାଚନରେ ସେ ଚମତ୍କାର ବିଜୟ ହାସଲ କରିଛନ୍ତି। ୨୦୨୪ ମସିହାରେ ଆଇଓୱା ଖୋଲାଖୋଲି ଭାବେ ଟ୍ରମ୍ପଙ୍କୁ ସମର୍ଥନ କରିଥିଲା। ତେଣୁ ଏଥରର ନିର୍ବାଚନ ଫଳାଫଳ ଏହାର ଆଉ ଏକ ସଙ୍କେତ ଦେଉଛି ଯେ, ତୃଣମୂଳ ସ୍ତରରେ ରାଜନୈତିକ ପରିସ୍ଥିତି କେତେ ଦୂର ଡେମୋକ୍ରାଟ୍ଙ୍କ ସପକ୍ଷରେ ବଦଳିଛି।