ଲକ୍ଷ୍ନୌ: ଜେଲରୁ ବାହାରିବା ମାତ୍ରେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଶନିବାର ରାମପୁର ଜେଲ ସାମ୍ନାରେ ଏଭଳି ଡ୍ରାମା ଦେଖିବାକୁ ମଳିଛି। ଦୀର୍ଘ ୧୧ ମାସ କଷ୍ଟୁଡିରେ ରହିବା ପରେ ଶନିବାର ରାମପୁର ଜେଲ୍ରୁ ବାହାରିଥିଲେ ଆଜମ ଖାନ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ।

ପୂର୍ବରୁ ଖବର ପାଇ ୧୫ଟି ଗାଡ଼ିରେ ସିଆରପିଏଫ୍ ଯବାନଙ୍କ ସହ ସେଠାରେ ପହଞ୍ଚିଥିଲା ଇଡି। ଗିରଫ ପୂର୍ବରୁ ଇଡି ପକ୍ଷରୁ ଆଜମ ଖାନଙ୍କୁ ଏକାଧିକ ପ୍ରଶ୍ନ କରାଯାଇଥିଲା। ଏହାପରେ ଇଡି ଅଫିସରମାନେ ଆଜମ ଖାନଙ୍କୁ ଗିରଫ କରିଥିଲେ। ଅନ୍ୟପଟେ ପୁଅ ଅବଦୁଲ୍ଲା ଆଜମ ଖାନଙ୍କୁ ଘରକୁ ଯିବାକୁ କୁହାଯାଇଥିଲା। ତେବେ ତାଙ୍କୁ ଗାଡ଼ିରେ ବସାଇବା ପାଇଁ ଇଡି ଅଧିକାରୀମାନଙ୍କୁ ହଇରାଣ ହେବାକୁ ପଡିଥିଲା। ମୁସ୍ଲିମ ହେବାର ଏପରି ଦଣ୍ଡ ମିଳୁଛି କହିଥିଲେ ସମାଜବାଦି ପାର୍ଟି ନେତା।

Also Read- ମଧ୍ୟପ୍ରଦେଶର ଏହି ରାଜ୍ୟସଭା ଆସନ ପାଇଁ ନାମାନଙ୍କନ ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଆଜମ ଖାନଙ୍କୁ 'ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ' (PMLA) ଅଧୀନରେ ପଞ୍ଜୀକୃତ ୨୦୧୯ ମସିହାର 'ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ୍ ରିପୋର୍ଟ' (ECIR) ସହ ଜଡ଼ିତ ଏକ ମାମଲାରେ ଗିରଫ କରାଯାଇଛି। ଏଥିରେ ଜମି ଜବରଦଖଲ ଅଭିଯୋଗ,ଓ ମୌଲାନା ମହମ୍ମଦ ଅଲୀ ଜୌହର ଟ୍ରଷ୍ଟ ଏବଂ ଏହା ଦ୍ୱାରା ସ୍ଥାପିତ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ମାମଲାଗୁଡ଼ିକରେ ଗିରଫ କରାଯାଇଛି। ଏହାପରେ ତାଙ୍କୁ ଗାଜିଆବାଦର ଏକ ଅଦାଲତରେ ହାଜର କରାଯାଇପାରେ ବୋଲି ଏଜେନ୍ସି ସୂତ୍ରରୁ ସୂଚନା ନେଇ ଟାଇମ୍ସ ଅଫ୍ ଇଣ୍ଡିଆ ଖବର ପ୍ରକାଶ କରିଛି।

ଇଡି ଉପରେ ତାତିଲେ ଆଜମ ଖାନ

ଜେଲ୍ରୁ ବାହାରିବା ପରେ ପରେ ହଠାତ୍ ଇଡି ଅଫିସରମାନେ ଆଜମ ଖାନଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ସପା ନେତା। ମିଡିଆ ଉଦ୍ଦେଶ୍ୟରେ ସେ କହିଥିଲେ “କ’ଣ ମୁଁ ଆଉ ଅଧିକ କହିପାରିବି ? ଜଣେ ମୁସ୍ଲିମ ହୋଇଥିବାରୁ ମୋତେ ଦଣ୍ଡ ମିଳୁଛି। ଭୁଲ ହେଲା ଜଣେ ମୁସ୍ଲିମ ଏକ ୟୁନିଭର୍ସିଟି ଗଢ଼ିଛି। ଏହା ହିଁ ମୋର ଅପରାଧ”

ଆଜାମ ଖାନ ଓ ତାଙ୍କ ପୁଅ ଅବଦୁଲ୍ଲା ରାମ ପୁର ଜେଲ୍ରୁ ବାହାରିବା ଖବର ଶୁଣି ତାଙ୍କୁ ସ୍ୱାଗତ କରିବା ବହୁ ସଂଖ୍ୟାରେ ସମର୍ଥକ ଜେଲ୍ରେ ପହଞ୍ଚିଥିଲେ। ହେଲେ ତାଙ୍କୁ ଗିରଫ କରିବା ପାଇଁ ୨୪ ସିଆରପିଏଫ ଯବାନ ସହ ଜେଲ୍ରେ ଅପେକ୍ଷା କରି ରହିଥିଲା ଇଡି।

ଦୁଇଟି ପାନକାର୍ଡ ରଖିବା ଅଭିଯୋଗରେ ଆଲ୍ଲାହବାଦ ହାଇକୋର୍ଟ ବାପା ପୁଅଙ୍କୁ ଜାମିନ ପ୍ରଦାନ କରିବା ସହିତ ଜେଲ୍ ଦଣ୍ଡ ରଦ୍ଦ କରିଥିଲେ। ଅକ୍ଟୋବର ୨୯ ତାରିଖରେ କୋର୍ଟ ଏହି ଅର୍ଡର ଦେଇଥିବା ବେଳେ କିନ୍ତୁ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍ ଲଗାଇବାକୁ କିନ୍ତୁ ମନା କରିଦେଲେ। ତେଣୁ ତାଙ୍କର ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣା କାଏମ ରହିଥିଲା। ୨୦୨୫ ନଭେମ୍ବର ୧୭ ତାରିଖରୁ ଆଜମ କାନ ରାମପୁର ଜେଲ୍ରେ ବନ୍ଦୀ ଥିଲେ।