ତେହେରାନ,୨୩ /୦୩: ପ୍ରଥମେ ଖବର ଆସିଲା କି ଡିଏଗୋ ଗାର୍ସିଆରେ ଇରାନ ଆକ୍ରମଣ କରିଛି । ଇରାନ ଭାରତ ମହାସାଗରରେ ଥିବା ଏହି ଦ୍ୱୀପରେ ଆଟାକ୍ କରିଥିବା ଚର୍ଚ୍ଚା ହେଲା । ଆମେରିକା ଏନେଇ ବ୍ରିଟେନ୍ ସମେତ ସାରା ଦୁନିଆକୁ କହି ବୁଲିଲା । ଏବେ କିନ୍ତୁ ଆମେରିକାର ମିଛ ଧରାପଡିଛି । ଏସବୁ ଆମେରିକାର ଚାଲ୍ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । କାରଣ ବାହାରିନରେ ଯୁଦ୍ଧ ଆରମ୍ଭରୁ ହୋଇଥିବା ଏକ ଆକ୍ରମଣ ୟୁଏସର ମୁଖା ଖୋଲିଦେଇଛି । ଡିଏଗୋ ଗାର୍ସିଆ ମାମଲାରେ ମଧ୍ୟ ଆମେରିକା ମିଛ କହୁଛି ବୋଲି ଆଲୋଚନା ହେଉଛି । 

ଆମେରିକା କରିଛି କି ଆକ୍ରମଣ ?

ରୟଟର୍ସର ରିପୋର୍ଟ ଅନୁସାରେ, ଡିଏଗୋ ଗାର୍ସିଆ ଉପରେ ଆମେରିକାର ପ୍ୟାଟ୍ରିଓଟ୍ ମିସାଇଲ୍ ଆକ୍ରମଣ କରିଥାଇପାରେ । ବାହାରିନରେ ଅବସ୍ଥିତ ଆମେରିକା ବେସ୍ କ୍ୟାମ୍ପରୁ ଏହି ମିସାଇଲକୁ ଉତକ୍ଷେପଣ କରାଯାଇଥିବା ଚର୍ଚ୍ଚା ହେଉଛି । କୌଣସି ଇରାନର ଡ୍ରୋନ୍ ନୁହେଁ ବରଂ ଆମେରିକା ହିଁ ଆକ୍ରମଣ ପାଇଁ ଦାୟୀ ବୋଲି ରିପୋର୍ଟରେ ଅନୁମାନ କରାଯାଉଛି ।

Also Read :- ସମୁଦ୍ର ତଳେ ବିପଦ...ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଇରାନ ବିଛାଇଚି ମୃତ୍ୟୁର ଜାଲ, ଆମେରିକା ବି ମାନିଲାଣି ହାର୍

ଆହୁରି ଅନେକ ମିଛ

କୁହାଯାଉଛି ଯେ, ପ୍ରଥମେ ତୁର୍କୀ ଉପରେ ଇରାନ ମିସାଇଲ ମାଡ କରୁଥିବା ଖବର ଆସୁଥିଲା । ଇରାନ ମିସାଇଲକୁ ଅନେକ ସମୟରେ ନାଟୋ ଡିଫେନ୍ସ ସିଷ୍ଟମ୍ ଅକାମୀ କରୁଥିଲା । ଏହି ମାମଲାରେ ଆମେରିକା ଏବଂ ଇସ୍ରାଏଲ ଇରାନକୁ ଘେରିଥିଲେ । ଇରାନ ହିଁ ଏହା ପଛରେ ଦାୟୀ ବୋଲି କହୁଥିଲେ । ଏହାଦ୍ୱାରା ଆମେରିକା ନାଟୋ ଏବଂ ୟୁରୋପୀୟ ସଙ୍ଘର ସମର୍ଥନ ପାଇପାରିବ । କିନ୍ତୁ ତେହେରାନ ଅଭିଯୋଗକୁ ମନା କରି ଆସୁଛି । ଏବେ ଇରାନର ଦାବି ସତ ହେବାକୁ ବସିଲାଣି ।

