ନୂଆଦିଲ୍ଲୀ ୦୨/୦୩: ଶନିବାର ଇସ୍ରାଏଲ୍-ଆମେରିକାର ମିଳିତ ଆକ୍ରମଣରେ ଇରାନ୍ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ଘଟିଛି । ଏଥିଲାଗି ବହୁ ଦିନ ପୂର୍ବରୁ ଯୋଜନା ହୋଇଥିଲା । ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ ଏହି ଅପରେସନ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏଜେନ୍ସି କିଛି ମାସ ଧରି ଖାମେନିଙ୍କ ଗତିବିଧି ପରେ ନଜର ରଖୁଥିଲା ।

ଖାମେନିଙ୍କ ଠିକଣା ଏବଂ ତାଙ୍କର ଦିନଚର୍ଯ୍ୟା ଧାରା ନେଇ ଟିକିନିଖି ଖବର ହାସଲ କରିଥିଲା ସିଆଇଏ । ଇତିମଧ୍ୟରେ ଶନିବାର ସକାଳୁ ତେହରାନ୍ର ଏକ ପ୍ରମୁଖ ସରକାରୀ ପରିସରରେ ଇରାନ୍ର ଶୀର୍ଷ ଅଧିକାରୀଙ୍କ ବୈଠକ ହେବାକୁ ଯାଉଥିବା ନେଇ ସିଆଇଏ ସୂଚନା ପାଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଖାମେନେଇ ନିଜେ ସେହି ବୈଠକରେ ସାମିଲ ହେବାର ଥିଲା । ଖବରଟି ପୂରାପୂରି ଠିକ୍ ବୋଲି ସ୍ପଷ୍ଟ ହେବା ପରେ ସିଆଇଏ ଏଥି ସଂପର୍କିତ ସୂଚନାକୁ ତୁରନ୍ତ ଇସ୍ରାଏଲ୍ ସହ ସେୟାର କରିଥିଲା ।

ମୂଳ ଯୋଜନା ଅନୁସାରେ, ଆମେରିକା ଏବଂ ଇସ୍ରାଏଲ୍ ରାତିର ଅନ୍ଧାରରେ ଆକ୍ରମଣ ଲାଗି ଯୋଜନା କରିଥିଲେ । କିନ୍ତୁ ସିଆଇଏକୁ ସେହି ବଡ଼ ବୈଠକ ସଂପର୍କରେ ସୂଚନା ମିଳିବା ପରେ ଉଭୟଦେଶ ଆକ୍ରମଣର ସମୟ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ । ଇରାନ୍ର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ସର୍ବୋଚ୍ଚ ନେତାଙ୍କ ଅଫିସ୍ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ୩ଟି ଯାକ ଗୋଟିଏ ପରିସରରେ ଅବସ୍ଥିତ । ସେଠାରେ ଖାମେନେଇଙ୍କ ସମେତ ଦେଶର ବଡ଼ ନେତୃତ୍ୱ ଉପସ୍ଥିତ ହେବାର ଥିଲା ।

ତେଣୁ ଆକ୍ରମଣର ସମୟକୁ ବଦଳାଇ ଶନିବାର ସକାଳ କରାଯାଇଥିଲା । ଯେପରିକି ଗୋଟିଏ ଝଟ୍କାରେ ବଡ଼ ସଫଳତା ମିଳିପାରିବ । ଯୋଜନା ମୁତାବକ, ଶନିବାର ସକାଳୁ ଇସ୍ରାଏଲ୍ର ଯୁଦ୍ଧ ବିମାନ ନିଜ ଠିକଣାରୁ ଉଡ଼ିଥିଲେ । ଏଥିରେ ବିମାନର ସଂଖ୍ୟା କମ୍ ଥିଲା । କିନ୍ତୁ ତାହା ଲମ୍ବା ଦୂରଗାମୀ ମିସାଇଲ୍ଯୁକ୍ତ ରହିଥିଲା । ସେହି ବିମାନ ଉଡ଼ିବା ପରେ ତେହରାନ୍ର ସମୟ ଅନୁସାରେ ସକାଳ ୯.୪୦ମିନିଟ୍‌ରେ ମିସାଇଲ୍ ଦେଶର ସବୁଠୁ ସୁରକ୍ଷିତସରକାରୀ ପରିସରରେ ପଡି଼ଥିଲା । ସେତେବେଳକୁ ସେହି ପରିସରରେ ଗୋଟିଏ କୋଠାରେ ଇରାନ୍ର ବରିଷ୍ଠ ରାଷ୍ଟ୍ରୀୟ ସୁରକ୍ଷା ଅଧିକାରୀ ବସିଥିଲେ ।

ଖାମେନି ସେହି ପରିସସରେ ଥିବା ଅନ୍ୟ ଏକ କୋଠାରେ ଥିଲେ । ସେ ସୈନ୍ୟ କମାଣ୍ଡରଙ୍କ ସହ ବୈଠକ କରୁଥିଲେ । ଖାମେନେଇ ଥିବା କୋଠା ଚିହ୍ନଟ ହେବା ପରେଇସ୍ରାଏଲ୍ର ଯୁଦ୍ଧ ବିମାନ ସେହି ପରିସରରେ ୩୦ଟି ବଙ୍କର ବିଧ୍ୱଂସୀ ବୋମା ପକାଇଲା । ଫଳରେ ଖାମେନେଇଙ୍କ ସମେତ ତାଙ୍କ ପରିବାରର ୪ ଜଣ ସଦସ୍ୟ, କମ୍ପେ୍ଲକ୍ସରେ ଥିବା ୨ ଜଣ ବରିଷ୍ଠ ସାମରିକ କମାଣ୍ଡର ପ୍ରାଣ ହରାଇଲେ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଶନିବାର ବିଳମ୍ବିତ ରାତିରେ ଖାମେନେଇଙ୍କ ହତ୍ୟା କଥା କହିଥିଲେ ।

ଏହାର କିଛି ସମୟ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଖାମେନେଇଙ୍କ ମୃତ୍ୟୁ ନେଇ ଦାବି କରିଥିଲେ । ତେବେ ରବିବାର ସକାଳୁ ଇରାନ୍ର ସରକାରୀ ମିଡିଆ ଏଜେନ୍ସି ତସନିମ୍ଏବଂ ଫାର୍ସ ଏହି ଖବରକୁ ସ୍ପଷ୍ଟ କଲେ । ଇରାନ୍ର ସରକାରୀ ସମାଚାର ଏଜେନ୍ସି ଇରନା ରବିବାର ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି)ର କମାଣ୍ଡର ଇନ୍ ଚିଫ୍ ମହମ୍ମଦ ପାକ୍ପୋର, ସାମରିକ ପରିଷଦର ମୁଖ୍ୟ ଆଡମିରାଲ୍ ଅଲ୍ଲୀ ସାମରିକ
ପରିଷଦର ମୁଖ୍ୟ ଆଡମିରାଲ୍‌ ଅଲ୍ଲୀ ଶାମଖାନିଙ୍କ ମୃତ୍ୟୁ ନେଇ ମଧ୍ୟ ସ୍ପଷ୍ଟ କରିଛି ।

alos read..

କଟିଗଲା ସାପର ମୁଣ୍ଡ ! ଇରାନର ସବୁଠୁ ଶକ୍ତିଶାଳୀ ମୁଖ୍ୟାଳୟକୁ ଧ୍ୱଂସ କଲା ଆମେରିକା ସେନା