ନୂଆଦିଲ୍ଲୀupsc cse final result 2025 ୟୁନିୟନ ପବ୍ଲିକ ସର୍ଭିସ କମିଶନ ଶୁକ୍ରବାର(୬ ମାର୍ଚ୍ଚ ୨୦୨୬) ସିଭିଲ୍ ସର୍ଭିସେଜ୍ ପରୀକ୍ଷା ୨୦୨୫ ଫାଇନାଲ ରେଜଲ୍ଟ ଘୋଷଣା କରିଛି। ଅନୁଜ ଅଗ୍ନିହୋତ୍ରୀ ପୂରା ଦେଶରେ ଟପ୍ପର ହୋଇଛନ୍ତି। ଚଳିତ ଥର ୯୫୮ ଆଶାୟୀ ପରୀକ୍ଷାରେ ପାସ୍ କରିଥିବା ବେଳେ ଦେଶର ବିଭିନ୍ନ ସେବା ପାଇଁ ଏମାନଙ୍କ ନାଁ ସୁପାରିସ କରାଯାଇଛି। ଏହି ସମସ୍ତ ଆଶାୟୀଙ୍କୁ ଭାରତୀୟ ପ୍ରଶାସନିକ ସେବା(IAS), ଭାରତୀୟ ବୈଦେଶିକ ସେବା (IFS) ଭାରତୀୟ ପୁଲିସ ସେବା (IPS) ଓ ସେଣ୍ଟ୍ରାଲ ସର୍ଭିସେଜର ଗ୍ରୁପର ‘ଏ’ ଓ ‘ବି’ ପଦବୀରେ ନିଯୁକ୍ତ କରାଯିବ।

ଟପ୍‌ ୧୦ ଆଶାୟୀ ହେଲେ-

୧ ଅନୁଜ ଅଗ୍ନିହୋତ୍ରୀ (ରୋଲ ନମ୍ବର: ୧୧୩୧୫୮୯)
୨. ରାଜେଶ୍ୱରୀ ସୁଭ୍ ମି (ରୋଲ୍ ନମ୍ବର: ୪୦୦୦୦୪୦)
୩. ଆକାନ୍ ଧଲ୍ (ରୋଲ୍ ନମ୍ବର: ୩୫୧୨୫୨୧)
୪. ରାଘବ ଝୁନଝୁନୱାଲା (ରୋଲ୍ ନମ୍ବର: ୦୮୩୪୭୩୨)
୫. ଇଶାନ ଭଟନଗର (ରୋଲ ନମ୍ବର: ୦୪୦୯୮୭)
୬. ଜିନିୟା ଆରୋରା (ରୋଲ୍ ନମ୍ବର: ୬୪୧୦୦୬୭)
​​​​​​​୭. ଏଆର୍‌ ରାଜାହ ମୋହେଦୀନ
୮. ପକ୍ଷଲ ସେକ୍ରେଟ୍ରି
୯. ଅସ୍ଥା ଜୈନ
୧୦. ଉଜ୍ଜ୍ୱଳ ପ୍ରିୟଙ୍କ

​​​​​​​

 

ଆଶାୟୀ ମାନେ ଚାହିଁଲେ ସେମାନଙ୍କ ଫଳାପଳ ୟୁପିଏସ୍‌ସି ଅଫିସିଆଲ୍ ୱେବ୍‌ସାଇଟ୍‌ upsc.gov.in. କୁ ଯାଇ ନିଜ ରେଜଲ୍ଟ ଚେକ୍ କରିପାରିବେ। upsconline.gov.in ୱେବ୍‌ସାଇଟ୍‌ରେ ମଧ୍ୟ ରେଜଲ୍ଟ ଚେକ୍ କରିହେବ।  ମୋଟ ୯୫୮ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ ହୋଇଥିବା ବେଳେ ସେଥିରୁ ୩୧୭ ଜଣ ସାଧାରଣ ବର୍ଗ, ୧୦୪ ଜଣ ଇଡବ୍ଲୁଏସ୍ ବର୍ଗ, ୩୦୬ ଜଣ ଓବିସି ବର୍ଗ, ୧୫୮ ଜଣ ଏସସି ବର୍ଗ ଏବଂ ୭୩ ଜଣ ଏସଟି ପ୍ରାର୍ଥୀ। ୨୦୨୫ ପାଇଁ ୧,୦୮୭ ପଦବୀ ଖାଲି ପଡ଼ିଥିଲା। ମୋଟ ୯୫୮ ଜଣ ପାସ୍ ହୋଇଥିବା ବେଳେ କମିଶନ ୨୫୮ ପ୍ରାର୍ଥୀଙ୍କୁ ଏକ ସଂରକ୍ଷଣ ତାଲିକାରେ ରଖିଛନ୍ତି। ସେହିପରି ୩୪୮ ପ୍ରାର୍ଥୀଙ୍କୁ ପ୍ରୋଭିଜନାଲି ରେକର୍ଡରେ ରଖାଯାଇଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଦୁଇ ପ୍ରାର୍ଥୀଙ୍କ ଫଳାଫଳକୁ ସ୍ଥଗିତ ରଖାଯାଇଛି।