ଇରାନ ଉପରେ ଗଦଗଦା ଅଭିଯୋଗ

ଆମେରିକା, ବ୍ରିଟେନ୍ ଏବଂ ଇସ୍ରାଏଲ ଅଭିଯୋଗ କରିଥିଲେ ଯେ, ତେହେରାନ ଡ୍ରୋନ୍ ଏବଂ ମିସାଇଲ୍ ଦ୍ୱାରା ଡିଏଗୋ ଗ୍ରାସିଆରେ ଥିବା ୟୁକେ ଏବଂ ୟୁଏସର ବେସ୍ ଉପରେ ଆକ୍ରମଣ କରିଛି । ଯାହା ଭାରତ ମହାସାଗରରେ ରହିଛି । ଇସ୍ରାଏଲ ଏନେଇ ପ୍ରମାଣ ମଧ୍ୟ ଦେଇଥିଲା । ବ୍ରିଟେନ୍ ସମେତ ଅନେକ ୟୁରୋପୀୟ ଦେଶ ଆମେରିକା ପାଇଁ ନିଜର ସୈନ୍ୟ ବେସ୍ ଖୋଲିବା ନିଷ୍ପତ୍ତି ମଧ୍ୟରେ ଏହି ଖବର ଆସିଥିଲା । 

ଖାଲି ତିଏଗୋ ଗାର୍ସିଆ ନୁହେଁ ତୁର୍କୀରେ ମଧ୍ୟ ଲଗାତାର ଭାବେ ଆକ୍ରମଣ ହେଉଛି । ଯାହାକୁ ନାଟୋ ଡିଫେନ୍ସ ସିଷ୍ଟମ ଅକାମୀ କରୁଛି । ନାଟୋ ଯୁଦ୍ଧରେ ଆକ୍ଟିଭ୍ ନଥିଲେ ବି ତୁର୍କୀ ସଦସ୍ୟ ହୋଇଥିବାରୁ ସୁରକ୍ଷା ପ୍ରଦାନ କରୁଛି । ତେବେ ତୁର୍କୀରେ ଇରାନ କୌଣସି ଆକ୍ରମଣ କରିନଥିବା ତେହେରାନ ଅନେକ ଥର କହିଛି ।

ଏତତ୍ ବ୍ୟତୀତ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ବାହାରିନର ରାଜଧାନୀରେ ଜୋରଦାର ଆକ୍ରମଣ ହୋଇଥିଲା । ଯେଉଁଥିରେ ଜଣେ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଥିଲେ । ଏପରିକି ତୈଳ ବିଶୋଦ୍ଧନାଗାରକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା । ଏସବୁ ପଛରେ ଇରାନର ହାତ ଥିବା ଆମେରିକା ଏବଂ ଏହାର ଗଲ୍ଫ ସହଯୋଗୀମାନେ କହିଥିଲେ । କିନ୍ତୁ ରୟଟର୍ସର ଏକ ନୂଆ ରିପୋର୍ଟ ଅନୁସାରେ, ବାହାରିନରେ ଯେଉଁ ମିସାଇଲ ମାଡ ହୋଇଛି ସେସବୁ ମଧ୍ୟରେ କିଛି ମିସାଇଲ ଆମେରିକାର ପ୍ୟାଟ୍ରିଅଟ୍ ବ୍ୟାଟେରୀରୁ ଉତକ୍ଷେପଣ ହୋଇଥିଲା । ସେତେବଳେ ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚି ମଧ୍ୟ ବାହାରିନ ତଥା ଅନ୍ୟ ପଡୋଶୀ ଦେଶ ଉପରେ ଆକ୍ରମଣ କରିନଥିବା ବାରମ୍ବାର କହିଥିଲେ ।

ଟ୍ରମ୍ପଙ୍କ ଚାଲ୍

ଏବେ ଇରାନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ତେହେରାନ କେବେହେଲେ ଆମେରିକାର କୌଣସି ସୈନ୍ୟ ବେସ୍ ଉପରେ ପ୍ରଥମେ ଆକ୍ରମଣ କରିନାହିଁ । ତୁର୍କୀ ଏବଂ ଓମାନ ସମେତ ଯେଉଁ ସବୁ ପଡୋଶୀ ଦେଶରେ ଆକ୍ରମଣ ହୋଇଛି ତାହା ପଛରେ ଇସ୍ରାଏଲ ଏବଂ ଆମେରିକାର ହାତ ରହିଛି । ଇରାନ କେବଳ ଆମେରିକାର ସାମରିକ ଘାଟିକୁ ଟାର୍ଗେଟ୍ କରୁଛି । ଅନ୍ୟ କୌଣସି ଜନବସତିକୁ ଟାର୍ଗେଟ୍ କରାଯାଉ ନାହିଁ । ଏସବୁ ଯୁଦ୍ଧକୁ ଅଧିକ ଜଟିଳ ଏବଂ ଅନ୍ୟ ସହଯୋଗୀଙ୍କ ସମର୍ଥନ ପାଇବାକୁ ଇସ୍ରାଏଲ ଏବଂ ଆମେରିକାର ଚାଲ୍ ବୋଲି ସେ କହିଛନ୍ତି ।