ଉଦଳା: ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡ଼ିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା ଥାନା ପାଟଶାଣିପୁର ପଞ୍ଚାୟତ ବରହମପୁର ଗ୍ରାମରେ ଘଟିଛି ଏଭଳି ଅଭାବନ ଘଟଣା।

ବାରିପଦା ଅଞ୍ଚଳର ଦୁଇ ଜଣ ଯୁବକ ରାତିରେ ବରହମପୁର ଗ୍ରାମରେ ପଶିଥିଲେ। ଏହି ସମୟରେ ଗ୍ରାମରେ ଏକ ଆଦିବାସୀ ପରିବାରରେ କାର୍ଯ୍ୟକ୍ରମ ଚାଲିଥିଲା। ସେଠାରେ ପହଞ୍ଚି ଦୁଇ ଜଣ ଯୁବତୀଙ୍କୁ ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିବା ସହିତ ଯୁବତୀଙ୍କୁ ହଇରାଣ କରିଥିଲେ। ଯାହାକୁ ନେଇ ତାତିଥିଲେ ଉପସ୍ଥିତ ଲୋକେ। ଦୁଇ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା।

Also Read: Balianta Case : କ୍ରାଇମ୍ ସ୍ପଷ୍ଟରେ କ୍ରାଇମବ୍ରାଞ୍ଚ, ତଦନ୍ତକାରୀ ଅଧିକାରୀ କହିଲେ ସତ ସାମ୍ନାକୁ ଆସିବ

ଅନ୍ୟ ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରି ଦଉଡିରେ ଗଛରେ ବାନ୍ଧିଥିଲେ ଏବଂ ମାଡ଼ ମଧ୍ୟ ମାରିଥିଲେ। ଖବର ପାଇ ଦୀର୍ଘ ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧା ଯାଇଥିବା ଯୁବକଙ୍କୁ ଉଦ୍ଧାର କରିଥିଲା। ଯୁବକ ଜଣଙ୍କ ନିଜ ସ୍ତ୍ରୀ କୁ ଖୋଜି ଖୋଜି ଭୁଲରେ ଆସି ଗ୍ରାମରେ ପଶିଥିଲା ବୋଲି ପୋଲିସ କହୁଛି।