ଚୂଡ଼ାନ୍ତ ଫଳାଫଳ ଯାଞ୍ଚ କରିବା ପାଇଁ, ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଷ୍ଟେପ୍ ଫଲୋ କରନ୍ତୁ। 

୧. UPSCର ଅଫିସିଆଲ୍ ୱେବସାଇଟ୍ upsc.gov.in ଭିଜିଟ କରନ୍ତୁ।
୨. ହୋମ୍ ପେଜ୍‌ରେ ଥିବା UPSC CSE Result 2026 ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
୩. ପେଜ୍ ଖୋଲିବା ପରେ ନିଜ ଲଗଇନ୍ ବିବରଣୀ ଦେଇ ସବମିଟ କରନ୍ତୁ।
୪. ଆପଣଙ୍କର ରେଜଲ୍ଟ ଆସିଯିବ।
୫. ରେଜଲ୍ଟ ଚେକ୍ କରିବା ପରେ ଆପଣ ଏହାକୁ ଡାଉନଲୋଡ୍ ବି କରିପାରିବେ।

ଫଳାଫଳ ଘୋଷଣା କରିବା ପରେ ୟୁପିଏସ୍‌ସି କହିଛି ଯେ ଫାଇନାଲ୍ ରେଜଲ୍ଟ ଘୋଷଣାର ୧୫ ଦିନ ମଧ୍ୟରେ ସମସ୍ତ ପ୍ରାର୍ଥୀଙ୍କ ମାର୍କସିଟ୍ କମିଶନର ୱେବସାଇଟରେ ଅପଲୋଡ୍ କରାଯିବ। ପ୍ରାର୍ଥୀମାନେ ଡାଉନଲୋଡ୍ କରିବା ପାଇଁ ମାର୍କ ୩୦ ଦିନ ପର୍ଯ୍ୟନ୍ତ ଅନଲାଇନରେ ଉପଲବ୍ଧ ରହିବ।

ପୂର୍ବ ବର୍ଷର ଚୂଡ଼ାନ୍ତ କଟ-ଅଫ୍‌ ମାର୍କ

ଜେନେରାଲ୍: ୮୭.୯୮
ଇଡବ୍ଲୁଏସ୍: ୮୫.୯୨
ଓବିସି: ୮୭.୨୮
ଏସସି: ୭୯.୦୩
​​​​​​​ଏସ୍‌ଟି: ୭୪.୨୩

ଆବେଦନର ବୟସ ସୀମା-

ୟୁପିଏସ୍‌ସି ବିଜ୍ଞପ୍ତି ଅନୁଯାୟୀ, ପ୍ରାର୍ଥୀଙ୍କ ବୟସ ୧ ଅଗଷ୍ଟ, ୨୦୨୪ ସୁଦ୍ଧା ଅତି କମରେ ୨୧ ବର୍ଷ ଏବଂ ୩୨ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ଏହାର ଅର୍ଥ ହେଉଛି ଆବେଦନକାରୀଙ୍କ ଜନ୍ମ ୨ ଅଗଷ୍ଟ, ୧୯୯୨ ରୁ ୧ ଅଗଷ୍ଟ, ୨୦୦୩ ମଧ୍ୟରେ ହୋଇଥିବା ଉଚିତ।