କମ୍ପାଲା: ଉଗାଣ୍ଡା ସେନା ମୁଖ୍ୟ ମୁହୂଜି କୈନେରୁଗାବା ତୁର୍କୀ ଆଗରେ ଅଜବ ଦାବି ରଖୁଛନ୍ତି। ଉଗାଣ୍ଡା ରାଷ୍ଟ୍ରପତି ୟୋବେରି ମୁଜେଭେନିଙ୍କ ପୁଅ ମୁହୁଳି କହିଛନ୍ତି- ତୁର୍କୀ ତାଙ୍କୁ ୧ ଅରବ ଡଲାର ଅର୍ଥାତ ପ୍ରାୟ ୯ ହଜାର କୋଟି ଟଙ୍କା ଏବଂ ଦେଶର ସବୁଠୁ ସୁନ୍ଦର ମହିଳାଙ୍କୁ ତାଙ୍କୁ ଦେଉ। ସେହି ମହିଳାଙ୍କୁ ସେ ବିବାହ କରିବେ । ଯଦି ତୁର୍କୀ ତାଙ୍କ ଦାବି ପୂରଣ ନ କରେ ତେବେ ୩୦ ଦିନ ଭିତରେ ତୁର୍କୀ ସହ ଉଗାଣ୍ଡା ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିବ ଏବଂ ତୁର୍କୀଏ ଏୟାରଲାଇନ ଉପରେ ରୋକ ଲଗାଯିବ। ଏଥିସହ ଉଗାଣ୍ଡାରେ ଥିବା ତୁର୍କୀର ଦୂତାବାସ ମଧ୍ଯ ବନ୍ଦ କରାଯିବ ବୋଲି ସେ ଧମକ ଦେଇଛନ୍ତି । ଉଗାଣ୍ଡାବାସୀ ତୁର୍କୀକୁ ଯାତ୍ରା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଉଗାଣ୍ଡା ଅଲ୍-ଶବାବ ଭଳି ଆତଙ୍କବାଦୀ ସଙ୍ଗଠନ ବିରୋଧରେ ଲଢ଼ିବାର ବୋଝ ଉଠାଇଛି। ତେଣୁ ଉଗାଣ୍ଡାର କ୍ଷତିଭରଣା ପାଇଁ ତୁର୍କୀକୁ ସେ ୧ ଅରବ ଡଲାର ମାଗିଛନ୍ତି। ମୁହୁଳି ସୋସିଆଲ ମିଡିଆରେ ଅନେକ ବିବାଦୀୟ ପୋଷ୍ଟ କରି ବିବାଦକୁ ଆସିଛନ୍ତି। ନିକଟରେ ସେ ବିରୋଧୀ ଦଳ ନେତା ବବି ବାଇନ ମୁଣ୍ଡ କାଟ କରିବା ଧମକ ଦେଇଥିଲେ। ଏହାକୁ ନେଇ ବିବାଦ ତୀବ୍ର ହେବାରୁ ସେ ମଜା କରୁଥିବା କହିବା ସହ କ୍ଷମା ମଧ୍ୟ ମାଗିଥିଲେ।

​​​​​​​

ଏହା ଭିତରେ ସେ ତାଙ୍କ ଏକ୍ସ ଆକାଉଣ୍ଟ ଡିଲିଟ୍ କରିଦେଇଥିଲେ। ନିକଟରେ ଏକ୍ସରେ ସେ ‘ଆଇ ଆମ୍ ବ୍ୟାକ୍’ ଲେଖି ଦୁନିଆକୁ ଦୋହଲାଇ ଦେବେ ବୋଲି କହିଥିଲେ। ଯେଉଁ ବ୍ୟକ୍ତି ସେନା ପୋଷାକ ପିନ୍ଧିଥିଲେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ସେ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ।

also read- ୧୬ ବର୍ଷ ଧରି 'ଭୂତ' ସିରିଏଲ କିଲରକୁ ଖୋଜୁଥିଲା ପୋଲିସ, ଛୋଟିଆ ତ୍ରୁଟିରୁ ପଦାରେ ପଡ଼ିଲା ଆଶ୍ଚର୍ଯ୍ୟକର ସତ...

୨୦୨୨ରେ ମୁହୂଜି ଇଗଲା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ବିବାହ ବଦଳରେ ୧୦୦ ଗାଈ ଦେବେ ବୋଲି କହିଥିଲେ । ଯଦି ଇଟାଲୀ ତାଙ୍କ ପ୍ରସ୍ତାବ ଗ୍ରହଣ ନ କରେ ତେବେ ସେ ରୋମ୍ କବ୍ଜା କରିବେ ବୋଲି ଧମକ ଦେଇଥିଲେ। ସେହିପରି ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ସେ ରୁଷକୁ ସମର୍ଥନ କରିଥିଲେ। ମସ୍କୋ ଉପରେ ବିପଦ ଆସିଲେ ଉଗାଣ୍ଡା ରୁଷକୁ ସୈନ୍ୟ ପଠାଇବ ବୋଲି ସେ କହିଥିଲେ।